ମହାକାଶରେ ୫୯ତମ ଜନ୍ମଦିନ ପାଳିବେ ସୁନୀତା

ଓ୍ବାଶିଂଟନ୍‌,୧୨ା୯: ନାସା ଆଷ୍ଟ୍ରୋନଟ୍‌ ସୁନୀତା ଓ୍ବିଲିୟମ୍ସ ସେପ୍ଟେମ୍ବର ୧୯ରେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ନିଜ ୫୯ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ମହାକାଶରେ ଏହା ହେବ ତାଙ୍କର ଦ୍ୱିତୀୟ ଜନ୍ମଦିନ ପାଳନ। ଗତ ଜୁନ୍‌ ୬ରେ ମହାକାଶଯାତ୍ରୀ ବେରି ଓ୍ବିଲ୍‌ମୋରଙ୍କ ସହ ଆଇଏସ୍‌ଏସ୍‌କୁ ଯାତ୍ରା କରିଥିବା ସୁନୀତା ବୋଇଂ ଷ୍ଟାରଲାଇନର ସ୍ପେସ୍‌କ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସେଠାରେ ଫସିରହିଛନ୍ତି। ଉଭୟେ ୨୦୨୫ ଫେବୃଆରୀରେ ସ୍ପେସେକ୍ସର ଡ୍ରାଗନ୍‌ କ୍ରିଉ କ୍ୟାପ୍‌ସୁଲରେ ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ନାସା […] The post ମହାକାଶରେ ୫୯ତମ ଜନ୍ମଦିନ ପାଳିବେ ସୁନୀତା appeared first on Dharitri Odia News.

ମହାକାଶରେ ୫୯ତମ ଜନ୍ମଦିନ ପାଳିବେ ସୁନୀତା

ଓ୍ବାଶିଂଟନ୍‌,୧୨ା୯: ନାସା ଆଷ୍ଟ୍ରୋନଟ୍‌ ସୁନୀତା ଓ୍ବିଲିୟମ୍ସ ସେପ୍ଟେମ୍ବର ୧୯ରେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ନିଜ ୫୯ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ମହାକାଶରେ ଏହା ହେବ ତାଙ୍କର ଦ୍ୱିତୀୟ ଜନ୍ମଦିନ ପାଳନ। ଗତ ଜୁନ୍‌ ୬ରେ ମହାକାଶଯାତ୍ରୀ ବେରି ଓ୍ବିଲ୍‌ମୋରଙ୍କ ସହ ଆଇଏସ୍‌ଏସ୍‌କୁ ଯାତ୍ରା କରିଥିବା ସୁନୀତା ବୋଇଂ ଷ୍ଟାରଲାଇନର ସ୍ପେସ୍‌କ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସେଠାରେ ଫସିରହିଛନ୍ତି। ଉଭୟେ ୨୦୨୫ ଫେବୃଆରୀରେ ସ୍ପେସେକ୍ସର ଡ୍ରାଗନ୍‌ କ୍ରିଉ କ୍ୟାପ୍‌ସୁଲରେ ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଛି।
ସେପ୍ଟେମ୍ବର ୧୯ରେ ଆମେରିକାର ଅହିଓସ୍ଥିତ ଇଉକ୍ଲିଡ୍‌ରେ ଜନ୍ମିତ ସୁନୀତାଙ୍କ ବାପାଙ୍କ ଡ. ଦୀପକ ପାଣ୍ଡ୍ୟା ଓ ମା’ ବୋନ୍ନିଏ। ଏହି ଭାରତୀୟ ବଂଶୋଦ୍ଭବ ଏକଦା ମହାକାଶ ଯାତ୍ରାବେଳେ ସାଙ୍ଗରେ ଭଗବତଗୀତା, ସିଙ୍ଗଡ଼ା ଓ ଗଣେଶ ମୂର୍ତ୍ତି ନେଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ସୁନୀତା ମହାକାଶରେ ମୋଟ ୩୨୨ ଦିନ ବିତାଇସାରିଲେଣି।

The post ମହାକାଶରେ ୫୯ତମ ଜନ୍ମଦିନ ପାଳିବେ ସୁନୀତା appeared first on Dharitri Odia News.