ବିଭିନ୍ନ ଶୈବ ପୀଠରେ ଶିବରାତ୍ରି ଓ ଯାଗର ଯାତ୍ର

ସମ୍ବଲପୁର:ମହାଶିବରାତ୍ରିରେ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ।ଏହି ଅବସରରେ ପ୍ରସିଦ୍ଧ ବକ୍ର ମନ୍ଦିର ହୁମାରେ ଆଜି ମହାଶିବରାତ୍ରି ମେଳା ଅନୁଷ୍ଠିତ ହୋଇଯାଇଛି l ଆଜି ଦିନ ସାରା ହଜାର ହଜାର ସଂଖ୍ୟକ ଭକ୍ତ ଲମ୍ବା ଧାଡିରେ ରହି ବାବା ବିମଲେଶ୍ବରଙ୍କ ଦର୍ଶନ କରିଛନ୍ତି l ରାତ୍ରି ରେ ମଧ୍ୟ ସମାନ ପରିମାଣରେ ଭକ୍ତ ରୀତିନୀତିରେ ରାତ୍ରି ଉଜାଗର ରହିଥିଲେ l ରାତ୍ର 9ରେ ହୋତା ବରଣ, ରାତ୍ର ୧୧ଟାରେ ଭଗବାନ ଶିବ ପାର୍ବତୀଙ୍କ ଷୋହଳ ପୂଜା କରାଯାଇଛି […] The post ବିଭିନ୍ନ ଶୈବ ପୀଠରେ ଶିବରାତ୍ରି ଓ ଯାଗର ଯାତ୍ର appeared first on Odisha.News.

ବିଭିନ୍ନ ଶୈବ ପୀଠରେ ଶିବରାତ୍ରି ଓ ଯାଗର ଯାତ୍ର

ସମ୍ବଲପୁର:ମହାଶିବରାତ୍ରିରେ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ।ଏହି ଅବସରରେ ପ୍ରସିଦ୍ଧ ବକ୍ର ମନ୍ଦିର ହୁମାରେ ଆଜି ମହାଶିବରାତ୍ରି ମେଳା ଅନୁଷ୍ଠିତ ହୋଇଯାଇଛି l ଆଜି ଦିନ ସାରା ହଜାର ହଜାର ସଂଖ୍ୟକ ଭକ୍ତ ଲମ୍ବା ଧାଡିରେ ରହି ବାବା ବିମଲେଶ୍ବରଙ୍କ ଦର୍ଶନ କରିଛନ୍ତି l ରାତ୍ରି ରେ ମଧ୍ୟ ସମାନ ପରିମାଣରେ ଭକ୍ତ ରୀତିନୀତିରେ ରାତ୍ରି ଉଜାଗର ରହିଥିଲେ l ରାତ୍ର 9ରେ ହୋତା ବରଣ, ରାତ୍ର ୧୧ଟାରେ ଭଗବାନ ଶିବ ପାର୍ବତୀଙ୍କ ଷୋହଳ ପୂଜା କରାଯାଇଛି l ପୂଜା ସରିବା ପରେ ମହାଦୀପ ଉଠିବା ସହ ବିମଲେଶ୍ୱର ବାବାଙ୍କୁ ବିମାନରେ ବସାଇ ତିନିଥର ମନ୍ଦିର ବେଳା ପରିକ୍ରମା କରାଯାଇଥିଲା l ପରିକ୍ରମା ପରେ ମହାଦୀପ ବେହେରାଙ୍କୁ ଅର୍ପଣ କରାଯାଇଥିଲା l ବେହେରା ସେହି ମହାଦୀପକୁ ମନ୍ଦିର ଉପରେ ଅବସ୍ଥାପିତ କରିବା ସହ ଭୋର ୪.୩୦ଟାରେ ମନ୍ଦିର ଚୁଡାରେ ଧ୍ବଜା ବନ୍ଧନ କରିଥିଲେ l ସକାଳ ୫ଟାରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ହୋଇଥିଲା l ଏହି ଅବସରରେ ହୁମା ଠାରେ ହୁମା ମେଳା ଲାଗିଛି ଏହା ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ୭ଦିନ ଧରି ଅନୁଷ୍ଠିତ ହେବ l
ସେହିପରି ଖଲିଆପାଲିର ଜଳେଶ୍ୱର ବାବା,ମାନେଶ୍ୱରର ମାନଧାତା ବାବା,କଲପାର କଳ୍ପରଶ୍ୱର ବାବା,ପଧାନପାଲିର ବିପ୍ରପେଶ୍ୱର ବାବା,ନିଳଡୁଙ୍ଗରୀର ନିଳ କଣ୍ଠେଶ୍ୱର ବାବାଙ୍କ ସହିତ ବଡତୁରାଙ୍ଗ,ବାହାମ,ପଟୁଆମହାନ,ଯୁଯୋମୁରା ପ୍ରଭୃତି ଶୈବପୀଠରେ ଉତ୍ସାହର ସହିତ ମହା ଶିବରାତ୍ର ଉତ୍ସବ ପାଳନ ହେବା ସହିତ ସବୁଠି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

The post ବିଭିନ୍ନ ଶୈବ ପୀଠରେ ଶିବରାତ୍ରି ଓ ଯାଗର ଯାତ୍ର appeared first on Odisha.News.