ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର: ସନୁ ବେହେରା ଜିତିଲେ ମାରୁତି ସ୍ବିଫ୍ଟ କାର୍‌

ଭୁବନେଶ୍ୱର,୨୩ା୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୁଚି ଫୁଡ୍‌ଲାଇନର ବହୁ ପ୍ରତୀକ୍ଷିତ ଯୋଜନା ‘ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର’ରେ ଜଣଙ୍କୁ କାର୍‌ ଓ ୫ ଜଣ ଗ୍ରାହକଙ୍କୁ ଇ-ସ୍କୁଟର ପୁରସ୍କାର ସ୍ବରୂପ ଏହି ଉପହାରମାନ ପ୍ରଦାନ କରାଯାଇଛି। ରୁଚି ଫୁଡ୍‌ଲାଇନ ପକ୍ଷରୁ ଶନିବାର ଭୁବନେଶ୍ୱରଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅନୁଗୋଳ ସହରର ସନୁ ବେହେରାଙ୍କୁ ପ୍ରଥମ ପୁରସ୍କାର ସ୍ବରୂପ ମାରୁତି ସ୍ବିଫ୍ଟ କାର୍‌ ପ୍ରଦାନ କରାଯାଇଥିଲାବେଳେ କେନ୍ଦୁଝର ଜିଲା ବଡ଼ବିଲ୍‌ର ଇନ୍ଦୁମତୀ […] The post ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର: ସନୁ ବେହେରା ଜିତିଲେ ମାରୁତି ସ୍ବିଫ୍ଟ କାର୍‌ appeared first on Dharitri Odia News.

ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର: ସନୁ ବେହେରା ଜିତିଲେ ମାରୁତି ସ୍ବିଫ୍ଟ କାର୍‌

ଭୁବନେଶ୍ୱର,୨୩ା୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୁଚି ଫୁଡ୍‌ଲାଇନର ବହୁ ପ୍ରତୀକ୍ଷିତ ଯୋଜନା ‘ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର’ରେ ଜଣଙ୍କୁ କାର୍‌ ଓ ୫ ଜଣ ଗ୍ରାହକଙ୍କୁ ଇ-ସ୍କୁଟର ପୁରସ୍କାର ସ୍ବରୂପ ଏହି ଉପହାରମାନ ପ୍ରଦାନ କରାଯାଇଛି। ରୁଚି ଫୁଡ୍‌ଲାଇନ ପକ୍ଷରୁ ଶନିବାର ଭୁବନେଶ୍ୱରଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅନୁଗୋଳ ସହରର ସନୁ ବେହେରାଙ୍କୁ ପ୍ରଥମ ପୁରସ୍କାର ସ୍ବରୂପ ମାରୁତି ସ୍ବିଫ୍ଟ କାର୍‌ ପ୍ରଦାନ କରାଯାଇଥିଲାବେଳେ କେନ୍ଦୁଝର ଜିଲା ବଡ଼ବିଲ୍‌ର ଇନ୍ଦୁମତୀ ସାହୁ, ବାଲେଶ୍ୱର ଜିଲା ସୋରର ତିଳୋତ୍ତମା ନାୟକ, ମୟୂରଭଞ୍ଜ ଜିଲା ବିଶୋଇର ବାବୁଲା ପାତ୍ର, ବ୍ରହ୍ମପୁରର ବୈଷ୍ଣବୀ ସାମନ୍ତରା, ରାୟଗଡ଼ାର ବାର୍ଥଲୋମି ସେନାପତିଙ୍କୁ ଇ-ସ୍କୁଟର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ଏହି ଅବସରରେ ରୁଚିର ମାର୍କେଟିଂ ହେଡ୍‌ ଦେବବ୍ରତ ପଟ୍ଟନାୟକ ରୁଚି ଫୁଡ୍‌ଲାଇନ୍‌ର ନୂତନ ଇ-କମର୍ସ ପ୍ଳାଟ୍‌ଫର୍ମ ଏବଂ ମୋବାଇଲ ଆପ୍‌ ‘ରୁଚି ଷ୍ଟୋର’କୁ ଅନାବାରଣ କରିଥିଲେ।

ସେହିଭଳି ଏକ ବାର୍ତ୍ତା ଜରିଆରେ ବିଶିଷ୍ଟ ଉଦ୍ୟୋଗୀ ତଥା ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଥିଲେ, ଓଡ଼ିଶାର ୧ ନମ୍ବର ମସଲା ବ୍ରାଣ୍ଡ୍‌ ଭାବେ ବହୁ ଲୋକପ୍ରିୟତା ଅର୍ଜନ କରିଥିବା ରୁଚି ଉଦ୍ୟୋଗ ୪୯ବର୍ଷର ଯାତ୍ରା ମଧ୍ୟରେ କୋଟି କୋଟି ଗ୍ରାହକଙ୍କର ବିଶ୍ୱସନୀୟତାକୁ ପାଥେୟକରି ଅନେକ ସଫଳତା ପାଇଛି ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଥିଲେ। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଗ୍ରାହକମାନଙ୍କ ପାଇଁ ଓଡ଼ିଶାରେ ଏହା ଏକ ବଡ଼ ପୁରସ୍କାର ଏବଂ ଜାତୀୟସ୍ତରରେ ନିଜର ଗୁଣବତ୍ତା ଓ ସଫଳତା ପାଇଁ ରୁଚି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଅତିଥି ଭାବେ ଯୋଗଦେଇ ରୁଚିର ନିର୍ଦ୍ଦେଶିକା ରଶ୍ମୀ ସାହୁ, ସଲିନା ସାହୁ ଓ ରୁଚିର ନିର୍ଦ୍ଦେଶକ ଡ.ସୌରେନ୍ଦ୍ର କୁମାର ମହାପାତ୍ର କହିଥିଲେ। ଅନ୍ୟତମ ଅତିଥି ଭାବେ ରୁଚିର ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ ଏବଂ ବିତରକମାନେ ଯୋଗଦେଇଥିଲେ।

The post ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର: ସନୁ ବେହେରା ଜିତିଲେ ମାରୁତି ସ୍ବିଫ୍ଟ କାର୍‌ appeared first on Dharitri Odia News.