ଦୁର୍ବଳ ହୋଇପଡ଼ିଛି ରାଜଘାଟ ପୋଲ

ଭଦ୍ରକ,୨୦।୧୧(ସନାତନ ରାଉତ): ୨୦୮ ବର୍ଷ ତଳେ ବ୍ରିଟିଶ ଅମଳରେ ଭଦ୍ରକ ସହରର ସାଳନ୍ଦୀ ନଦୀ ଉପରେ ନିର୍ମିତ ଐତିହାସିକ ରାଜଘାଟ ପୋଲ ମରାମତି ଅଭାବରୁ ଦୁର୍ବଳ ହୋଇ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କେଉଁ ମୁହୂର୍ତ୍ତରେ ବି ଏହା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ୧୮୧୬ ମସିହାରେ ସେତେବେଳର ବଡ଼ କମ୍ପାନୀ ବ୍ରାଇଟ୍‌ ବିଲ୍‌ଡର ପକ୍ଷରୁ ଏହି ପୋଲ ନିର୍ମାଣ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। ପୁରାତନ ଲୁହାରେ ନିର୍ମାଣ ହୋଇଥିବା ଏହି ପୋଲ ସେତେବେଳେ […] The post ଦୁର୍ବଳ ହୋଇପଡ଼ିଛି ରାଜଘାଟ ପୋଲ appeared first on Dharitri Odia News.

ଦୁର୍ବଳ ହୋଇପଡ଼ିଛି ରାଜଘାଟ ପୋଲ

ଭଦ୍ରକ,୨୦।୧୧(ସନାତନ ରାଉତ): ୨୦୮ ବର୍ଷ ତଳେ ବ୍ରିଟିଶ ଅମଳରେ ଭଦ୍ରକ ସହରର ସାଳନ୍ଦୀ ନଦୀ ଉପରେ ନିର୍ମିତ ଐତିହାସିକ ରାଜଘାଟ ପୋଲ ମରାମତି ଅଭାବରୁ ଦୁର୍ବଳ ହୋଇ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କେଉଁ ମୁହୂର୍ତ୍ତରେ ବି ଏହା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି।
୧୮୧୬ ମସିହାରେ ସେତେବେଳର ବଡ଼ କମ୍ପାନୀ ବ୍ରାଇଟ୍‌ ବିଲ୍‌ଡର ପକ୍ଷରୁ ଏହି ପୋଲ ନିର୍ମାଣ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। ପୁରାତନ ଲୁହାରେ ନିର୍ମାଣ ହୋଇଥିବା ଏହି ପୋଲ ସେତେବେଳେ ବେଶ୍‌ ସଶକ୍ତ ହୋଇଥିଲା। ପାର୍ଶ୍ୱରେ ନୂଆ ପୋଲ ତିଆରି ହେବା ପରେ ଜିଲା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏହା ଶୋଚନୀୟ ହୋଇପଡ଼ିଛି। ଏହି ପୋଲ ଉପରେ ଯାତାୟାତ ବିପଦସଙ୍କୁଳ ବୋଲି ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇ ସ୍ବତନ୍ତ୍ର ନୋଟିସ୍‌ ଲଗାଯାଇଛି। ଏହା ଉପରେ ଯାତାୟାତ ନିଷେଧ ବୋଲି ମଧ୍ୟ ଲେଖାଯାଇଛି। ତଥାପି କଟକଣାକୁ ଖାତିର୍‌ ନ କରି ବହୁ ଲୋକ ପୋଲ ଉପରେ ଯାତାୟାତ କରୁଛନ୍ତି। ନୂଆ ପୋଲଟି ଅତ୍ୟଧିକ ଉଚ୍ଚ ହୋଇଥିବାରୁ ଟ୍ରଲି, ରିକ୍ସା, ସାଇକେଲ ଆରୋହୀ ପୁରୁଣା ପୋଲରେ ଯିବାକୁ ଉଚିତ୍‌ ମନେ କରୁଛନ୍ତି। ସେହିପରି କୌଣସି ଶୋଭାଯାତ୍ରା, ଭସାଣି ସମୟରେ ରାସ୍ତା ଜାମ୍‌ ହେଲେ ଟ୍ରାଫିକ ଭିଡ଼ ହଟାଇବା ପାଇଁ ପୁରୁଣା ପୋଲର ଆବଶ୍ୟକତା ପଡ଼ୁଛି। ପୋଲର ତଳ ଅଂଶ ନଦୀର ଜଳସ୍ରୋତରେ ନଷ୍ଟ ହେବା ସହ ଲୁହାବିମ୍‌ ବିପଜ୍ଜନକ ଅବସ୍ଥାରେ ରହିଛି। ଇଷ୍ଟଇଣ୍ଡିଆ କମ୍ପାନୀ ସମୟରେ ନିର୍ମାଣ ହୋଇଥିବା ଏହି ପୋଲର ମରାମତି କରାଯାଇ ସୁରକ୍ଷିତ ରଖାଯିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ପ୍ରକାଶଥାଉ କି, ପୂର୍ବରୁ ଦୁର୍ଗା ପୂଜା ପ୍ରସ୍ତୁତି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ରାଜଘାଟ ପୋଲ ମରାମତି ପାଇଁ ଦାବି କରାଯାଇଥିଲା। ଜିଲାପାଳ ଦିଲୀପ ରାଉତରାଏ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

The post ଦୁର୍ବଳ ହୋଇପଡ଼ିଛି ରାଜଘାଟ ପୋଲ appeared first on Dharitri Odia News.