ଜଣେ ଛାତ୍ରୀ ଦେଲେ ପରୀକ୍ଷା: ଡ୍ୟୁଟିରେ ନିରୀକ୍ଷକଙ୍କ ସମେତ ୨୦ କର୍ମଚାରୀ…
ପ୍ରୟାଗରାଜ,୮।୧ : ମହାତ୍ମା ଜ୍ୟୋତିବା ଫୁଲେ ରୋହେଲଖଣ୍ଡ ବିଶ୍ୱବିଦ୍ୟାଳୟ କଲେଜଗୁଡ଼ିକରେ ସ୍ନାତକ ସେମିଷ୍ଟାର ପରୀକ୍ଷା ଜାରି ରହିଛି। ରବିବାର ଦ୍ୱିତୀୟ ସିଫ୍ଟରେ ବରେଲି କଲେଜରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ କେବଳ ଜଣେ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ତେବେ ଏଥିପାଇଁ ୨୦ ଜଣ କର୍ମଚାରୀ ଡ୍ୟୁଟିରେ ଥିଲେ। ପ୍ରଥମ ସିଫ୍ଟରେ ୧୧୦୦ ରୁ ଅଧିକ ଛାତ୍ରୀଛାତ୍ର ଏବଂ କଲେଜରେ ତୃତୀୟ ସିଫ୍ଟରେ ୨୫୦ ରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ, […] The post ଜଣେ ଛାତ୍ରୀ ଦେଲେ ପରୀକ୍ଷା: ଡ୍ୟୁଟିରେ ନିରୀକ୍ଷକଙ୍କ ସମେତ ୨୦ କର୍ମଚାରୀ… appeared first on Dharitri Odia News.
ପ୍ରୟାଗରାଜ,୮।୧ : ମହାତ୍ମା ଜ୍ୟୋତିବା ଫୁଲେ ରୋହେଲଖଣ୍ଡ ବିଶ୍ୱବିଦ୍ୟାଳୟ କଲେଜଗୁଡ଼ିକରେ ସ୍ନାତକ ସେମିଷ୍ଟାର ପରୀକ୍ଷା ଜାରି ରହିଛି। ରବିବାର ଦ୍ୱିତୀୟ ସିଫ୍ଟରେ ବରେଲି କଲେଜରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ କେବଳ ଜଣେ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ତେବେ ଏଥିପାଇଁ ୨୦ ଜଣ କର୍ମଚାରୀ ଡ୍ୟୁଟିରେ ଥିଲେ।
ପ୍ରଥମ ସିଫ୍ଟରେ ୧୧୦୦ ରୁ ଅଧିକ ଛାତ୍ରୀଛାତ୍ର ଏବଂ କଲେଜରେ ତୃତୀୟ ସିଫ୍ଟରେ ୨୫୦ ରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ, ଡିସେମ୍ବର ୧୫ ରେ ପ୍ରଥମ ସିଫ୍ଟରେ ସର୍ବାଧିକ ୨୪୨୭ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ହାଜର ହୋଇଥିଲେ। ଦ୍ୱିତୀୟ ସିଫ୍ଟରେ କେବଳ ଜଣେ ଛାତ୍ରୀ ପରୀକ୍ଷାରେ ହାଜର ହୋଇଥିଲେ।
ବିଏ ତୃତୀୟ ସେମିଷ୍ଟାର ଛାତ୍ରୀ ପ୍ରେରଣା କହିଛନ୍ତି ଯେ ସେ ଆଶା କରି ନ ଥିଲେ କେବଳ ମୁଁ ପରୀକ୍ଷା ଦେବି। ଏପରି ପରିସ୍ଥିତିରେ ଏହା ଟିକିଏ ଅଜବ ଲାଗିଲା। ଶାରୀରିକ ଶିକ୍ଷା କାଗଜ ସହଜ ଥିଲା, କିନ୍ତୁ ଉତ୍ତର ଦୀର୍ଘ ଥିତ୍ବାରୁ ସମୟ ଅଣ୍ଟି ନ ଥିଲା।
ମୁଖ୍ୟ ପ୍ରକ୍ଟର ପ୍ରଫେସର ଡ. ଆଲୋକ ଖେର କହିଛନ୍ତି ଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ ୨୦ ଜଣଙ୍କୁ ଡ୍ୟୁଟିରେ ରଖାଯାଇଥିଲା। ଏଥିରେ ଏକ ରୁମ ଇନ୍ସପେକ୍ଟର, ବରିଷ୍ଠ କେନ୍ଦ୍ର ସଭାପତି, ଅତିରିକ୍ତ କେନ୍ଦ୍ର ସଭାପତି, ସହକାରୀ କେନ୍ଦ୍ର ସଭାପତି, ଦୁଇଜଣ କିରାଣୀ, ତିନୋଟି ପ୍ରକ୍ଟୋରିଆଲ ବୋର୍ଡ ଇତ୍ୟାଦି ଉପସ୍ଥିତ ଥିଲେ।
ରବିବାର ପ୍ରଥମ ସିଫ୍ଟରେ ବରେଲି କଲେଜରେ ବିଏ, ବିଏସସିଏବଂ ବିକମ ପ୍ରଥମ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ୧୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
The post ଜଣେ ଛାତ୍ରୀ ଦେଲେ ପରୀକ୍ଷା: ଡ୍ୟୁଟିରେ ନିରୀକ୍ଷକଙ୍କ ସମେତ ୨୦ କର୍ମଚାରୀ… appeared first on Dharitri Odia News.