ପୁରୀରେ ଦଳାଚକଟା ମୃତ୍ୟୁ: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ସ୍ଥଗିତ
ଭୁବନେଶ୍ୱର,୨୯।୬: ପୁରୀରେ ରଥଟଣା ପରେ ଶନିବାର ବିଳମ୍ବିତ ରାତିରେ ଦଳାଚକଟା ଘଟଣାକୁ ନେଇ ସରକାର ଅଡୁଆ ପରିସ୍ଥିତିରେ ପଡିଥିଲା ବେଳେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଜନଶୁଣାଣୀ ଶିବିର ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି ଯେ, ଆସନ୍ତା ୩୦ ଜୁନ ୨୦୨୫ (ସୋମବାର) ଦିନ ଭୁବନେଶ୍ୱରର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟ) ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନଶୁଣାଣୀ […] The post ପୁରୀରେ ଦଳାଚକଟା ମୃତ୍ୟୁ: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ସ୍ଥଗିତ appeared first on Dharitri Odia News.
ଭୁବନେଶ୍ୱର,୨୯।୬: ପୁରୀରେ ରଥଟଣା ପରେ ଶନିବାର ବିଳମ୍ବିତ ରାତିରେ ଦଳାଚକଟା ଘଟଣାକୁ ନେଇ ସରକାର ଅଡୁଆ ପରିସ୍ଥିତିରେ ପଡିଥିଲା ବେଳେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଜନଶୁଣାଣୀ ଶିବିର ସ୍ଥଗିତ ରଖାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି ଯେ, ଆସନ୍ତା ୩୦ ଜୁନ ୨୦୨୫ (ସୋମବାର) ଦିନ ଭୁବନେଶ୍ୱରର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟ) ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନଶୁଣାଣୀ ଶିବିର ଅନିବାର୍ଯ୍ୟ କାରଣ ହେତୁ ସ୍ଥଗିତ ରହିଛି।
ଏହି ଜନଶୁଣାଣୀ ପାଇଁ ଅନଲାଇନରେ ପଞ୍ଜିକରଣ କରିଥିବା ଜନସାଧାରଣଙ୍କ ଅଭିଯୋଗଗୁଡିକ ପରବର୍ତ୍ତୀ ଜନଶୁଣାଣୀ ଶିବିରରେ ଗ୍ରହଣ କରାଯିବ। ପରବର୍ତ୍ତୀ ଶୁଣାଣୀର ତାରିଖ ଓ ସମୟ ସମ୍ପର୍କିତ ସୂଚନା ପରେ ଜଣାଇ ଦିଆଯିବ।
ଏହି ସୂଚନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଦ୍ୱାରା ଜାରି କରାଯାଇଛି।
The post ପୁରୀରେ ଦଳାଚକଟା ମୃତ୍ୟୁ: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ସ୍ଥଗିତ appeared first on Dharitri Odia News.