ପେଟିଏମ୍ ୱାଲେଟଧାରୀ ୮୫%ଙ୍କୁ ନାହିଁ କୌଣସି ସମସ୍ୟା, ବାକି ଲୋକଙ୍କୁ ଏହି ପରାମର୍ଶ ଦେଇଛନ୍ତି RBI
ନୂଆଦିଲ୍ଲୀ ୬।୩: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର କହିଛନ୍ତି ଯେ ୮୦-୮୫ ପ୍ରତିଶତ ପେଟିଏମ ୟୁଜରଙ୍କୁ ନିୟାମକୀୟ କାର୍ଯ୍ୟାନୁଷ୍ଠାନ ଯୋଗୁ କୌଣସି ପ୍ରକାରର ଅସୁବିଧା ହୋଇ ନାହିଁ। ସେମାନଙ୍କୁ କୌଣସି ପ୍ରକାରର ବ୍ୟବଧାନର ସମ୍ମୁଖୀନ ହେବାକୁ ପଡୁନି। ତେବେ ବଳକା ଗ୍ରାହକଙ୍କୁ ସେମାନଙ୍କ ଆପ୍କୁ ଅନ୍ୟ ବ୍ୟାଙ୍କ ସହ ସଂଯୁକ୍ତ କରିବା ପାଇଁ ଆରବିଆଇ ଗଭର୍ଣ୍ଣର ପରାମର୍ଶ ଦେଇଛନ୍ତି। ଆରବିଆଇ ଜାନୁୟାରୀ ୩୧ ତାରିଖରୁ ଗ୍ରାହକଙ୍କ ଖାତାରେ ଜମା, କ୍ରେଡିଟ୍ ଅଥବା ଟପଅପ୍ ସ୍ୱୀକାର କରିବାକୁ ପେଟିଏମ ପେମେଣ୍ଟସ ବ୍ୟାଙ୍କ (ପିପିବିଏଲ) ଉପରେ ରୋକ ଲଗାଇଛନ୍ତି। ଏଥି ପାଇଁ ଆଗକୁ ଅଧିକ ସମୟ ମିଳିବାର ଆଶଙ୍କାକୁ ଆରବିଆଇ ଗଭର୍ଣ୍ଣର ଅସ୍ୱୀକାର କରିଛନ୍ତି। କହିଛନ୍ତି ପିପିବିଏଲ ସମ୍ପର୍କିତ ୱାଲେଟଙ୍କୁ ମାର୍ଚ୍ଚ ୧୫ ସୁଦ୍ଧା ଅନ୍ୟ ବ୍ୟାଙ୍କ ସହ ଯୋଡନ୍ତୁ। ଏଥି ପାଇଁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଦିଆଯାଇଥିବା ସମୟକୁ ଆରବିଆଇ ପର୍ଯ୍ୟାପ୍ତ ବୋଲି କହିଛନ୍ତି, କାରଣ ୮୦ରୁ ୮୫ ପ୍ରତିଶତ ୟୁଜର ଅନ୍ୟବ୍ୟାଙ୍କ ସହ ସଂଯୁକ୍ତ ଅଛନ୍ତି। ଏଣୁ ବାକି ୧୫ ପ୍ରତିଶତଙ୍କୁ ଅନ୍ୟ ବ୍ୟାଙ୍କକୁ ଯିବା ଲାଗି ପରାମର୍ଶ ଦିଆଯାଇଛି। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆରବିଆଇ ଏକ ରେଗୁଲେଟେଡ ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି, ଯାହା ଏହି ମାମଲାରେ ପିପିବିଏଲ ଅଟେ ଓ ଫିନଟେକ୍ କମ୍ପାନୀଙ୍କ ବିରୋ
ନୂଆଦିଲ୍ଲୀ ୬।୩: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର କହିଛନ୍ତି ଯେ ୮୦-୮୫ ପ୍ରତିଶତ ପେଟିଏମ ୟୁଜରଙ୍କୁ ନିୟାମକୀୟ କାର୍ଯ୍ୟାନୁଷ୍ଠାନ ଯୋଗୁ କୌଣସି ପ୍ରକାରର ଅସୁବିଧା ହୋଇ ନାହିଁ। ସେମାନଙ୍କୁ କୌଣସି ପ୍ରକାରର ବ୍ୟବଧାନର ସମ୍ମୁଖୀନ ହେବାକୁ ପଡୁନି। ତେବେ ବଳକା ଗ୍ରାହକଙ୍କୁ ସେମାନଙ୍କ ଆପ୍କୁ ଅନ୍ୟ ବ୍ୟାଙ୍କ ସହ ସଂଯୁକ୍ତ କରିବା ପାଇଁ ଆରବିଆଇ ଗଭର୍ଣ୍ଣର ପରାମର୍ଶ ଦେଇଛନ୍ତି।
ଆରବିଆଇ ଜାନୁୟାରୀ ୩୧ ତାରିଖରୁ ଗ୍ରାହକଙ୍କ ଖାତାରେ ଜମା, କ୍ରେଡିଟ୍ ଅଥବା ଟପଅପ୍ ସ୍ୱୀକାର କରିବାକୁ ପେଟିଏମ ପେମେଣ୍ଟସ ବ୍ୟାଙ୍କ (ପିପିବିଏଲ) ଉପରେ ରୋକ ଲଗାଇଛନ୍ତି। ଏଥି ପାଇଁ ଆଗକୁ ଅଧିକ ସମୟ ମିଳିବାର ଆଶଙ୍କାକୁ ଆରବିଆଇ ଗଭର୍ଣ୍ଣର ଅସ୍ୱୀକାର କରିଛନ୍ତି। କହିଛନ୍ତି ପିପିବିଏଲ ସମ୍ପର୍କିତ ୱାଲେଟଙ୍କୁ ମାର୍ଚ୍ଚ ୧୫ ସୁଦ୍ଧା ଅନ୍ୟ ବ୍ୟାଙ୍କ ସହ ଯୋଡନ୍ତୁ। ଏଥି ପାଇଁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଦିଆଯାଇଥିବା ସମୟକୁ ଆରବିଆଇ ପର୍ଯ୍ୟାପ୍ତ ବୋଲି କହିଛନ୍ତି, କାରଣ ୮୦ରୁ ୮୫ ପ୍ରତିଶତ ୟୁଜର ଅନ୍ୟବ୍ୟାଙ୍କ ସହ ସଂଯୁକ୍ତ ଅଛନ୍ତି। ଏଣୁ ବାକି ୧୫ ପ୍ରତିଶତଙ୍କୁ ଅନ୍ୟ ବ୍ୟାଙ୍କକୁ ଯିବା ଲାଗି ପରାମର୍ଶ ଦିଆଯାଇଛି।
ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆରବିଆଇ ଏକ ରେଗୁଲେଟେଡ ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି, ଯାହା ଏହି ମାମଲାରେ ପିପିବିଏଲ ଅଟେ ଓ ଫିନଟେକ୍ କମ୍ପାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ତେବେ ଆରବିଆଇ ଫିନଟେକ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଓ ସେମାନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସେ କହିଛନ୍ତି।