ଝିଅ ଚାହୁଁଥିଲେ, ହେଲା ପୁଅ: ୧୨ ଦିନର ନବଜାତକଙ୍କୁ ହତ୍ୟା କଲେ ବାପା

ଭୋପାଳ,୧୬।୧: ଆଜିକାଲି ସମାଜରେ ଶିଶୁକନ୍ୟା ଅଲୋଡା ହୋଇଯାଇଛି। ଅନେକ ସ୍ଥାନରେ ଜନ୍ମହେବା ମାତ୍ରେ ଫିଙ୍ଗିଦେବାର ଖବର ଆସେ। ହେଲେ ଜଣେ ବ୍ୟକ୍ତି ଝିଅକୁ ଅପେକ୍ଷା କରିବା ଏବଂ ପୁଅ ହେବାରୁ ତାକୁ ହତ୍ୟା କରିବା ଘଟଣା ବୋଧହୁଏ ଆଜିର ସମାଜରେ ଅବିଶ୍ୱସନୀୟ ଘଟଣା। ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ବେତୁଲରରେ ଘଟିଛି। କୁହାଯାଉଛି ଅଭିଯୁକ୍ତ ଜଣକଙ୍କର ଦୁଇଟି ପୁତ୍ର ସନ୍ତାନ ଥିଲା। ତାଙ୍କ ତୃତୀୟ ସନ୍ତାନ ଝିଅ ହେବା ନେଇ ଆଶାବାଦୀ ଥିଲେ। କିନ୍ତୁ ତୃତୀୟ […] The post ଝିଅ ଚାହୁଁଥିଲେ, ହେଲା ପୁଅ: ୧୨ ଦିନର ନବଜାତକଙ୍କୁ ହତ୍ୟା କଲେ ବାପା appeared first on Dharitri Odia News.

ଝିଅ ଚାହୁଁଥିଲେ, ହେଲା ପୁଅ: ୧୨ ଦିନର ନବଜାତକଙ୍କୁ ହତ୍ୟା କଲେ ବାପା

ଭୋପାଳ,୧୬।୧: ଆଜିକାଲି ସମାଜରେ ଶିଶୁକନ୍ୟା ଅଲୋଡା ହୋଇଯାଇଛି। ଅନେକ ସ୍ଥାନରେ ଜନ୍ମହେବା ମାତ୍ରେ ଫିଙ୍ଗିଦେବାର ଖବର ଆସେ। ହେଲେ ଜଣେ ବ୍ୟକ୍ତି ଝିଅକୁ ଅପେକ୍ଷା କରିବା ଏବଂ ପୁଅ ହେବାରୁ ତାକୁ ହତ୍ୟା କରିବା ଘଟଣା ବୋଧହୁଏ ଆଜିର ସମାଜରେ ଅବିଶ୍ୱସନୀୟ ଘଟଣା। ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ବେତୁଲରରେ ଘଟିଛି।
କୁହାଯାଉଛି ଅଭିଯୁକ୍ତ ଜଣକଙ୍କର ଦୁଇଟି ପୁତ୍ର ସନ୍ତାନ ଥିଲା। ତାଙ୍କ ତୃତୀୟ ସନ୍ତାନ ଝିଅ ହେବା ନେଇ ଆଶାବାଦୀ ଥିଲେ। କିନ୍ତୁ ତୃତୀୟ ସନ୍ତାନରେ ପୁଣି ପୁଅ ହେବାରୁ ତା’କୁ ତାର ଗଳାକାଟି ହତ୍ୟା କରିଛନ୍ତି ନୃଶଂସ ବାପା। ତାଙ୍କର ୨ ପୁଅଙ୍କ ମଧ୍ୟରୁ ଜଣେ ପୁଅର ବୟସ ୭ ବର୍ଷ ଓ ଅନ୍ୟ ଜଣେ ପୁଅ ୫ ବର୍ଷର। ତୃତୀୟ ପୁଅକୁ ମାତ୍ର ୧୨ ଦିନ ହୋଇଥିବାବେଳେ ବାପା ଏପରି କାଣ୍ଡ ଘଟାଇଛନ୍ତି। ଅଭିଯୁକ୍ତଙ୍କ ନାମ ଅନିଲ। ମଦ୍ୟପାନ ସମୟରେ ସେ ମଦ୍ୟପାନ କରିଥିବା ଜଣାପଡିଛି। ଏନେଇ ସୂଚନା ପାଇବା ପରେ ପୋଲିସ ତାକୁ ଗିରଫ କରିଛି।
ପୋଲିସ କହିଛି ଯେ, ଅଭିଯୁକ୍ତ ବାପା ତୃତୀୟ ସନ୍ତାନ ଝିଅ ଚାହୁଁଥିବା କହିଥିଲେ। ହେଲେ ପୁଅ ହେବାରୁ ଏପରି କାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି। କେବଳ ଏତିକି ନୁହେଁ, ୨ଟି ସନ୍ତାନ ହେବା ପରେ ସେ ତାର ସ୍ତ୍ରୀଙ୍କୁ ପରିବାର ଯୋଜନା ଅପରେଶନ କରିବାକୁ କହିଥିଲେ। କିନ୍ତୁ ସେ ହୋଇ ନ ଥିବା ଅଭିଯୁକ୍ତ କହିଛନ୍ତି।

The post ଝିଅ ଚାହୁଁଥିଲେ, ହେଲା ପୁଅ: ୧୨ ଦିନର ନବଜାତକଙ୍କୁ ହତ୍ୟା କଲେ ବାପା appeared first on Dharitri Odia News.