ସାଙ୍ଗଙ୍କ ଘରେ ଝୁଲି ପଡ଼ିଲା ସାଙ୍ଗ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାଙ୍ଗଙ୍କ ଘରୁ ସାଙ୍ଗର ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ହୋଇଛି। ମୃତକ ଜଣକ ସୁବର୍ଣ୍ଣପୁର ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି। ପୋଲିସ ଛାତ୍ରଙ୍କ ମୃତଦେହ ଜବତ କରି ଅଧିକ ଛାନଭିନ କରୁଛି। ମିଳିଥିବା ସୂଚନା ମୁତାବକ, ଛାତ୍ର ଜଣକ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ନ ଫେରି ସାଙ୍ଗଙ୍କ […] The post ସାଙ୍ଗଙ୍କ ଘରେ ଝୁଲି ପଡ଼ିଲା ସାଙ୍ଗ appeared first on Dharitri Odia News.
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାଙ୍ଗଙ୍କ ଘରୁ ସାଙ୍ଗର ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ହୋଇଛି।
ମୃତକ ଜଣକ ସୁବର୍ଣ୍ଣପୁର ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି। ପୋଲିସ ଛାତ୍ରଙ୍କ ମୃତଦେହ ଜବତ କରି ଅଧିକ ଛାନଭିନ କରୁଛି। ମିଳିଥିବା ସୂଚନା ମୁତାବକ, ଛାତ୍ର ଜଣକ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ନ ଫେରି ସାଙ୍ଗଙ୍କ ଘରେ ରହିଥିଲେ। ହେଲେ ଶୁକ୍ରବାର ସାଙ୍ଗଙ୍କ ଘରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି କେଉଁ ପରିସ୍ଥିତିରେ ଛାତ୍ର ଜଣକ ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ତଦନ୍ତ ଆରମ୍ଭ କରିଛି।
The post ସାଙ୍ଗଙ୍କ ଘରେ ଝୁଲି ପଡ଼ିଲା ସାଙ୍ଗ appeared first on Dharitri Odia News.