ବରପୁତ୍ରଙ୍କୁ ଅସମ୍ମାନ, ସାରୁବଣରେ ମଧୁବାବୁଙ୍କ ଭଗ୍ନ ପ୍ରତିମୂର୍ତ୍ତି
ସାଲେପୁର: ସାରୁ ବଣରେ ଭଙ୍ଗା ଦଦରା ଅବସ୍ଥାରେ ଓଡ଼ିଆ ଅସ୍ମିତାର ପରିଚୟ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି । ଏଭଳି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ସିଢୋ ପଂଚୟତ ଛୋଟୀ ନଟରା ପ୍ରାଥମିକ ବିଦ୍ୟାଳୟ ପରିସରରେ। ଖାଲି ସେତିକି ନୁହେଁ ଅନେକ ଦିନ ହେବ ପ୍ରତିମୂର୍ତ୍ତି ଭାଙ୍ଗି ଯାଇଥିଲେ ମଧ୍ୟ ତାକୁ ମରାମତି ନକରି କେବଳ କାଦୁଅ ବୋଳି ଦିଆଯାଇଛି। ଆଉ ପ୍ରତିମୂର୍ତ୍ତି ରହିଥିବା କୋଠରୀ କଥା ନ କହିବା ଭଲ। ଘଟଣାକୁ ଗୁରୁତର ଭାବେ ନେଇ ସ୍ଥାନୀୟ ଯୁବକମାନେ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରିଥିଲେ ମଧ୍ୟ ପ୍ରଧାନଶିକ୍ଷକ ସେ କଥାକୁ କର୍ଣ୍ଣପାତ ନକରିବା ସହ ସେମାନଙ୍କୁ ବିଭିନ୍ନ କଥା କହି ଏଡାଇଦେଇଥିଲେ। ଏମିତିରେ ସ୍ଥାନୀୟ ଯୁବକମାନେ ଘଟଣାରେ କାର୍ଯ୍ୟାନୁଷ୍ଠାନ ସହ ସାତ ଦିନ ଭିତରେ ପ୍ରତିମୂର୍ତ୍ତି ପାଇଁ ସ୍ଥାୟୀ ସମାଧାନ ଦାବି କରିଛନ୍ତି। ଆଉ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।
ସାଲେପୁର: ସାରୁ ବଣରେ ଭଙ୍ଗା ଦଦରା ଅବସ୍ଥାରେ ଓଡ଼ିଆ ଅସ୍ମିତାର ପରିଚୟ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି । ଏଭଳି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ସିଢୋ ପଂଚୟତ ଛୋଟୀ ନଟରା ପ୍ରାଥମିକ ବିଦ୍ୟାଳୟ ପରିସରରେ।
ଖାଲି ସେତିକି ନୁହେଁ ଅନେକ ଦିନ ହେବ ପ୍ରତିମୂର୍ତ୍ତି ଭାଙ୍ଗି ଯାଇଥିଲେ ମଧ୍ୟ ତାକୁ ମରାମତି ନକରି କେବଳ କାଦୁଅ ବୋଳି ଦିଆଯାଇଛି। ଆଉ ପ୍ରତିମୂର୍ତ୍ତି ରହିଥିବା କୋଠରୀ କଥା ନ କହିବା ଭଲ। ଘଟଣାକୁ ଗୁରୁତର ଭାବେ ନେଇ ସ୍ଥାନୀୟ ଯୁବକମାନେ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରିଥିଲେ ମଧ୍ୟ ପ୍ରଧାନଶିକ୍ଷକ ସେ କଥାକୁ କର୍ଣ୍ଣପାତ ନକରିବା ସହ ସେମାନଙ୍କୁ ବିଭିନ୍ନ କଥା କହି ଏଡାଇଦେଇଥିଲେ।
ଏମିତିରେ ସ୍ଥାନୀୟ ଯୁବକମାନେ ଘଟଣାରେ କାର୍ଯ୍ୟାନୁଷ୍ଠାନ ସହ ସାତ ଦିନ ଭିତରେ ପ୍ରତିମୂର୍ତ୍ତି ପାଇଁ ସ୍ଥାୟୀ ସମାଧାନ ଦାବି କରିଛନ୍ତି। ଆଉ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।