ଛୋଟବେଳେ ପାଳିଥିବା ଝିଅକୁ ବାହାହେଲେ

ନୂଆଦିଲ୍ଲୀ: ଅନେକ ବୟସ ଅନ୍ତର ଥାଇ ମଧ୍ୟ ଲୋକେ ବିବାହ କରୁଥିବା କିଛି ଖବର ଅତୀତରେ ଦେଖିବାକୁ ମିଳିଛି। ହେଲେ ଛୋଟବେଳୁ ପାଳି ଆସୁଥିବା ଜଣେ ଝିଅକୁ ବିବାହ କରିବା ଅତ୍ୟନ୍ତ ଅଜବ କଥା। ରିପୋର୍ଟ ମୁତାବକ, ୨୯ ବର୍ଷୀୟା ସମାନ୍ଥା ଗିଜଲ ୪୪ ବର୍ଷୀୟ ଯୁବକଙ୍କୁ ବିବାହ କରିଛନ୍ତି। ସମାନ୍ଥା ଏନେଇ ଏବେର ଏବଂ ତାଙ୍କ ଛୋଟ ବେଳର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି; ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅତୀତର […] The post ଛୋଟବେଳେ ପାଳିଥିବା ଝିଅକୁ ବାହାହେଲେ appeared first on Dharitri Odia News.

ଛୋଟବେଳେ ପାଳିଥିବା ଝିଅକୁ ବାହାହେଲେ

ନୂଆଦିଲ୍ଲୀ: ଅନେକ ବୟସ ଅନ୍ତର ଥାଇ ମଧ୍ୟ ଲୋକେ ବିବାହ କରୁଥିବା କିଛି ଖବର ଅତୀତରେ ଦେଖିବାକୁ ମିଳିଛି। ହେଲେ ଛୋଟବେଳୁ ପାଳି ଆସୁଥିବା ଜଣେ ଝିଅକୁ ବିବାହ କରିବା ଅତ୍ୟନ୍ତ ଅଜବ କଥା। ରିପୋର୍ଟ ମୁତାବକ, ୨୯ ବର୍ଷୀୟା ସମାନ୍ଥା ଗିଜଲ ୪୪ ବର୍ଷୀୟ ଯୁବକଙ୍କୁ ବିବାହ କରିଛନ୍ତି। ସମାନ୍ଥା ଏନେଇ ଏବେର ଏବଂ ତାଙ୍କ ଛୋଟ ବେଳର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି; ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅତୀତର ଫଟୋରେ ତାଙ୍କୁ ୪ ବର୍ଷ ବୟସ ହୋଇଥିବାବେଳେ ସେ ଜଣେ ୧୯ ବର୍ଷୀୟ ଯୁବକଙ୍କ ସହ ଥିବା ଦେଖିବାକୁ ମିଳିଛି। ଏଥିରେ ସମାନ୍ଥା ଲେଖିଛନ୍ତି, ତୁମେ ସବୁଠୁ ଭଲ ବେବି ସେଟର ଥିଲ। ସେ ଖୁସିରେ ନିଜର ବୟସ ଅନ୍ତର ଭୁଲି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। କିଛି ଲୋକ ସମାନ୍ଥାଙ୍କ ଏପରି ପୋଷ୍ଟକୁ ତାଙ୍କ ବୋକାମି ବୋଲି କହିଛନ୍ତି। ତେବେ ସମାନ୍ଥାଙ୍କୁ ଲୋକଙ୍କ ଏପରି କଥାରେ କିଛି ଫରକ ପଡୁ ନ ଥିବା ସେ କହିଛନ୍ତି। ସେ କେବଳ ତାଙ୍କ ସ୍ବାମୀଙ୍କ ସହିତ ଖୁସି ରହିବାକୁ ଚାହାନ୍ତି।

The post ଛୋଟବେଳେ ପାଳିଥିବା ଝିଅକୁ ବାହାହେଲେ appeared first on Dharitri Odia News.