ଚାକିରି ଦେବା ନାଁରେ ଯୁବତୀଙ୍କୁ ଠକି ଦେଲେ ଯୁବକ, ଗିରଫ କଲା ପୋଲିସ
କଟକ: କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ। ଜନୈକ ଯୁବତୀ ଏ ନେଇ କଟକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସତ୍ୟଜିତ ନାୟକ ନାମକ ଜଣେ ୨୪ଵର୍ଷ ଵୟସ୍କ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗାଁର ବୋଲି ଜଣା ପଡିଛି।ଅଭିଯୋଗ ଅନୁସାରେ ଅଭିଯୁକ୍ତ ସତ୍ୟଜିତ୍ ଅଭିଯୋଗକାରିଣୀଙ୍କ ଷ୍ଟୁଡିଓକୁ ଵରାଵର ଯା ଆସ କରନ୍ତି। ପରିଚୟ ସୃଷ୍ଟି ହେଵା ପରେ ଯୁଵକ ଜଣଙ୍କ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ ଚାକିରି ପଦବୀ ପାଇଁ ନିଯୁକ୍ତି ହେଉଥିବା ଯୁବତୀଙ୍କୁ କହିଥିଲେ ଓ ତିନି ଲକ୍ଷ ଟଙ୍କା ଦେଲେ ଚାକିରି ପକ୍କା ମିଳିଵ ଵୋଲି ପ୍ରତିଶ୍ରୁତି ଦେଇଥିଲେ। ଚାକିରି ପ୍ରଲୋଭନରେ ଭଳି ଯୁବତୀ ଜଣଙ୍କ ସତ୍ୟଜିତଙ୍କୁ ତିନି ଲକ୍ଷ ଟଙ୍କା ଦେଇଥିଲେ। ଅଭିଯୁକ୍ତ ସତ୍ୟଜିତ୍ ଯୁବତୀଙ୍କୁ ଜୁନିଅର ଆସିଷ୍ଟାଣ୍ଟ ପଦଵୀର ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ। ତେବେ ସମ୍ପୃକ୍ତ ଯୁବତୀ ନିଯୁକ୍ତି ପତ୍ର ନେଇ କଟକ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଵା ପରେ ନିଯୁକ୍ତି ପତ୍ର ଟି ନକଲି ଥିବା ଜାଣିବାକୁ ପାଇଥିଲେ।ଏ ନେଇ ଯୁବତୀ ସାଇବର ଥାନାରେ ଏତଲା ଦେଇଥିଲେ। ଏ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୂଚନା ଦେଇ କହିଛନ୍ତି, ଚାକିରି ପାଇଁ ଟଙ୍କା ମାଗୁଥିଵା ବ୍ୟକ୍ତିଙ୍କ ବାବଦରେ ଲୋକମାନେ ତୁରନ୍ତ ସ୍ଥାନୀୟ ଥାନାକୁ ଜଣାନ୍ତୁ। ସରକାରୀ ଚାକିରି
କଟକ: କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ। ଜନୈକ ଯୁବତୀ ଏ ନେଇ କଟକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସତ୍ୟଜିତ ନାୟକ ନାମକ ଜଣେ ୨୪ଵର୍ଷ ଵୟସ୍କ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗାଁର ବୋଲି ଜଣା ପଡିଛି।
ଅଭିଯୋଗ ଅନୁସାରେ ଅଭିଯୁକ୍ତ ସତ୍ୟଜିତ୍ ଅଭିଯୋଗକାରିଣୀଙ୍କ ଷ୍ଟୁଡିଓକୁ ଵରାଵର ଯା ଆସ କରନ୍ତି। ପରିଚୟ ସୃଷ୍ଟି ହେଵା ପରେ ଯୁଵକ ଜଣଙ୍କ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ ଚାକିରି ପଦବୀ ପାଇଁ ନିଯୁକ୍ତି ହେଉଥିବା ଯୁବତୀଙ୍କୁ କହିଥିଲେ ଓ ତିନି ଲକ୍ଷ ଟଙ୍କା ଦେଲେ ଚାକିରି ପକ୍କା ମିଳିଵ ଵୋଲି ପ୍ରତିଶ୍ରୁତି ଦେଇଥିଲେ। ଚାକିରି ପ୍ରଲୋଭନରେ ଭଳି ଯୁବତୀ ଜଣଙ୍କ ସତ୍ୟଜିତଙ୍କୁ ତିନି ଲକ୍ଷ ଟଙ୍କା ଦେଇଥିଲେ। ଅଭିଯୁକ୍ତ ସତ୍ୟଜିତ୍ ଯୁବତୀଙ୍କୁ ଜୁନିଅର ଆସିଷ୍ଟାଣ୍ଟ ପଦଵୀର ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ। ତେବେ ସମ୍ପୃକ୍ତ ଯୁବତୀ ନିଯୁକ୍ତି ପତ୍ର ନେଇ କଟକ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଵା ପରେ ନିଯୁକ୍ତି ପତ୍ର ଟି ନକଲି ଥିବା ଜାଣିବାକୁ ପାଇଥିଲେ।
ଏ ନେଇ ଯୁବତୀ ସାଇବର ଥାନାରେ ଏତଲା ଦେଇଥିଲେ। ଏ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୂଚନା ଦେଇ କହିଛନ୍ତି, ଚାକିରି ପାଇଁ ଟଙ୍କା ମାଗୁଥିଵା ବ୍ୟକ୍ତିଙ୍କ ବାବଦରେ ଲୋକମାନେ ତୁରନ୍ତ ସ୍ଥାନୀୟ ଥାନାକୁ ଜଣାନ୍ତୁ। ସରକାରୀ ଚାକିରି ପାଇଁ କୈ।ଣସି ସର୍ଟକର୍ଟ ନାହିଁ।ଯଦି ଏଭଳି କେହି ପ୍ରତିଶ୍ରୁତି ଦେଉଛନ୍ତି, ତେବେ ଅଭିଯୋଗ ଆଣିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର କହିଛନ୍ତି।