ବିବାହ ବନ୍ଧନରେ ବାନ୍ଧି ହେଲେ ଗାୟକ ଦର୍ଶନ ରାୱଲ, ସାମ୍ନାକୁ ଆସିଲା ୱେଡିଂ ଫଟୋ

ମୁମ୍ଵାଇ ୧୯।୦୧; ହାତକୁ ଦୁଇ ହାତ ହୋଇଛନ୍ତି ପ୍ରସିଦ୍ଧ ଗାୟକ ଦର୍ଶନ ରାୱଲ। ଶନିବାର ତାଙ୍କ ବିବାହର କିଛି ଫଟୋ ସେୟାର କରି ସମସ୍ତଙ୍କୁ ସରପ୍ରାଇଜ୍ କରିଛନ୍ତି। ଦର୍ଶନ ତାଙ୍କର ବେଷ୍ଟ-ଫ୍ରେଣ୍ଡ ଧରଲ ସୁରେଲିଆଙ୍କୁ ବିବାହ କରିଛନ୍ତି। ଗାୟକ ଏହି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି।  ଯେଉଁଠାରେ ସେ ତାଙ୍କ ବିବାହର ଫଟୋ ପୋଷ୍ଟ କରି ଲେଖିଛନ୍ତି, 'ବେଷ୍ଟ ଫ୍ରେଣ୍ଡ ଫର୍ ଏଭର।' View this post on InstagramA post shared by Darshan Raval (@darshanravaldz)ବିବାହର ଏହି ଫଟୋରେ ଉଭୟ ଦର୍ଶନ ଏବଂ ତାଙ୍କ ପତ୍ନୀ ଧରଲ ସୁରେଲିଆ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଧରଲ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି, ଯାହା ସୁନ୍ଦର ଏମ୍ବ୍ରୋଡୋରୀରେ ସଜାଯାଇଛି। ସେ ବ୍ରାଇଡାଲ୍ ଅଳଙ୍କାର, ଅଳ୍ପ ମେକ-ଅପ୍ ଏବଂ ସୁନ୍ଦର ଭାବରେ ବନ୍ଧା ହୋଇଥିବା କେଶ ସହିତ ନିଜର ଲୁକକୁ ଖୁବ୍ ଆକର୍ଷଣୀୟ କରିଛନ୍ତି। ଅନ୍ୟପଟେ ଦର୍ଶନଙ୍କୁ ଧଳା ରଙ୍ଗର ଶେରୱାନିରେ ଦେଖିବାକୁ ମିଳିଥିଲା। ସେ ବହୁତ ହ୍ୟାଣ୍ଡସମ ଦେଖାଯାଉଥିଲେ। ଦୁହେଁ ବହୁତ ଖୁସି ଥିବା ବେଳେ , କ୍ୟାଣ୍ଡିଡ୍‌ ପୋଜ୍ ଦେଇଛନ୍ତି। ଦର୍ଶନ ରାୱଲଙ୍କ ପତ୍ନୀ ଧରଲ ସୁରେଲିଆଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ପେସାଦାର ଆର୍କିଟେକ୍ ଡିଜାଇନର୍। ଧରଲ ବୈବସନ କଲେଜରୁ ପାଠ ପଢ଼ିଛନ୍ତି ଏବଂ ଉଦ୍ୟୋଗରେ ତାଙ୍କର ରୁଚି। ସେ ବଟର କନସେପ୍ଟ ନାମକ ଏକ ଡିଜାଇନ୍ ଫାର୍ମର ପ୍ରତିଷ୍ଠାତା ମଧ୍ୟ। ତ

ବିବାହ ବନ୍ଧନରେ ବାନ୍ଧି ହେଲେ ଗାୟକ ଦର୍ଶନ ରାୱଲ, ସାମ୍ନାକୁ ଆସିଲା ୱେଡିଂ ଫଟୋ

ମୁମ୍ଵାଇ ୧୯।୦୧; ହାତକୁ ଦୁଇ ହାତ ହୋଇଛନ୍ତି ପ୍ରସିଦ୍ଧ ଗାୟକ ଦର୍ଶନ ରାୱଲ। ଶନିବାର ତାଙ୍କ ବିବାହର କିଛି ଫଟୋ ସେୟାର କରି ସମସ୍ତଙ୍କୁ ସରପ୍ରାଇଜ୍ କରିଛନ୍ତି। ଦର୍ଶନ ତାଙ୍କର ବେଷ୍ଟ-ଫ୍ରେଣ୍ଡ ଧରଲ ସୁରେଲିଆଙ୍କୁ ବିବାହ କରିଛନ୍ତି। ଗାୟକ ଏହି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି।  ଯେଉଁଠାରେ ସେ ତାଙ୍କ ବିବାହର ଫଟୋ ପୋଷ୍ଟ କରି ଲେଖିଛନ୍ତି, 'ବେଷ୍ଟ ଫ୍ରେଣ୍ଡ ଫର୍ ଏଭର।' 

ବିବାହର ଏହି ଫଟୋରେ ଉଭୟ ଦର୍ଶନ ଏବଂ ତାଙ୍କ ପତ୍ନୀ ଧରଲ ସୁରେଲିଆ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଧରଲ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି, ଯାହା ସୁନ୍ଦର ଏମ୍ବ୍ରୋଡୋରୀରେ ସଜାଯାଇଛି। ସେ ବ୍ରାଇଡାଲ୍ ଅଳଙ୍କାର, ଅଳ୍ପ ମେକ-ଅପ୍ ଏବଂ ସୁନ୍ଦର ଭାବରେ ବନ୍ଧା ହୋଇଥିବା କେଶ ସହିତ ନିଜର ଲୁକକୁ ଖୁବ୍ ଆକର୍ଷଣୀୟ କରିଛନ୍ତି। ଅନ୍ୟପଟେ ଦର୍ଶନଙ୍କୁ ଧଳା ରଙ୍ଗର ଶେରୱାନିରେ ଦେଖିବାକୁ ମିଳିଥିଲା। ସେ ବହୁତ ହ୍ୟାଣ୍ଡସମ ଦେଖାଯାଉଥିଲେ। ଦୁହେଁ ବହୁତ ଖୁସି ଥିବା ବେଳେ , କ୍ୟାଣ୍ଡିଡ୍‌ ପୋଜ୍ ଦେଇଛନ୍ତି। 

ଦର୍ଶନ ରାୱଲଙ୍କ ପତ୍ନୀ ଧରଲ ସୁରେଲିଆଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ପେସାଦାର ଆର୍କିଟେକ୍ ଡିଜାଇନର୍। ଧରଲ ବୈବସନ କଲେଜରୁ ପାଠ ପଢ଼ିଛନ୍ତି ଏବଂ ଉଦ୍ୟୋଗରେ ତାଙ୍କର ରୁଚି। ସେ ବଟର କନସେପ୍ଟ ନାମକ ଏକ ଡିଜାଇନ୍ ଫାର୍ମର ପ୍ରତିଷ୍ଠାତା ମଧ୍ୟ। ତାଙ୍କର ବୃତ୍ତିଗତ ଜୀବନ ବିଷୟରେ ସୂଚନା ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲରୁ ମିଳିଛି। ଯେଉଁଠାରେ ସେ ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବରେ ଉପସ୍ଥାପନ କରିଛନ୍ତି। ଦର୍ଶନ ରାୱଲଙ୍କ ବିବାହ ଖବର ପାଇବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ତଥା ଶୁଭେଚ୍ଛୁମାନଙ୍କ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଦର୍ଶନଙ୍କ ସ୍ୱର ଏବଂ ତାଙ୍କ ଗୀତ ସବୁବେଳେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଆସୁଛି। 

‘Student Of The Year 3’ରେ ନଜର ଆସିବେ ଅଲାୟା ଓ ଶନାୟା, ନିର୍ଦ୍ଦେଶନା ଦେବେ ରିମା ମାୟା