ପରମାଣୁ ବୋମା ପକାଇ ଦିଲ୍ଲୀ ଏୟାରପୋର୍ଟ ଉଡାଇ ଦେବାକୁ ଧମକ
ନୂଆଦିଲ୍ଲୀ,୮।୪: ପରମାଣୁ ବୋମା ପକାଇ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି)କୁ ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁଇ ଯାତ୍ରୀ। ଉକ୍ତ ୨ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ସୋମବାର ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ, ଏପ୍ରିଲ ୫ରେ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କ ଯାଞ୍ଚ୍ କରାଯାଇଥିଲା। ଏହି ସମୟରେ ଦୁଇଜଣ ଯାତ୍ରୀ ସୁରକ୍ଷା କର୍ମୀଙ୍କୁ ପରମାଣୁ ବୋମା ସାହାଯ୍ୟରେ ବିମାନ ବନ୍ଦର ଉଡାଇଦେବାକୁ ଧମକ […] The post ପରମାଣୁ ବୋମା ପକାଇ ଦିଲ୍ଲୀ ଏୟାରପୋର୍ଟ ଉଡାଇ ଦେବାକୁ ଧମକ appeared first on Dharitri Odia News.
ନୂଆଦିଲ୍ଲୀ,୮।୪: ପରମାଣୁ ବୋମା ପକାଇ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି)କୁ ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁଇ ଯାତ୍ରୀ। ଉକ୍ତ ୨ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ସୋମବାର ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ, ଏପ୍ରିଲ ୫ରେ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କ ଯାଞ୍ଚ୍ କରାଯାଇଥିଲା। ଏହି ସମୟରେ ଦୁଇଜଣ ଯାତ୍ରୀ ସୁରକ୍ଷା କର୍ମୀଙ୍କୁ ପରମାଣୁ ବୋମା ସାହାଯ୍ୟରେ ବିମାନ ବନ୍ଦର ଉଡାଇଦେବାକୁ ଧମକ ଦେଇଥିଲେ।
ପୋଲିସ କହିଛି ଯେ, ବିମାନବନ୍ଦରରେ ବୋମା ବିସ୍ଫୋରଣ ହେବାର ଧମକ ଦେଇ ଉଭୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ ଆହୁରି ମଧ୍ୟ କହିଛି, ବିମାନବନ୍ଦର ପୋଲିସ ଷ୍ଟେଶନରେ ଧାରା ୧୮୨/୫୦୫ (୧) ବି ଅନୁଯାୟୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ବୋମା ଧମକ ପାଇବା ପରେ ଦିଲ୍ଲୀ ପୋଲିସ ସତର୍କ ହୋଇପଡିଛି। ଦିଲ୍ଲୀ ବିମାନବନ୍ଦର ଦେଶର ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଅନ୍ୟତମ ଏବଂ ଏହା ବିଶ୍ୱର ଅନେକ ପ୍ରମୁଖ ସହରକୁ ରାଜଧାନୀ ସହିତ ସଂଯୋଗ କରେ।
On 5th April, two passengers were held by police for giving a threat of a nuclear bomb to security staff during frisking at Delhi's IGI airport. FIR registered under sections 182/505(1)b at Delhi Airport Police station: Police
— ANI (@ANI) April 8, 2024
The post ପରମାଣୁ ବୋମା ପକାଇ ଦିଲ୍ଲୀ ଏୟାରପୋର୍ଟ ଉଡାଇ ଦେବାକୁ ଧମକ appeared first on Dharitri Odia News.