ଯାତ୍ରୀବାହୀ ବସ୍କୁ ପିଟିଲା ଲୁହାଛଡ଼ ବୋଝେଇ ପିକ୍ଅପ୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ
ଜି.ଉଦୟଗିରି, ୧୯।୩( ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା କଳିଙ୍ଗା ଜି.ଉଦୟଗିରି ମଧ୍ୟରେ ଥିବା ମାଲାନ ସୁଗା ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ମିନି ବସ ସହ ଲୁହା ଛଡ଼ ବୋଝେଇ ମାକ୍ସ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଦିକନ୍ଦ ପଣ୍ଡା। ସୂଚନାନୁଯାୟୀ, ‘ସିଲକ ସଫାରୀ’ ନାମକ ଯାତ୍ରୀବାହୀ ମିନି ବସ (OR-୦୨ AX -୯୨୭୪) ଜି.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିଲା। […] The post ଯାତ୍ରୀବାହୀ ବସ୍କୁ ପିଟିଲା ଲୁହାଛଡ଼ ବୋଝେଇ ପିକ୍ଅପ୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ appeared first on Dharitri Odia News.
ଜି.ଉଦୟଗିରି, ୧୯।୩( ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା କଳିଙ୍ଗା ଜି.ଉଦୟଗିରି ମଧ୍ୟରେ ଥିବା ମାଲାନ ସୁଗା ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ମିନି ବସ ସହ ଲୁହା ଛଡ଼ ବୋଝେଇ ମାକ୍ସ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଦିକନ୍ଦ ପଣ୍ଡା।
ସୂଚନାନୁଯାୟୀ, ‘ସିଲକ ସଫାରୀ’ ନାମକ ଯାତ୍ରୀବାହୀ ମିନି ବସ (OR-୦୨ AX -୯୨୭୪) ଜି.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିଲା। ସେହିଭଳି ଲୁହା ଛଡ଼ ବୋଝେଇ ମାକ୍ସ ପିକଅପ ଭ୍ୟାନ (OD-୩୩-AA -୯୭୮୮) ଭୁବନେଶ୍ୱରରୁ ବାଲିଗୁଡ଼ା ଅଭିମୁଖେ ଆସୁଥିଲା। ଦିନ ଗୋଟାଏ ପାଖାପାଖି ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସ ଡ୍ରାଇଭର ଆଦିକନ୍ଦଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଜି.ଉଦୟଗିରି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ହେଲେ ଭଞ୍ଜନଗର ପାଖାପାଖି ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ପରେ ଭଞ୍ଜନଗର ହସ୍ପିଟାଲରେ ତାଙ୍କୁ ଦେଖାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
ମୃତ ଡ୍ରାଇଭର ଆଦିକନ୍ଧଙ୍କ ଘର ଜି.ଉଦୟଗିରି ସହରରେ। ଅପରପକ୍ଷେ ବସରେ ବସିଥିବା ଦଶରୁ ଊର୍ଦ୍ଧ୍ୱ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ପିକଅପ ଭ୍ୟାନ୍ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଜି ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଉଛ। ଦୁର୍ଘ ଟଣା ସ୍ଥଳରେ ଜି.ଉଦୟଗିରି ପୋଲିସ ଏସ୍ଆଇ ଅନନ୍ତ କୁମାର ପ୍ରଧାନ ଏବଂ ଟିମ୍ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବା ସହ ଘଟଣାର ତଦନ୍ତ କରୁଛନ୍ତି ।
The post ଯାତ୍ରୀବାହୀ ବସ୍କୁ ପିଟିଲା ଲୁହାଛଡ଼ ବୋଝେଇ ପିକ୍ଅପ୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ appeared first on Dharitri Odia News.