ୟୁପିରେ ଭୟଙ୍କର ସଡ଼କ ଦୁର୍ଘଟଣା : ଟ୍ରକ୍ ସହ କାରର ଧକ୍କାରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ
ମୈନପୁରୀ ( ଉତ୍ତରପ୍ରଦେଶ) : ୟୁପିର ମୈନପୁରୀରେ ଶୁକ୍ରବାର ଦ୍ୱିପ୍ରହରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।। ଗୋଟିଏ ହିଁ ପରିବାରର ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଟ୍ରକ୍ ଧକ୍କା ଦେବାରୁ କାରରେ ଯାଉଥିବା ସ୍ୱାମୀ -ସ୍ତ୍ରୀ , ଦୁଇ ଝିଅ ଓ ସ୍ୱାମୀଙ୍କ ଭଉଣୀଙ୍କର ମୃତ୍ୟୁ ହୋଇଛି। କାରରେ ଛଅ ଜଣ ଲୋକ ବସି ଥିଲେ। କେବଳ ୧୧ ବର୍ଷିୟା ଜଣେ ଝିଅର ଜୀବନ ବଞ୍ଚି ଯାଇଛି। ହେଲେ ତାଙ୍କର ସ୍ଥିତି ମଧ୍ୟ ଗୁରୁତର ରହିଛି। ଦୁର୍ଘଟଣା ବେୱରର ଗ୍ରାମ ନଗଲା ତାଲ ପାଖରେ ହୋଇଛି। ପୁରା ପରିବାର ଜନ୍ମଦିନ ପାର୍ଟି ପାଳି ଆଗ୍ରାରୁ ଫେରୁ ଥିଲେ। ଦୁର୍ଘଟଣାର ସୂଚନା ପାଇବା କ୍ଷଣି ଘଟଣା ସ୍ଥଳରେ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ସବୁ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ଆହତ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଏମ୍ ଯୋଗୀ ମଧ୍ୟ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। କୁହାଯାଏ କି, କାରରେ ଯାଉ ଥିବା ପରିବାର ଆଗ୍ରାର ଭାୱନା ଟାୱାରରେ ରହୁଥିବା ସେତୁ ନିଗମରୁ ଅବସର ନେଇଥିବା ଇନ୍ଦ୍ରପାଲ ସିଂହଙ୍କ ଜନ୍ମଦିନ ପାଳିବାକୁ ଆସି ଥିଲେ। ଇନ୍ଦ୍ରପାଲଙ୍କ ନାତୁଣୀର ଜନ୍ମଦିନ ପାଳି ପୂରା ପରିବାର ଆଗ୍ରାରୁ ଛିବରାମଉ ଫେରୁଥିଲେ। କାରରେ ଦୀପକ ( ୩୬) ,ତାଙ୍କର ପତ୍ନୀ ପୂଜା (୩୪) , ଦୁଇ ଝିଅ ଆଶୀ (୯) , ଆର୍ଯ୍ୟା(୪) , ଭଉଣୀ ସୁଜାତା (୫୦) ଓ ଆରାଧ୍ୟା (୧୧) ବସିଥିଲେ। ମୈନ
ମୈନପୁରୀ ( ଉତ୍ତରପ୍ରଦେଶ) : ୟୁପିର ମୈନପୁରୀରେ ଶୁକ୍ରବାର ଦ୍ୱିପ୍ରହରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।। ଗୋଟିଏ ହିଁ ପରିବାରର ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଟ୍ରକ୍ ଧକ୍କା ଦେବାରୁ କାରରେ ଯାଉଥିବା ସ୍ୱାମୀ -ସ୍ତ୍ରୀ , ଦୁଇ ଝିଅ ଓ ସ୍ୱାମୀଙ୍କ ଭଉଣୀଙ୍କର ମୃତ୍ୟୁ ହୋଇଛି। କାରରେ ଛଅ ଜଣ ଲୋକ ବସି ଥିଲେ। କେବଳ ୧୧ ବର୍ଷିୟା ଜଣେ ଝିଅର ଜୀବନ ବଞ୍ଚି ଯାଇଛି। ହେଲେ ତାଙ୍କର ସ୍ଥିତି ମଧ୍ୟ ଗୁରୁତର ରହିଛି। ଦୁର୍ଘଟଣା ବେୱରର ଗ୍ରାମ ନଗଲା ତାଲ ପାଖରେ ହୋଇଛି। ପୁରା ପରିବାର ଜନ୍ମଦିନ ପାର୍ଟି ପାଳି ଆଗ୍ରାରୁ ଫେରୁ ଥିଲେ। ଦୁର୍ଘଟଣାର ସୂଚନା ପାଇବା କ୍ଷଣି ଘଟଣା ସ୍ଥଳରେ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ସବୁ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ଆହତ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଏମ୍ ଯୋଗୀ ମଧ୍ୟ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି।
କୁହାଯାଏ କି, କାରରେ ଯାଉ ଥିବା ପରିବାର ଆଗ୍ରାର ଭାୱନା ଟାୱାରରେ ରହୁଥିବା ସେତୁ ନିଗମରୁ ଅବସର ନେଇଥିବା ଇନ୍ଦ୍ରପାଲ ସିଂହଙ୍କ ଜନ୍ମଦିନ ପାଳିବାକୁ ଆସି ଥିଲେ। ଇନ୍ଦ୍ରପାଲଙ୍କ ନାତୁଣୀର ଜନ୍ମଦିନ ପାଳି ପୂରା ପରିବାର ଆଗ୍ରାରୁ ଛିବରାମଉ ଫେରୁଥିଲେ। କାରରେ ଦୀପକ ( ୩୬) ,ତାଙ୍କର ପତ୍ନୀ ପୂଜା (୩୪) , ଦୁଇ ଝିଅ ଆଶୀ (୯) , ଆର୍ଯ୍ୟା(୪) , ଭଉଣୀ ସୁଜାତା (୫୦) ଓ ଆରାଧ୍ୟା (୧୧) ବସିଥିଲେ।
ମୈନପୁରୀର କିଶନୀ ଥାନା ଅଞ୍ଚଳର ଗାଁ ହରିପୁର କୈଥୋଲି ଗାଁରେ ରହୁଥିବା ଦୀପକ ପରିବାର ସହ ଭାଣିଜୀ କାବ୍ୟା ଚୌହାନଙ୍କ ଜନ୍ମଦିନ ପାଳିବାକୁ ଆଗ୍ରା ଯାଇ ଥିଲେ। ସେଠାରୁ ସ୍ୱିଫ୍ଟ ଡିଜାୟର କାରରେ ପୂରା ପରିବାର ଫେରୁଥିଲେ। ଏହି ସମୟରେ ବେୱରରୁ ଛିବରାମଉ ଯାଉଥିବା ବେଳେ କାର ନିୟନ୍ତ୍ରଣ ହରାଇ ବସି ଥିଲା। ଡିଭାଇଡରକୁ ଅତିକ୍ରମ କରି କାନପୁର-ଆଗ୍ରା ଲେନ୍ରେ କାର ପହଞ୍ଚି ଥିଲା। ଏହି ସମୟରେ ନାଭିଗଞ୍ଜରୁ ଆସୁଥିବା ଟ୍ରକ୍ ସହ କାରର ଜୋରରେ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, କାରଟି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା।
ଚିତ୍କାର ଶୁଣି ଆଖପାଖର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ କାରରେ ଥିବା ଲୋକଙ୍କୁ ବାହାରକୁ ବାହାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ।ଦୁର୍ଘଟଣାର ସୂଚନା ପୁଲିସ ଓ ଆମ୍ୱୁଲାନ୍ସକୁ ମଧ୍ୟ ଦିଆଯାଇ ଥିଲା । ପୁଲିସ ପହଞ୍ଚିବା ବେଳକୁ କାରରେ ଥିବା ଦୀପକ , ପତ୍ନୀ ପୂଜା ,ଦୁଇ ଝିଅ ଆଶୀ ଓ ଆର୍ଯ୍ୟାଙ୍କ ସହ ଭଉଣା ସୁଜାତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଆରାଧ୍ୟା ଗୁରୁତର ହୋଇଥିଲେ। ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବେୱର ନିଆଯାଇ ଥିଲା, ସେଠାରୁ ଜିଲ୍ଲା ହସ୍ପିଟାଲ ରେଫର କରିଦିଆ ଯାଇଥିଲା। ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।