ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ
ଶ୍ରୀନଗର,୨୯।୮: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ତିନିଟି ଭିନ୍ନ ଅପରେଶନରେ ୩ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା ବାହିନୀ କୁପୱାରାର ମାସିଲରେ ସୁରକ୍ଷାବାହିନୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଥିବାବେଳେ ଟାଙ୍ଗଧରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଜୌରୀରେ ଏହି ଏନକାଉଣ୍ଟର ଚାଲିଛି। କୁହାଯାଉଛି ଯେ, ଆତଙ୍କବାଦୀମାନେ ସୀମା ପାର କରି ଅନୁପ୍ରବେଶ କରିଥିଲେ। ଏନକାଉଣ୍ଟର ପରେ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ସର୍ଚ୍ଚ ଅପରେଶନ ଜାରି ରହିଛି। ଟାଙ୍ଗଧର ଭାରତ ଏବଂ ପାକିସ୍ତାନ […] The post ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ appeared first on Dharitri Odia News.
ଶ୍ରୀନଗର,୨୯।୮: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ତିନିଟି ଭିନ୍ନ ଅପରେଶନରେ ୩ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା ବାହିନୀ କୁପୱାରାର ମାସିଲରେ ସୁରକ୍ଷାବାହିନୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଥିବାବେଳେ ଟାଙ୍ଗଧରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଜୌରୀରେ ଏହି ଏନକାଉଣ୍ଟର ଚାଲିଛି। କୁହାଯାଉଛି ଯେ, ଆତଙ୍କବାଦୀମାନେ ସୀମା ପାର କରି ଅନୁପ୍ରବେଶ କରିଥିଲେ। ଏନକାଉଣ୍ଟର ପରେ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ସର୍ଚ୍ଚ ଅପରେଶନ ଜାରି ରହିଛି।
ଟାଙ୍ଗଧର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଇନ ଅଫ କଣ୍ଟ୍ରୋଲ (ଏଲ୍ଓସି) ନିକଟରେ ଅବସ୍ଥିତ। ଏହା ସର୍ବଦା ଟେନସନ୍ର କେନ୍ଦ୍ର ହୋଇଆସୁଛି। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ରୋକିବା ପାଇଁ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ସୁରକ୍ଷା ବାହିନୀ ଏକ ଅଞ୍ଚଳକୁ ଘେରିଯିବା ମାତ୍ରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ।
ଅନ୍ୟପକ୍ଷରେ, ରାଜୌରୀରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି।
The post ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ appeared first on Dharitri Odia News.