ଏହି ସହରରେ ସବୁଠୁ ଅଧିକ ବୁକିଂ ହୋଇଛି OYO ହୋଟେଲ: ରିପୋର୍ଟ
ନୂଆଦିଲ୍ଲୀ: କୋଭିଡ- ୧୯ ପରଠାରୁ ଦେଶର ଧାର୍ମିକ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିଛି। ଯାହା ସିଧା ଫାଇଦା ପହଞ୍ଚାଇଛି ଅନଲାଇନ୍ ମାଧ୍ୟମରେ ହୋଟେଲ ବୁକ୍ କରାଉଥିବା ଆଗ୍ରିଗେଟର ଓୟୋକୁ। ନିକଟରେ ଜାରି ରିପୋର୍ଟ ଅନୁଯାୟୀ, ଓୟୋରେ ସବୁଠୁ ଅଧିକ ହୋଟେଲ ବାରାଣସୀ ଏବଂ ହରିଦ୍ବାରରେ ବୁକିଂ ହୋଇଛି। କେବଳ ସେତିକି ନୁହେଁ ହାଇଦ୍ରାବାଦ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ କୋଲକାତା ଭଳି ସହରରେ ମଧ୍ୟ ଓୟୋର ବୁକିଂ ଖୁବ୍ ଭଲ ରହିଛି। ପାଟନା, ରାଜମୁଣ୍ଡ୍ରି ଏବଂ ହୁବଲି ଭଳି ଛୋଟ ସହରରେ ବୁକିଂ ବାର୍ଷିକ ଆଧାରରେ ୪୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ ହୋଇଛି। ବଢ଼ିଛି ଧାର୍ମିକ ପର୍ଯ୍ୟଟନ ସ୍ଥଳୀରେ ବୁକିଂଓୟୋର ଟାଭେଲପିଡିୟା-୨୦୨୪ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ପୁରୀ, ବାରାଣସୀ ଏବଂ ହରିଦ୍ବାର, ସବୁଠୁ ଅଧିକ ଲୋକପ୍ରିୟ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ଭାବରେ ରହିଛନ୍ତି। ହେଲେ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀରେ ବୁକିଂ କଥା ଦେଖିଲେ, ହାଇଦ୍ରାବାଦ ଆଗରେ ରହିଛି। ଏହା ପଛକୁ ଦେବଘର ପଲାନୀ ଏବଂ ଗୋବର୍ଦ୍ଧନ ରହିଛି। ଉତ୍ତର ପ୍ରଦେଶ ଲୋକପ୍ରିୟ ରାଜ୍ୟଓୟୋ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ କୋଲକାତା ଭଳି ସହର ହୋଟେଲ ବୁକିଂରେ ଶୀର୍ଷରେ ରହିଛନ୍ତି । ପାଟନା, ରାଜମୁଣ୍ଡ୍ରି ଏବଂ ହୁବଲି ଭଳି ଛୋଟ ସହରରେ ବୁକିଂ ବାର୍ଷିକ ଆଧାରରେ ୪୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ରେକର୍
ନୂଆଦିଲ୍ଲୀ: କୋଭିଡ- ୧୯ ପରଠାରୁ ଦେଶର ଧାର୍ମିକ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିଛି। ଯାହା ସିଧା ଫାଇଦା ପହଞ୍ଚାଇଛି ଅନଲାଇନ୍ ମାଧ୍ୟମରେ ହୋଟେଲ ବୁକ୍ କରାଉଥିବା ଆଗ୍ରିଗେଟର ଓୟୋକୁ। ନିକଟରେ ଜାରି ରିପୋର୍ଟ ଅନୁଯାୟୀ, ଓୟୋରେ ସବୁଠୁ ଅଧିକ ହୋଟେଲ ବାରାଣସୀ ଏବଂ ହରିଦ୍ବାରରେ ବୁକିଂ ହୋଇଛି।
କେବଳ ସେତିକି ନୁହେଁ ହାଇଦ୍ରାବାଦ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ କୋଲକାତା ଭଳି ସହରରେ ମଧ୍ୟ ଓୟୋର ବୁକିଂ ଖୁବ୍ ଭଲ ରହିଛି। ପାଟନା, ରାଜମୁଣ୍ଡ୍ରି ଏବଂ ହୁବଲି ଭଳି ଛୋଟ ସହରରେ ବୁକିଂ ବାର୍ଷିକ ଆଧାରରେ ୪୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ ହୋଇଛି।
ବଢ଼ିଛି ଧାର୍ମିକ ପର୍ଯ୍ୟଟନ ସ୍ଥଳୀରେ ବୁକିଂ
ଓୟୋର ଟାଭେଲପିଡିୟା-୨୦୨୪ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ପୁରୀ, ବାରାଣସୀ ଏବଂ ହରିଦ୍ବାର, ସବୁଠୁ ଅଧିକ ଲୋକପ୍ରିୟ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ଭାବରେ ରହିଛନ୍ତି। ହେଲେ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀରେ ବୁକିଂ କଥା ଦେଖିଲେ, ହାଇଦ୍ରାବାଦ ଆଗରେ ରହିଛି। ଏହା ପଛକୁ ଦେବଘର ପଲାନୀ ଏବଂ ଗୋବର୍ଦ୍ଧନ ରହିଛି।
ଉତ୍ତର ପ୍ରଦେଶ ଲୋକପ୍ରିୟ ରାଜ୍ୟ
ଓୟୋ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ କୋଲକାତା ଭଳି ସହର ହୋଟେଲ ବୁକିଂରେ ଶୀର୍ଷରେ ରହିଛନ୍ତି । ପାଟନା, ରାଜମୁଣ୍ଡ୍ରି ଏବଂ ହୁବଲି ଭଳି ଛୋଟ ସହରରେ ବୁକିଂ ବାର୍ଷିକ ଆଧାରରେ ୪୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ ହୋଇଛି।
ସେହିଭଳି କମ୍ପାନି କହିଛି, ଛୁଟି ସମୟରେ ଲୋକଙ୍କ ବୁଲାବୁଲି ଅଧିକ ହୋଇଛି। ଜୟପୁର ପର୍ଯ୍ୟଟକଙ୍କ ମଧ୍ୟରେ ଆକର୍ଷଣ କେନ୍ଦ୍ର ପାଲଟିଥିବାବେଳେ ଗୋଆ, ପୁଡୁଚେରୀ ଏବଂ ମୈସୁର ଭଳି ସ୍ଥାନ ମଧ୍ୟ ପଛରେ ପଡ଼ିନାହାଁନ୍ତି। ଅବଶ୍ୟ ମୁମ୍ବାଇରେ ବୁକିଂରେ ହ୍ରାସ ଦେଖିବାକୁ ମିଳିଛି।