୫୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପ୍‌ଡେଟ୍‌: ସରକାର ଜାରି କଲେ ଏହି…

ନୂଆଦିଲ୍ଲୀ,୪ା୬: ଗୋଟିଏ ସପ୍ତାହ ଧରି ଗଣମାଧ୍ୟମରେ ୫୦୦ ଟଙ୍କିଆ ନୋଟ ବନ୍ଦ ହେବାର ଖବର ପ୍ରସାରିତ ହେଉଛି। କୁହାଯାଉଥିଲା ଯେ, ଆଗାମୀ ଦିନରେ ସରକାର ଏହାକୁ ବନ୍ଦ କରିପାରନ୍ତି। ଏହା ପଛରେ କାରଣ ଦର୍ଶାଯାଇଛି ଯେ, RBI ନିର୍ଦ୍ଦେଶାବଳୀ, ଯେଉଁଥିରେ ସମସ୍ତ ବ୍ୟାଙ୍କକୁ ATMରେ ରେ ୨୦୦ ଏବଂ ୧୦୦ ଟଙ୍କା ନୋଟ୍‌ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି। ଏହି କାରଣରୁ ସମସ୍ତଙ୍କ ଦୃଷ୍ଟି ହଠାତ୍‌ ୫୦୦ ଟଙ୍କା ନୋଟ୍‌ ଉପରେ ପଡ଼ିଥିଲା। ଏବେ PIB ଫ୍ୟାକ୍ଟ […] The post ୫୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପ୍‌ଡେଟ୍‌: ସରକାର ଜାରି କଲେ ଏହି… appeared first on Dharitri Odia News.

୫୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପ୍‌ଡେଟ୍‌: ସରକାର ଜାରି କଲେ ଏହି…

ନୂଆଦିଲ୍ଲୀ,୪ା୬: ଗୋଟିଏ ସପ୍ତାହ ଧରି ଗଣମାଧ୍ୟମରେ ୫୦୦ ଟଙ୍କିଆ ନୋଟ ବନ୍ଦ ହେବାର ଖବର ପ୍ରସାରିତ ହେଉଛି। କୁହାଯାଉଥିଲା ଯେ, ଆଗାମୀ ଦିନରେ ସରକାର ଏହାକୁ ବନ୍ଦ କରିପାରନ୍ତି। ଏହା ପଛରେ କାରଣ ଦର୍ଶାଯାଇଛି ଯେ, RBI ନିର୍ଦ୍ଦେଶାବଳୀ, ଯେଉଁଥିରେ ସମସ୍ତ ବ୍ୟାଙ୍କକୁ ATMରେ ରେ ୨୦୦ ଏବଂ ୧୦୦ ଟଙ୍କା ନୋଟ୍‌ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି। ଏହି କାରଣରୁ ସମସ୍ତଙ୍କ ଦୃଷ୍ଟି ହଠାତ୍‌ ୫୦୦ ଟଙ୍କା ନୋଟ୍‌ ଉପରେ ପଡ଼ିଥିଲା।

ଏବେ PIB ଫ୍ୟାକ୍ଟ ଚେକ ୟୁନିଟ୍‌ ନିଜେ ସୋସିଆଲ ମିଡିଆ ‘X’ରେ ଏ ବିଷୟରେ ଏକ ପୋଷ୍ଟ କରି କହିଛନ୍ତି, କ୍ୟାପିଟାଲ ଟିଭି ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ୫୦୦ ଟଙ୍କା ନୋଟ ବନ୍ଦ ହେବାର ଖବର ଦେଖାଇଛି।

PIB ଆହୁରି କହିଛି, ଏଥିରେ କୌଣସି ସତ୍ୟତା ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ନକଲି। RBI ଦ୍ୱାରା ଏପରି କୌଣସି ଘୋଷଣା କରାଯାଇ ନାହିଁ ଏବଂ ଏହା ବର୍ତ୍ତମାନ ପରି ଆଗାମୀ ଦିନରେ ପ୍ରଚଳନରେ ରହିବ।

ଏହା ଉଲ୍ଲେଖନୀୟ ଯେ ଯେବେଠାରୁ RBI ATMରେ ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି, ସେବେଠାରୁ କିଛି ବିଶେଷଜ୍ଞ ଏହାକୁ ନିଜେ ମୂଲ୍ୟାଙ୍କନ କରୁଛନ୍ତି। କିଛି ବିଶେଷଜ୍ଞଙ୍କ ମତରେ ଧୀରେ ଧୀରେ ଯେତେବେଳେ ଏହି ନୋଟ ବଜାରରେ ପର୍ଯ୍ୟାପ୍ତ ସଂଖ୍ୟାରେ ପ୍ରସାରିତ ହେବ, ସେତେବେଳେ ୫୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରାଯାଇପାରିବ।

ଏହା ବ୍ୟତୀତ ଯେତେବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଥିଲେ ଯେ କେନ୍ଦ୍ର ସରକାର ୫୦୦ ଟଙ୍କିଆ ନୋଟ୍‌ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ, ଏହା ଗଣମାଧ୍ୟମରେ ଆଲୋଚନାର ବିଷୟ ପାଲଟିଥିଲା। କିନ୍ତୁ, ବର୍ତ୍ତମାନ PIB ଫ୍ୟାକ୍ଟ ଚେକ୍‌ ଟିମ୍‌ ଏହାକୁ ସ୍ପଷ୍ଟ କରିଦେଇଛି, କାହାରି ସନ୍ଦେହ ରହିବ ନାହିଁ।

The post ୫୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପ୍‌ଡେଟ୍‌: ସରକାର ଜାରି କଲେ ଏହି… appeared first on Dharitri Odia News.