ହିସାଶି ଟକେୟୁଚି ମାରୁତି ସୁଜୁକୀର ନୂଆ CMD, ଡିସେମ୍ୱର ତ୍ରୈମାସରେ କମ୍ପାନିର ନେଟ୍ ପ୍ରଫିଟ୍ ୩, ୭୨୭ କୋଟି ଟଙ୍କା
ନୂଆଦିଲ୍ଲୀ: ମାରୁତି ସୁଜୁକୀ ଇଣ୍ଡିଆ ବୁଧବାର ନିଜର ଡିସେମ୍ୱର ତ୍ରୈମାସ ପରିମାଣ ଘୋଷଣା କରିଛି । ଏହାସହ କମ୍ପାନି ଏମ୍ଡି ଓ ସିଇଓ ସହ ଜଡ଼ିତ ବଡ଼ ଘୋଷଣା ବି କରିଛି । ଦେଶର ସବୁଠୁ ବଡ଼ କାର କମ୍ପାନି ଘୋଷଣା କରିଛି ଯେ ହିସାଶି ଟକେୟୁଚି (Hisashi Takeuchi)ଙ୍କୁ ପୁଣି ଥରେ କମ୍ପାନିର ଏମ୍ଡି ଓ ସିଇଓ କରିବା ପାଇଁ ବୋର୍ଡ ପକ୍ଷରୁ ମଞ୍ଜୁରି ଦିଆଯାଇଛି । ୨୦୨୫ ଏପ୍ରିଲ୍ ୧ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇ ଆଗାମୀ ତିନି ବର୍ଷ ଅର୍ଥାତ୍ ୨୦୨୮ ମାର୍ଚ୍ଚ ୩୧ ଯାଏଁ ରହିବ । ସିଇଓ ଭାବେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ । ବୁଧବାର କମ୍ପାନି ଫାଇଲିଂରେ ଏହି ସୂଚନା ଦେଇଛି ।ହିସାଶି ମାରୁତୀ ସୁଜୁକୀ ଇଣ୍ଡିଆ ବୋର୍ଡରେ ଜୁଲାଇ ୨୦୧୯ରୁ ଅଛନ୍ତି । ୨୦୨୧ ଏପ୍ରିଲ୍ରେ ସେ କମ୍ପାନିର ଜଏଣ୍ଟ ଏମ୍ଡି (କମର୍ଶିଆଲ୍) ହୋଇଥିଲେ । ଏହାପରେ ସେ ୨୦୨୨ ଏପ୍ରିଲ୍ ୧ରେ କମ୍ପାନିର ତତ୍କାଳୀନ ସିଏମ୍ଡି Kenichi Ayukawaଙ୍କ ସ୍ଥାନ ନେଇଥିଲେ । ସୁଜୁକୀ ମୋଟର କର୍ପୋରେସନ (ଏସ୍ଏମସି) ସହ ୧୯୮୬ ମସିହାରେ ସେ ଯୋଡ଼ି ହୋଇ ରହିଥିବା ବେଳେ ତାଙ୍କ ପାଖରେ ଦେଶ-ବିଦେଶରେ କାମ କରିବାର ବହୁ ଅନୁଭବ ରହିଛି ।ମାରୁତି ସୁଜୁକୀର ଡିସେମ୍ୱର ତ୍ରୈମାସ ପରିଣାମଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ୱର-ଡିସେମ୍ୱର ତ୍ରୈମାସରେ ମାରୁତି ସୁଜୁକୀର ଶୁଦ୍ଧ ଲାଭ ବାର୍ଷିକ ଆଧାରରେ ୧୬ ପ୍ରତିଶତ ବଢି ୩,୭୨୭ କୋଟି ଟଙ୍କା ହୋଇଛି । ସେହିପରି ମୋଟ ରେଭେନ୍ୟ
ନୂଆଦିଲ୍ଲୀ: ମାରୁତି ସୁଜୁକୀ ଇଣ୍ଡିଆ ବୁଧବାର ନିଜର ଡିସେମ୍ୱର ତ୍ରୈମାସ ପରିମାଣ ଘୋଷଣା କରିଛି । ଏହାସହ କମ୍ପାନି ଏମ୍ଡି ଓ ସିଇଓ ସହ ଜଡ଼ିତ ବଡ଼ ଘୋଷଣା ବି କରିଛି । ଦେଶର ସବୁଠୁ ବଡ଼ କାର କମ୍ପାନି ଘୋଷଣା କରିଛି ଯେ ହିସାଶି ଟକେୟୁଚି (Hisashi Takeuchi)ଙ୍କୁ ପୁଣି ଥରେ କମ୍ପାନିର ଏମ୍ଡି ଓ ସିଇଓ କରିବା ପାଇଁ ବୋର୍ଡ ପକ୍ଷରୁ ମଞ୍ଜୁରି ଦିଆଯାଇଛି । ୨୦୨୫ ଏପ୍ରିଲ୍ ୧ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇ ଆଗାମୀ ତିନି ବର୍ଷ ଅର୍ଥାତ୍ ୨୦୨୮ ମାର୍ଚ୍ଚ ୩୧ ଯାଏଁ ରହିବ । ସିଇଓ ଭାବେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ । ବୁଧବାର କମ୍ପାନି ଫାଇଲିଂରେ ଏହି ସୂଚନା ଦେଇଛି ।
ହିସାଶି ମାରୁତୀ ସୁଜୁକୀ ଇଣ୍ଡିଆ ବୋର୍ଡରେ ଜୁଲାଇ ୨୦୧୯ରୁ ଅଛନ୍ତି । ୨୦୨୧ ଏପ୍ରିଲ୍ରେ ସେ କମ୍ପାନିର ଜଏଣ୍ଟ ଏମ୍ଡି (କମର୍ଶିଆଲ୍) ହୋଇଥିଲେ । ଏହାପରେ ସେ ୨୦୨୨ ଏପ୍ରିଲ୍ ୧ରେ କମ୍ପାନିର ତତ୍କାଳୀନ ସିଏମ୍ଡି Kenichi Ayukawaଙ୍କ ସ୍ଥାନ ନେଇଥିଲେ । ସୁଜୁକୀ ମୋଟର କର୍ପୋରେସନ (ଏସ୍ଏମସି) ସହ ୧୯୮୬ ମସିହାରେ ସେ ଯୋଡ଼ି ହୋଇ ରହିଥିବା ବେଳେ ତାଙ୍କ ପାଖରେ ଦେଶ-ବିଦେଶରେ କାମ କରିବାର ବହୁ ଅନୁଭବ ରହିଛି ।
ମାରୁତି ସୁଜୁକୀର ଡିସେମ୍ୱର ତ୍ରୈମାସ ପରିଣାମ
ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ୱର-ଡିସେମ୍ୱର ତ୍ରୈମାସରେ ମାରୁତି ସୁଜୁକୀର ଶୁଦ୍ଧ ଲାଭ ବାର୍ଷିକ ଆଧାରରେ ୧୬ ପ୍ରତିଶତ ବଢି ୩,୭୨୭ କୋଟି ଟଙ୍କା ହୋଇଛି । ସେହିପରି ମୋଟ ରେଭେନ୍ୟୁରେ ବି ୧୬ ପ୍ରତିଶତ ବୃଦ୍ଧି ଘଟି ୩୮,୭୬୪ କୋଟି ଟଙ୍କା ହୋଇଛି । ଷ୍ଟାଣ୍ଡ୍ଏଲୋନ୍ ବେସିସ୍ରେ କମ୍ପାନି ୩୬,୮୦୨ କୋଟି ଟଙ୍କାର ରେକର୍ଡ ତ୍ରୈମାସିକ ବିକ୍ରି ଦେଖିଛି, ଯାହା ବାର୍ଷିକ ଆଧାରରେ ୧୫.୫ ପ୍ରତିଶତ ଅଧିକ ରହିଛି । ଡିସେମ୍ୱର ତ୍ରୈମାସରେ କମ୍ପାନି ୫,୬୬,୨୧୩ ୟୁନିଟ୍ ଗାଡ଼ି ବିକ୍ରି କରିଛି, ଯାହା ଗତବର୍ଷ ସମାନ ଅବଧି ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି । ଘରୋଇ ବିକ୍ରି ୮.୭ ପ୍ରତିଶତ ବଢି ୪,୬୬,୯୯୩ ୟୁନିଟ୍ ହୋଇଥିବା ବେଳେ ରପ୍ତାନୀ ୩୮.୨ ପ୍ରତିଶତ ବଢି ରେକର୍ଡ ୯୯,୨୨୦ ୟୁନିଟ୍ ହୋଇଛି । କମ୍ପାନିର ଇବିଟା ବି ୧୪ ପ୍ରତିଶତ ବଢି ୪୪୭୧ କୋଟି ଟଙ୍କା ହୋଇଛି ।