ଦିଲ୍ଲୀ ଯିବା ପାଇଁ ଅଙ୍ଗନଓ୍ବାଡି କର୍ମୀଙ୍କୁ ଚିଠି ପଠାଇଲେ ପ୍ରଧାନମନ୍ତ୍ରୀ
ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): ଆଉ ଏକ ସପ୍ତାହ ପରେ ଦେଶ ପାଳିବ ୭୮ ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବମୁଖର। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବହୁ ଆଡ଼ମ୍ବରରେ ପାଳନ କରିବା ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ନୀଳକନ୍ଦର ସାହିର ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ଲିଲି ପୁଷ୍ପିକା ଏକ୍କାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଚିଠି ଆସିଛି। ଆସନ୍ତା ସ୍ବାଧୀନତା ଦିବସ ପାଳନ ଅବସରରେ […] The post ଦିଲ୍ଲୀ ଯିବା ପାଇଁ ଅଙ୍ଗନଓ୍ବାଡି କର୍ମୀଙ୍କୁ ଚିଠି ପଠାଇଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): ଆଉ ଏକ ସପ୍ତାହ ପରେ ଦେଶ ପାଳିବ ୭୮ ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବମୁଖର। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବହୁ ଆଡ଼ମ୍ବରରେ ପାଳନ କରିବା ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ନୀଳକନ୍ଦର ସାହିର ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ଲିଲି ପୁଷ୍ପିକା ଏକ୍କାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଚିଠି ଆସିଛି। ଆସନ୍ତା ସ୍ବାଧୀନତା ଦିବସ ପାଳନ ଅବସରରେ ହେଉଥିବା କାର୍ଯ୍ୟକ୍ରମରେ ଅଙ୍ଗନଓ୍ବାଡି କର୍ମୀ ଯୋଗଦେବେ। ସେ ନିଜ କେନ୍ଦ୍ରକୁ ଯେଉଁଭଳି ଉତ୍ତମ ଭାବେ ସଜ୍ଜିତ କରିଛନ୍ତି। ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଆସୁଥିବା ସମସ୍ତ ସୁବିଧାକୁ ସୂଚାରୁରୂପେ କାର୍ଯ୍ୟ କରି ଶିଶୁଙ୍କ ଯତ୍ନ ଓ ନିଜ କାର୍ଯ୍ୟ ସଫଳତାର ସହ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଶଂସା ପାଇଛନ୍ତି। ଉକ୍ତ କେନ୍ଦ୍ରକୁ ଶିଶୁମାନେ ଆସିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ମହିଳା, ଶିଶୁ ବିଶେଷ କରି ଗର୍ଭବତୀ ମହିଳା ଓ ପ୍ରସୂତି ପରେ ଉଭୟ ମହିଳା ଓ ଶିଶୁଙ୍କ ଯତ୍ନ ସଫଳତାର ସହ କରନ୍ତି। ଏଥିସହ କେନ୍ଦ୍ରରେ ଶିଶୁମାନଙ୍କ ରନ୍ଧାଖାଦ୍ୟ ପାଇଁ ନିଜେ ଜୈବିକ ପଦ୍ଧତିରେ ପନିପରିବା ଚାଷ କରି ସ୍ବତନ୍ତ୍ର ପରିଶ୍ରମ କରି ଅଞ୍ଚଳରେ ଖ୍ୟାତି ଅର୍ଜନ କରିଛନ୍ତି ଲିଲି ପୁଷ୍ପିକା ଏକ୍କା। ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ କେଳେ ଶିଶୁ ନୁହନ୍ତି, ଅଭିଭାବକ ହୁଅନ୍ତୁ ବା ଗ୍ରାମବାସୀ ସମସ୍ତେ କେନ୍ଦ୍ର ଦେଖିବାକୁ ଆସନ୍ତି। କାରଣ ଉକ୍ତ କେନ୍ଦ୍ର ଏକ ପାର୍କର ଭ୍ରମ ସୃଷ୍ଟି କରୁଛି। ବିଭିନ୍ନ ରଙ୍ଗବେରଙ୍ଗ ଫୁଲ ଗଛ ଓ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ବିଭିନ୍ନ ଗଛ ଲାଗିଥିବାରୁ ପରିବେଶ ସୁନ୍ଦର ଓ ସରସ ରହିଛି। କେନ୍ଦ୍ର ପରିଚାଳନା କମିଟିର ସଭାପତି ପତିତପାବନ ରାଉତ କୁହନ୍ତି, ପୂର୍ବରୁ କେନ୍ଦ୍ରର ଅବସ୍ଥା ଭଲ ନ ଥିଲା। ଯେଉଁ ଦିନଠାରୁ ଲିଲି ପୁଷ୍ପିକା ଏକ୍କା ନିଯୁକ୍ତି ପାଇଲେ ସେ ଶିଶୁଙ୍କ ଯତ୍ନ ନେବା ସହ ଶିଶୁଙ୍କୁ ଭଲ ଶିକ୍ଷା ଦିଅନ୍ତି। ଏଥିସହ ସମୟ ବାହାର କରି ପନିପରିବା ବଗିଚା କରିବା ସହ ବିଭିନ୍ନ ଗଛ ଲଗାଇ ଏକ ପ୍ରକାର ପାର୍କ ଭଳି ସଜାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ଆମେ ଅଞ୍ଚଳବାସୀ ତାଙ୍କୁ ନେଇ ଗର୍ବିତ ବୋଲି ସେ କହିଛନ୍ତି।
The post ଦିଲ୍ଲୀ ଯିବା ପାଇଁ ଅଙ୍ଗନଓ୍ବାଡି କର୍ମୀଙ୍କୁ ଚିଠି ପଠାଇଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.