ନିର୍ବାଚନ ଲଢିବେ ସିଦ୍ଧାନ୍ତ ମହାପାତ୍ର! କହୁ କହୁ ଏମିତି କହିଦେଲେ…

ଭୁବନେଶ୍ୱର,୧୯।୩: ନିର୍ବାଚନ ଲଢିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସିଦ୍ଧାନ୍ତ ଏହି ବଡ ବୟାନ ଦେଇଛନ୍ତି। ନିର୍ବାଚନ ୨୦୨୪ ଲଢିବେ କି ନାହିଁ ଏନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ଗତ କିଛି ଦିନ ପୂର୍ବରୁ ଅଭିନେତା ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହାପରେ ଆଉଜଣେ ଓଲିଉଡର ବଡ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ନିର୍ବାଚନ ଲଢିବେ କି ନାହିଁ କହିଛନ୍ତି। କିଛି ମାସ ତଳେ ସେ ଗୋପାଳପୁରରେ ସକ୍ରିୟ ଥିଲେ। […] The post ନିର୍ବାଚନ ଲଢିବେ ସିଦ୍ଧାନ୍ତ ମହାପାତ୍ର! କହୁ କହୁ ଏମିତି କହିଦେଲେ… appeared first on Dharitri Odia News.

ନିର୍ବାଚନ ଲଢିବେ ସିଦ୍ଧାନ୍ତ ମହାପାତ୍ର! କହୁ କହୁ ଏମିତି କହିଦେଲେ…

ଭୁବନେଶ୍ୱର,୧୯।୩: ନିର୍ବାଚନ ଲଢିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସିଦ୍ଧାନ୍ତ ଏହି ବଡ ବୟାନ ଦେଇଛନ୍ତି। ନିର୍ବାଚନ ୨୦୨୪ ଲଢିବେ କି ନାହିଁ ଏନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି।

ଗତ କିଛି ଦିନ ପୂର୍ବରୁ ଅଭିନେତା ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହାପରେ ଆଉଜଣେ ଓଲିଉଡର ବଡ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ନିର୍ବାଚନ ଲଢିବେ କି ନାହିଁ କହିଛନ୍ତି। କିଛି ମାସ ତଳେ ସେ ଗୋପାଳପୁରରେ ସକ୍ରିୟ ଥିଲେ। କିନ୍ତୁ ପରେ ନିଜକୁ ସବୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିଲେ । କିନ୍ତୁ ବର୍ତ୍ତମାନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲିଢିବି । ୨୦୧୪ରେ ବ୍ରହ୍ମପୁର ଏମପି ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ୨୦୧୯ରେ ନିର୍ବାଚନ ଲଢି ନ ଥିଲେ । କିନ୍ତୁ ୨୦୨୪ରେ ଦଳର ମୁଖିଆ ସୁଯୋଗ ଦେଲେ ନିହାତି ଲଢିବେ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର ।

The post ନିର୍ବାଚନ ଲଢିବେ ସିଦ୍ଧାନ୍ତ ମହାପାତ୍ର! କହୁ କହୁ ଏମିତି କହିଦେଲେ… appeared first on Dharitri Odia News.