ନିଯୁକ୍ତିର କିଛି ଘଣ୍ଟା ମଧ୍ୟରେ ମେୟରଙ୍କ ଆସନ ଦୋହଲିଲା: ହାଇକୋର୍ଟରେ ଆବେଦନ,କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ…
ଚଣ୍ଡିଗଡ଼,୩୧।୧ : ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା ହାଇକୋର୍ଟରେ ପହଞ୍ଚିଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ନୂତନ ମେୟରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ବୁଧବାର ଏହି ମାମଲାର ଶୁଣାଣି ବେଳେ କୋର୍ଟ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଏବଂ ପ୍ରଶାସନକୁ ନୋଟିସ ଜାରି କରି ସେମାନଙ୍କ ପ୍ରତିକ୍ରିୟା ମାଗିଛନ୍ତି। ଆଦେଶରେ କୁହାଯାଇଛି ଉଭୟ କହିଛନ୍ତି ଏହି ପ୍ରସଙ୍ଗରେ ସେମାନଙ୍କର ବିସ୍ତୃତ ଉତ୍ତର ଦାଖଲ କରିବା ଜରୁରୀ। ସୂଚନାନୁସାରେ, ଆମ ଆଦମୀ ପାର୍ଟିର କୁଲଦୀପ କୁମାର ହାଇକୋର୍ଟରେ ଏନେଇ ଆବେଦନ […] The post ନିଯୁକ୍ତିର କିଛି ଘଣ୍ଟା ମଧ୍ୟରେ ମେୟରଙ୍କ ଆସନ ଦୋହଲିଲା: ହାଇକୋର୍ଟରେ ଆବେଦନ,କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ… appeared first on Dharitri Odia News.
ଚଣ୍ଡିଗଡ଼,୩୧।୧ : ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା ହାଇକୋର୍ଟରେ ପହଞ୍ଚିଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ନୂତନ ମେୟରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ବୁଧବାର ଏହି ମାମଲାର ଶୁଣାଣି ବେଳେ କୋର୍ଟ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଏବଂ ପ୍ରଶାସନକୁ ନୋଟିସ ଜାରି କରି ସେମାନଙ୍କ ପ୍ରତିକ୍ରିୟା ମାଗିଛନ୍ତି। ଆଦେଶରେ କୁହାଯାଇଛି ଉଭୟ କହିଛନ୍ତି ଏହି ପ୍ରସଙ୍ଗରେ ସେମାନଙ୍କର ବିସ୍ତୃତ ଉତ୍ତର ଦାଖଲ କରିବା ଜରୁରୀ। ସୂଚନାନୁସାରେ, ଆମ ଆଦମୀ ପାର୍ଟିର କୁଲଦୀପ କୁମାର ହାଇକୋର୍ଟରେ ଏନେଇ ଆବେଦନ କରିଛନ୍ତି। ଚଣ୍ଡିଗଡ଼ର ମେୟର ନିର୍ବାଚନରେ ଅନିୟମିତତା ଅଭିଯୋଗରେ ଭାଜପା ଦ୍ୱାରା ନବନିଯୁକ୍ତ ମେୟର ମନୋଜ କୁମାର ସୋନକରଙ୍କୁ ଏହି ପଦରୁ ହଟାଇବାକୁ ଦାବି କରାଯାଇଛି।
ଶୁଣାଣି ସମୟରେ କୋର୍ଟ କହିଛନ୍ତି ବର୍ତ୍ତମାନ ପରିସ୍ଥିତି ବଦଳିଛି, କାରଣ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। କୋର୍ଟ କହିଛନ୍ତି ବର୍ତ୍ତମାନ ଉଭୟ ପକ୍ଷଙ୍କର ଅଭିଯୋଗ ଶୁଣାଯିବ। ଶୁଣାଣି ପରେ ନିଷ୍ପତ୍ତି ନିଆଯିବ। ଚଣ୍ଡିଗଡ଼ ମେୟରଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହି ପିଟିଶନରେ ଦାବି କରାଯାଇଛି। ଶୁଣାଣି ସମୟରେ ଚଣ୍ଡିଗଡ଼ ପ୍ରଶାସନ ଏହାର ଉତ୍ତର ଦେବାକୁ ଏକ ସପ୍ତାହ ସମୟ ମାଗିଥିଲେ। ଯାହାକୁ କୋର୍ଟ ଅନୁମୋଦନ କରିଛନ୍ତି।
ଶୁଣାଣି ସମୟରେ ସରକାରୀ ଓକିଲ କୋର୍ଟଙ୍କୁ କହିଛନ୍ତି ଚଣ୍ଡିଗଡ଼ ମେୟର ନିର୍ବାଚନରେ ଅନିୟମିତତା ହୋଇଛି। ଯେତେବେଳେ କି ସ୍ବଚ୍ଛ ଢଙ୍ଗରେ ର୍ନିବାଚନ କରିବାକୁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି ନିର୍ବାଚନ ପାଇଁ ଅଧ୍ୟକ୍ଷ ବିଳମ୍ବରେ ଆସିଥିଲେ। ଏହା ବ୍ୟତୀତ କିଛି ବାଲାଟ କାଗଜପତ୍ର ଚିହ୍ନିତ ହୋଇସାରିଥିଲା। ଏଏପି ପ୍ରାର୍ଥୀଙ୍କ ୨୦ଟି ଭୋଟ ମଧ୍ୟରୁ ୮ ଟି ଅବୈଧ ଘୋଷିତ ହୋଇଥିଲା। ନିର୍ବାଚନରେ ଅନିୟମିତତା କରାଯାଇଛି। ଭୋଟ ରେକର୍ଡ ଏବଂ ଅନୁସନ୍ଧାନ କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।
The post ନିଯୁକ୍ତିର କିଛି ଘଣ୍ଟା ମଧ୍ୟରେ ମେୟରଙ୍କ ଆସନ ଦୋହଲିଲା: ହାଇକୋର୍ଟରେ ଆବେଦନ,କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ… appeared first on Dharitri Odia News.