ବନ୍ଦ ହେଲା ଅମିତାଭ ବଚ୍ଚନଙ୍କ ସ୍ୱରର କଲର୍ ଟ୍ୟୁନ୍, ସାଇବର କ୍ରାଇମକୁ ନେଇ କରୁଥିଲେ ସଚେତନ

ନୂଆଦିଲ୍ଲୀ: ଏକ ସରକାରୀ ସଚେତନତା କାର୍ଯ୍ୟକ୍ରମ ଅଧୀନରେ, ଅମିତାଭ ବଚ୍ଚନଙ୍କ କଣ୍ଠରେ ଏକ ଫୋନ୍ କଲର୍ ଟ୍ୟୁନ୍ ମାଧ୍ୟମରେ ସାଇବର ଅପରାଧରୁ ସୁରକ୍ଷା ବିଷୟରେ ସୂଚନା ସେୟାର କରାଯାଇଥିଲା। ଏହି କଲର୍ ଟ୍ୟୁନ୍ ଦ୍ୱାରା ଅନେକ ଲୋକ ଅସୁବିଧାରେ ପଡ଼ିଥିଲେ। ସମ୍ପ୍ରତି ଯେତେବେଳେ ଏହାକୁ ବନ୍ଦ କରିବା ବିଷୟରେ ସୂଚନା ମିଳିଲା ସେତେବେଳେ ୟୁଜର୍ସ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଏହି ଖବରକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଆସିଛି। ସାଇବର ଅପରାଧ କଲର୍ ଟ୍ୟୁନ୍ ବନ୍ଦ […] The post ବନ୍ଦ ହେଲା ଅମିତାଭ ବଚ୍ଚନଙ୍କ ସ୍ୱରର କଲର୍ ଟ୍ୟୁନ୍, ସାଇବର କ୍ରାଇମକୁ ନେଇ କରୁଥିଲେ ସଚେତନ appeared first on Odisha.News.

ବନ୍ଦ ହେଲା ଅମିତାଭ ବଚ୍ଚନଙ୍କ ସ୍ୱରର କଲର୍ ଟ୍ୟୁନ୍, ସାଇବର କ୍ରାଇମକୁ ନେଇ କରୁଥିଲେ ସଚେତନ

ନୂଆଦିଲ୍ଲୀ: ଏକ ସରକାରୀ ସଚେତନତା କାର୍ଯ୍ୟକ୍ରମ ଅଧୀନରେ, ଅମିତାଭ ବଚ୍ଚନଙ୍କ କଣ୍ଠରେ ଏକ ଫୋନ୍ କଲର୍ ଟ୍ୟୁନ୍ ମାଧ୍ୟମରେ ସାଇବର ଅପରାଧରୁ ସୁରକ୍ଷା ବିଷୟରେ ସୂଚନା ସେୟାର କରାଯାଇଥିଲା। ଏହି କଲର୍ ଟ୍ୟୁନ୍ ଦ୍ୱାରା ଅନେକ ଲୋକ ଅସୁବିଧାରେ ପଡ଼ିଥିଲେ।

ସମ୍ପ୍ରତି ଯେତେବେଳେ ଏହାକୁ ବନ୍ଦ କରିବା ବିଷୟରେ ସୂଚନା ମିଳିଲା ସେତେବେଳେ ୟୁଜର୍ସ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଏହି ଖବରକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଆସିଛି। ସାଇବର ଅପରାଧ କଲର୍ ଟ୍ୟୁନ୍ ବନ୍ଦ ହେବା ନେଇ ସୋସିଆଲ ମିଡିଆରେ ୟୁଜର୍ସ ବହୁତ ଖୁସି ପ୍ରକାଶ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଶାନ୍ତି’ ମିଳିଲା। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଏବେ ମୋତେ ଆଶ୍ୱସ୍ତି ମିଳିଛି।’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘୨୦୨୫ରେ କିଛି ଭଲ ଘଟିଲା।’ ଅନେକ ୟୁଜର୍ସ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଯେତେବେଳେ ସେମାନେ କାହାକୁ କଲ୍ କରୁଥିଲେ, ପ୍ରଥମେ ସେମାନଙ୍କୁ ଅମିତାଭ ବଚ୍ଚନଙ୍କ କଣ୍ଠ ସ୍ବର ଶୁଣିବାକୁ ପଡୁଥିଲା, ତା’ପରେ କଲ୍ ବିଜି ଦେଖାଉଥିଲା। ଅନେକ ଲୋକ ଏହା ଉପରେ ବିରକ୍ତ ହେଉଥିଲେ।

The post ବନ୍ଦ ହେଲା ଅମିତାଭ ବଚ୍ଚନଙ୍କ ସ୍ୱରର କଲର୍ ଟ୍ୟୁନ୍, ସାଇବର କ୍ରାଇମକୁ ନେଇ କରୁଥିଲେ ସଚେତନ appeared first on Odisha.News.