ଜୀବନରେ ସୁଖଶାନ୍ତି ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ୫ ଉପାୟ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଆଜି ଏସବୁ ନୀତି ଲୋକଙ୍କ ମାର୍ଗଦର୍ଶନ କରିଆସୁଛି। ବିଶେଷକରି ଜୀବନକୁ ସହଜ ଏବଂ ସରଳ କରିବାକୁ ନେଇ ଚାଣକ୍ୟ ଅନେକ ଉପାୟ କହିଛନ୍ତି। ଯେପରିକି: ଯାହା ବିତିଗଲା ତାକୁ ଭୁଲିଯାଆନ୍ତୁ: ଚାଣକ୍ୟ କୁହନ୍ତି ଜଣେ ଯଦି ଜୀବନରେ ସୁଖ ଶାନ୍ତି ଚାହାନ୍ତି ତେବେ ଯାହା ବିତିଯାଇଛି ତାକୁ ଭୁଲିଯାଆନ୍ତୁ। ଯଦି କେହି ଅତୀତକୁ ବାରମ୍ବାର […] The post ଜୀବନରେ ସୁଖଶାନ୍ତି ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ୫ ଉପାୟ… appeared first on Dharitri Odia News.

ଜୀବନରେ ସୁଖଶାନ୍ତି ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ୫ ଉପାୟ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଆଜି ଏସବୁ ନୀତି ଲୋକଙ୍କ ମାର୍ଗଦର୍ଶନ କରିଆସୁଛି। ବିଶେଷକରି ଜୀବନକୁ ସହଜ ଏବଂ ସରଳ କରିବାକୁ ନେଇ ଚାଣକ୍ୟ ଅନେକ ଉପାୟ କହିଛନ୍ତି। ଯେପରିକି:

ଯାହା ବିତିଗଲା ତାକୁ ଭୁଲିଯାଆନ୍ତୁ: ଚାଣକ୍ୟ କୁହନ୍ତି ଜଣେ ଯଦି ଜୀବନରେ ସୁଖ ଶାନ୍ତି ଚାହାନ୍ତି ତେବେ ଯାହା ବିତିଯାଇଛି ତାକୁ ଭୁଲିଯାଆନ୍ତୁ। ଯଦି କେହି ଅତୀତକୁ ବାରମ୍ବାର ମନେ ପକାଇଥାଏ, ତେବେ ତାକୁ କଷ୍ଟ ହୋଇଥାଏ। ଫଳରେ ବର୍ତ୍ତମାନକୁ ଜଣେ ନଷ୍ଟ କରିଦେଇଥାଏ।

ଭୁଲ ଉପାୟରେ ଧନ ଅର୍ଜନ କରନ୍ତୁ ନାହିଁ: ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଚରିତ୍ରକୁ ନଷ୍ଟ କରି ଟଙ୍କା ରୋଜଗାର କରିଥାନ୍ତି ସେମାନେ ଜୀବନରେ କେବେ ହେଲେ ସଫଳ ହୁଅନ୍ତି ନାହିଁ। ସେମାନେ ଜୀବନରେ ଯନ୍ତ୍ରଣା ଭୋଗିଥାନ୍ତି। ଏଥିଲାଗି ସର୍ବଦା ଉତ୍ତମ ଉଦ୍ଦେଶ୍ୟ ଏବଂ କଠିନ ପରିଶ୍ରମ ସହ ରୋଜଗାର କରିବା ଉଚିତ। ଯେଉଁ ଟଙ୍କା ରୋଜଗାର କରିବାକୁ ଶତ୍ରୁର ଚାଟୁକାର ହେବାକୁ ପଡ଼େ, ସେଥିରେ କିଛି ଲାଭ ନାହିଁ।

ଦୁଷ୍ଟମାନଙ୍କ ପ୍ରତି ସାବଧାନ ରୁହ: ଚାଣକ୍ୟ କୁହନ୍ତି ଜଣେ ସର୍ବଦା ନିଜ ଜୀବନରେ ଥିବା ଖରାପ ଲୋକଙ୍କଠାରୁ ଦୂରରେ ରହିବା ଉଚିତ। କାରଣ ଯଦି ସେମାନେ ତୁମ ସହିତ ରହନ୍ତି ତେବେ ତୁମର ଜୀବନ ଦୁଃଖରେ ପରିପୂର୍ଣ୍ଣ ହୋଇଯିବ।

ଏପରି ଲୋକଙ୍କଠାରୁ ଦୂରରେ ରୁହନ୍ତି ଲକ୍ଷ୍ମୀ: ଚାଣକ୍ୟ କୁହନ୍ତି, ଲକ୍ଷ୍ମୀ ସର୍ବଦା ଏଭଳି ଲୋକଙ୍କଠାରୁ ଦୂରେଇ ରୁହନ୍ତି ଯାହାର ଦାନ୍ତ ସଫା ନ ଥାଏ, ଯେଉଁମାନେ ପରିଷ୍କାର ପୋଷାକ ପିନ୍ଧନ୍ତି ନାହିଁ ଏବଂ କଠୋର ଶବ୍ଦ କୁହନ୍ତି। ଏପରି ବ୍ୟକ୍ତିତ୍ୱ ଯେତେ ବଡ଼ ହେଲେ ମଧ୍ୟ ଲକ୍ଷ୍ମୀଙ୍କ ଆଶୀର୍ବାଦ କେବେବି ପ୍ରାପ୍ତ ହୁଏ ନାହିଁ।

ତୁମର ଦୁର୍ବଳତା ଅନ୍ୟକୁ ଦେଖାନ୍ତୁ ନାହିଁ: ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତି ନିଜର ଦୁର୍ବଳତା କେବେବି ଅନ୍ୟକୁ ଦେଖାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଜଣେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏପରିକି ତୁମର ଶତ୍ରୁ ଯେକୌଣସି ସମୟରେ ତୁମର ଦୁର୍ବଳତାର ଫାଇଦା ଉଠାଇ ପାରନ୍ତି।

The post ଜୀବନରେ ସୁଖଶାନ୍ତି ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ୫ ଉପାୟ… appeared first on Dharitri Odia News.