ସତ୍ୟେନ୍ଦୁ କର ରାଜ୍ୟ ଟପ୍ପର

ଭୁବନେଶ୍ୱର,୧୪ା୨ (ଅସମାପିକା ସାହୁ):ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜେଇଇ ମେନ୍‌ (ସେସନ-୧) ୨୦୨୪ ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଦେଶର ୨୩ଜଣ ଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର୍‌ ରଖିଥିବାବେଳେ ଗୁଜରାଟର ଦ୍ୱୀଜା ଧର୍ମେଶକୁମାର ପଟେଲ ୯୯.୯୯ ପର୍ସେଣ୍ଟାଇଲ ସ୍କୋର ରଖି ଛାତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ଏଥିରେ ଓଡ଼ିଶାର ସତ୍ୟେନ୍ଦୁ କର ୯୯.୯୮ ପର୍ସେଣ୍ଟାଇଲ ସ୍କୋର୍‌ ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱରସ୍ଥିତ ଓଡିଏମ୍‌ ପବ୍ଲିକ […] The post ସତ୍ୟେନ୍ଦୁ କର ରାଜ୍ୟ ଟପ୍ପର appeared first on Dharitri Odia News.

ସତ୍ୟେନ୍ଦୁ କର ରାଜ୍ୟ ଟପ୍ପର

ଭୁବନେଶ୍ୱର,୧୪ା୨ (ଅସମାପିକା ସାହୁ):ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜେଇଇ ମେନ୍‌ (ସେସନ-୧) ୨୦୨୪ ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଦେଶର ୨୩ଜଣ ଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର୍‌ ରଖିଥିବାବେଳେ ଗୁଜରାଟର ଦ୍ୱୀଜା ଧର୍ମେଶକୁମାର ପଟେଲ ୯୯.୯୯ ପର୍ସେଣ୍ଟାଇଲ ସ୍କୋର ରଖି ଛାତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ଏଥିରେ ଓଡ଼ିଶାର ସତ୍ୟେନ୍ଦୁ କର ୯୯.୯୮ ପର୍ସେଣ୍ଟାଇଲ ସ୍କୋର୍‌ ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱରସ୍ଥିତ ଓଡିଏମ୍‌ ପବ୍ଲିକ ସ୍କୁଲର ଛାତ୍ର।
ସୂଚନାଯୋଗ୍ୟ, ଏହି ପରୀକ୍ଷା ୨୯୧ ସହରର ୫୪୪ କେନ୍ଦ୍ରରେ ହୋଇଥିଲା। ଏଥିମଧ୍ୟରେ ଦେଶ ବାହାରେ ୨୧ଟି ପରୀକ୍ଷା କେନ୍ଦ୍ର ରହିଥିଲା। ଏଥର ପ୍ରଥମଥର ଆବୁ ଧାବି, ହଂକଂ ଏବଂ ଓସ୍‌ଲୋ ସହରରେ ପରୀକ୍ଷା ହୋଇଥିଲା। ଇଂଲିଶ, ହିନ୍ଦୀ, ଓଡ଼ିଆ ସମେତ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା କରାଯାଇଥିଲା। ମୋଟ ୧୨ଲକ୍ଷ ୨୧ହଜାର ୬୨୪ଜଣ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବାବେଳେ ୧୧ଲକ୍ଷ ୭୦ହଜାର ୦୪୮ଜଣ ପରୀକ୍ଷା ଦେଇଥିଲେ।

The post ସତ୍ୟେନ୍ଦୁ କର ରାଜ୍ୟ ଟପ୍ପର appeared first on Dharitri Odia News.