ଲୁଟ୍ ପାଇଁ କରୁଥିଲେ ବ୍ଲୁ-ପ୍ରିଣ୍ଟ, ଚଢାଉ କରି ୬ ଡକାୟତଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର ୩୦।୦୩ : ଡକାୟତି ଉଦ୍ୟମ ପଣ୍ଡ । ଭୁବନେଶ୍ୱର ସହିଦ ନଗର ଥାନା ଅଞ୍ଚଳରୁ ୬ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଏକ ବ୍ୟବସାୟିକ ପ୍ରତିଷ୍ଠାନାରେ ବଡ଼ଧରଣର ଡକାୟତି ପାଇଁ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ ସୂଚନା ପାଇବା ପରେ ଉକ୍ତସ୍ଥାନରେ ଚଢାଉ କରିଥିଲା । ଆଉ ଏହି ଚଢାଉରେ ୬ ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନକଲି ବନ୍ଧୁକ, ଖଣ୍ଡା, ଭୁଜାଲି, ଲଙ୍କାଗୁଣ୍ଡ ଓ ବାଇକ୍ ଜବତ କରିଛି । ତେବେ ଏହି ଲୁଟ୍ ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।
ଭୁବନେଶ୍ୱର ୩୦।୦୩ : ଡକାୟତି ଉଦ୍ୟମ ପଣ୍ଡ । ଭୁବନେଶ୍ୱର ସହିଦ ନଗର ଥାନା ଅଞ୍ଚଳରୁ ୬ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ଏକ ବ୍ୟବସାୟିକ ପ୍ରତିଷ୍ଠାନାରେ ବଡ଼ଧରଣର ଡକାୟତି ପାଇଁ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ ସୂଚନା ପାଇବା ପରେ ଉକ୍ତସ୍ଥାନରେ ଚଢାଉ କରିଥିଲା । ଆଉ ଏହି ଚଢାଉରେ ୬ ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନକଲି ବନ୍ଧୁକ, ଖଣ୍ଡା, ଭୁଜାଲି, ଲଙ୍କାଗୁଣ୍ଡ ଓ ବାଇକ୍ ଜବତ କରିଛି । ତେବେ ଏହି ଲୁଟ୍ ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।