ଫାସିମାଲ ଲ୍ୟାମ୍ପସ ଏମଡି ଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ଫାସିମାଳ ଲ୍ୟାମ୍ପସ ଏମଡି ହରେକୃଷ୍ଣ ରାଉତ (୪୦) ଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିବା ଅଭିଯୋଗରେ ବିଞ୍ଜିପାଲି ଗାଁର ସଞ୍ଜୟ ପଟେଲ (୪୫) କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ ହାଜତ କୁ ପଠେଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନା କେସ ନ.୨୯୬/୧୨୬(୨)/୧୩୨/୧୧୫(୨)/୩୫୧(୨)/୨୨୧ରେ ମାମଲା ରୁଜୁ କରି ଅଧିକ ତଦନ୍ତ […] The post ଫାସିମାଲ ଲ୍ୟାମ୍ପସ ଏମଡି ଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ କୋର୍ଟ ଚାଲାଣ appeared first on Odisha.News.

ଫାସିମାଲ ଲ୍ୟାମ୍ପସ ଏମଡି ଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ଫାସିମାଳ ଲ୍ୟାମ୍ପସ ଏମଡି ହରେକୃଷ୍ଣ ରାଉତ (୪୦) ଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିବା ଅଭିଯୋଗରେ ବିଞ୍ଜିପାଲି ଗାଁର ସଞ୍ଜୟ ପଟେଲ (୪୫) କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ ହାଜତ କୁ ପଠେଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନା କେସ ନ.୨୯୬/୧୨୬(୨)/୧୩୨/୧୧୫(୨)/୩୫୧(୨)/୨୨୧ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।
ପୋଲିସର ସୂଚନା ଅନୁଯାୟୀ, ଫାଶିମାଲ ଲମ୍ପସ କୁ ଚଳିତ ମାସ ଗତ ୧୪ ତାରିଖ ଦିନ ବିଞ୍ଜିପାଳି ଗାଁର ସଞ୍ଜୟ ପଟେଲ (୪୫) ଧାନ କାର୍ଡ କରିବା ପାଇଁ ଆସିଥିଲା। ସେଠାରେ ଶାଖା ପରିଚାଳକ ସନ୍ତୋଷ ପ୍ରଧାନ ଙ୍କୁ କାଗଜପତ୍ର ଦେଖାଇଥିଲେ। ଏଥିରେ ଶ୍ରୀ ପ୍ରଧାନ ସଞ୍ଜୟ କୁ ଭାଇଙ୍କର ସହମତି ପତ୍ର ଦେବା ପାଇଁ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ଶ୍ରୀ ପ୍ରଧାନ ଙ୍କୁ ଗାଳି ଗୁଲଜ କରି କୁଚିଣ୍ଡା ଏଆରସିଏସ ଅଫିସ କୁ ଯାଇଥିଲେ ଧାନ କାର୍ଡ କରିବା ପାଇଁ। ତେବେ ସେଠାରୁ ତାଙ୍କୁ ଲମ୍ପସରେ ଧାନ କାର୍ଡ ହେବ କହିବାରୁ ପୁଣି ଫେରି ଆସିଥିଲେ। ୧୬ ତାରିଖ ଦିନ ଲମ୍ପସ ସଭାପତି ହସ୍ତକ୍ଷେପ କରି ଦୁଇ ଭାଇଙ୍କୁ ଡକାଇ ବୁଝାଇଥିଲେ ମାତ୍ର ଦୁଇ ଭାଇଙ୍କ ମଧ୍ୟରୁ ଜଣେ ବୁଝିଥିବା ବେଳେ ସଞ୍ଜୟ ରାଜି ହୋଇନଥିଲେ। ୧୬ ତାରିଖ ଦିନ ପୁନର୍ବାର ଲ୍ୟମ୍ପସ କୁ ଆସି ପରିଚାଳକ ହରେକୃଷ୍ଣ ରାଉତ ଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ପିଟ କରିଥିଲା। ଜୀବନର ମାରିଦେବା ଧମକ ଦେଇଥିଲା। ଏ ସମସ୍ୟା ନେଇ ପରିଚାଳକ ଶ୍ରୀ ରାଉତ ଜମନକିରା ଥାନାରେ ଗତ ୧୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଏତଲାକୁ ଭିତି କରି ପୋଲିସ ଆଜି ଅଭିଯୁକ୍ତ ସଞ୍ଜୟ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଥିବା ପୋଲିସ କହିଛି।

The post ଫାସିମାଲ ଲ୍ୟାମ୍ପସ ଏମଡି ଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ କୋର୍ଟ ଚାଲାଣ appeared first on Odisha.News.