ଦିଗଶିରାରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଡୁଙ୍ଗୁରିପାଲି, ୨୯ା୪(ଦୀନବନ୍ଧୁ ସୁନା) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ପଞ୍ଚାୟତର ବହୁ ଲୋକେ ମଙ୍ଗଳବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ବାଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଦର୍ଶାଯାଇଛି ଯେ, ଦିଗଶିରା ଗ୍ରାମର ୧୧ଓ୍ବାର୍ଡକୁ ନେଇ ଗ୍ରାମ ପଞ୍ଚାୟତ ଗଠିତ ହୋଇଛି। ପାନୀୟ ଜଳ ପାଇଁ ଲୋକେ ବସୁଧା ଯୋଜନାର ଜଳଯୋଗାଣ ପ୍ରକଳ୍ପ ଉପରେ ନିର୍ଭର କରନ୍ତି। କିନ୍ତୁ […] The post ଦିଗଶିରାରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ appeared first on Dharitri Odia News.

ଦିଗଶିରାରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଡୁଙ୍ଗୁରିପାଲି, ୨୯ା୪(ଦୀନବନ୍ଧୁ ସୁନା) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ପଞ୍ଚାୟତର ବହୁ ଲୋକେ ମଙ୍ଗଳବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ବାଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଦର୍ଶାଯାଇଛି ଯେ, ଦିଗଶିରା ଗ୍ରାମର ୧୧ଓ୍ବାର୍ଡକୁ ନେଇ ଗ୍ରାମ ପଞ୍ଚାୟତ ଗଠିତ ହୋଇଛି। ପାନୀୟ ଜଳ ପାଇଁ ଲୋକେ ବସୁଧା ଯୋଜନାର ଜଳଯୋଗାଣ ପ୍ରକଳ୍ପ ଉପରେ ନିର୍ଭର କରନ୍ତି। କିନ୍ତୁ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଜଳସ୍ତର କମିଯିବାରେ ଗ୍ରାମକୁ ପ୍ରକଳ୍ପରୁ ଜଳଯୋଗାଣ ବ୍ୟାହତ ହୋଇଛି। ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ ଗ୍ରାମରେ ଥିବା ୩ଟି ସୋଲାର ପ୍ରକଳ୍ପ ପାଖରେ ପାଣି ପାଇଁ ଲୋକଙ୍କ ଭିଡ଼ ଜମୁଛି। ଏଥିପାଇଁ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଛି। ଦାବିପତ୍ର ପ୍ରଦାନ ବେଳେ ଦିବ୍ୟ ମେହେର, କିଶୋର ରଣା, ଚନ୍ଦ୍ରମଣି ମେହେର, ଅଶୋକ ପଧାନ, ସମରେନ୍ଦ୍ର ଧାରୁଆ, ମାନସ ରଞ୍ଜନ ବାରିକ, ଦିନେଶ କୁମାର ମେହେର ଉପସ୍ଥିତ ଥିଲେ। ଜଳଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ହିମାଦ୍ରୀ ପଧାନଙ୍କୁ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବିଡିଓ ଦାବିପତ୍ର ଗ୍ରହଣ କରି କହିଛନ୍ତି।

The post ଦିଗଶିରାରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ appeared first on Dharitri Odia News.