ଐତିହାସିକ ରେକର୍ଡ କଲେ ବିରାଟ କୋହଲି: ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍
ନୂଆଦିଲ୍ଳୀ,୩୦।୯: ଅନ୍ତର୍ଜାତୀୟ କ୍ରିକେଟରେ ୨୭,୦୦୦ ରନ ସ୍କୋର କରିବାରେ ବିରାଟ କୋହଲି ବିଶ୍ୱର ଚତୁର୍ଥ କ୍ରିକେଟର ହୋଇଛନ୍ତି। ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୩୫ ରନ ସଂଗ୍ରହ କରିବା ମାତ୍ରେ କୋହଲି ଏହି ସଂଖ୍ୟାକୁ ସ୍ପର୍ଶ କରିଛନ୍ତି। ଏହି ତାଲିକାରେ କେବଳ ରିକି ପଣ୍ଟିଂ, କୁମାର ସାଙ୍ଗାକାରା ଏବଂ ସଚିନ ତେନ୍ଦୁଲକର ତାଙ୍କଠାରୁ ଆଗରେ ଅଛନ୍ତି। କାନପୁର ଟେଷ୍ଟରେ ବ୍ୟାଟିଂ […] The post ଐତିହାସିକ ରେକର୍ଡ କଲେ ବିରାଟ କୋହଲି: ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍ appeared first on Dharitri Odia News.
ନୂଆଦିଲ୍ଳୀ,୩୦।୯: ଅନ୍ତର୍ଜାତୀୟ କ୍ରିକେଟରେ ୨୭,୦୦୦ ରନ ସ୍କୋର କରିବାରେ ବିରାଟ କୋହଲି ବିଶ୍ୱର ଚତୁର୍ଥ କ୍ରିକେଟର ହୋଇଛନ୍ତି। ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୩୫ ରନ ସଂଗ୍ରହ କରିବା ମାତ୍ରେ କୋହଲି ଏହି ସଂଖ୍ୟାକୁ ସ୍ପର୍ଶ କରିଛନ୍ତି। ଏହି ତାଲିକାରେ କେବଳ ରିକି ପଣ୍ଟିଂ, କୁମାର ସାଙ୍ଗାକାରା ଏବଂ ସଚିନ ତେନ୍ଦୁଲକର ତାଙ୍କଠାରୁ ଆଗରେ ଅଛନ୍ତି। କାନପୁର ଟେଷ୍ଟରେ ବ୍ୟାଟିଂ କରିବା ପୂର୍ବରୁ କୋହଲି ୫୯୩ ଇନିଂସରେ ୨୬,୯୬୫ ରନ ସଂଗ୍ରହ କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ସେ ୩୫ ବଲରେ ୪୭ ରନ ସ୍କୋର କରିଥିଲେ।
ଅଦ୍ୟାବଧି ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୨୭ ହଜାର ରନ ସ୍କୋର କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ୨୦୦୭ରେ, ସଚିନ ତାଙ୍କ କ୍ୟାରିୟରର ୬୨୩ ତମ ଇନିଂସରେ ୨୭ ହଜାର ରନ ଅତିକ୍ରମ କରିଥିଲେ। କିନ୍ତୁ କୋହଲି ତାଙ୍କଠାରୁ ୨୯ ଇନିଂସ କମ୍ ଖେଳି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ, ସାଙ୍ଗାକାରା ୨୭,୦୦୦ ରନ ପୂରଣ କରିବା ପାଇଁ ୬୪୮ ଇନିଂସ ଖେଳିଥିବାବେଳେ ପଣ୍ଟିଂ ତାଙ୍କର ୬୫୦ ତମ ଇନିଂସରେ ଏତେ ରନ ପୂରଣ କରିଥିଲେ।
ଦ୍ରୁତତମ ୨୭ ହଜାର ରନ
ବିରାଟ କୋହଲି – ୫୯୩ ଇନିଂସ
ସଚିନ ତେନ୍ଦୁଲକର – ୬୨୩ ଇନିଂସ
କୁମାର ସାଙ୍ଗାକାରା – ୬୪୮ ଇନିଂସ
ରିକି ପଣ୍ଟିଂ – ୬୫୦ ଇନିଂସ
ବିରାଟ କୋହଲି ୨୦୦୮ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଟେଷ୍ଟ କ୍ରିକେଟରେ ୮,୯୧୮ ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଦିନିକିଆ ଏବଂ ଟି୨୦ କ୍ରିକେଟରେ ସେ ଯଥାକ୍ରମେ ୧୩,୯୦୬ ରନ ଏବଂ ୪,୧୮୮ ରନ କରିଛନ୍ତି। ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୭,୦୧୨ ରନ ସଂଗ୍ରହ କରିଛନ୍ତି। ଏବେ ୪୭୧ ରନ ସ୍କୋର କରିବା ପରେ କୋହଲି ସର୍ବାଧିକ ରନ ସ୍କୋର କରିବା କ୍ଷେତ୍ରରେ ରିକି ପଣ୍ଟିଂଙ୍କୁ ପଛରେ ପକାଇବେ। ଶତକରେ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୮୦ ଶତକ ହାସଲ କରିଛନ୍ତି ଏବଂ ଏହି ତାଲିକାରେ ସଚିନ ତେନ୍ଦୁଲକର ୧୦୦ ଶତକ ସହ ପ୍ରଥମ ସ୍ଥାନରେ ଅଛନ୍ତି।
The post ଐତିହାସିକ ରେକର୍ଡ କଲେ ବିରାଟ କୋହଲି: ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍ appeared first on Dharitri Odia News.