କିଏ କେଉଁଠୁ ଲଢ଼ିବେ ନିର୍ବାଚନ, ପ୍ରଥମ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ସମାଜବାଦୀ ପାର୍ଟି
ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବାବେଳେ ୟୁପରେ ସମାଜବାଦୀ ପାର୍ଟି... The post କିଏ କେଉଁଠୁ ଲଢ଼ିବେ ନିର୍ବାଚନ, ପ୍ରଥମ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ସମାଜବାଦୀ ପାର୍ଟି appeared first on .
ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବାବେଳେ ୟୁପରେ ସମାଜବାଦୀ ପାର୍ଟି ପ୍ରଥମ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କିଏ କେଉଁଠି ନିର୍ବାଚନ ଲଢ଼ିବେ ଏସପି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଡିମ୍ପଲ ଯାଦବ, ଧର୍ମେନ୍ଦ୍ର ଯାଦବ ଏବଂ ଅକ୍ଷୟ ଯାଦବଙ୍କ ଭଳି ବରିଷ୍ଠ ନେତାଙ୍କ ନାମ ରହିଛି । ଅଖିଲେଶ ଯାଦବ ୟୁପିରେ କଂଗ୍ରେସକୁ ୧୧ ଆସନ ଅଫର କରିଛି । ଇଣ୍ଡିଆ ମେଣ୍ଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ୟୁପିର ୮୦ ଆସନ ରହିଥିବାବେଳେ ମେଣ୍ଟରେ ଆସନ ବୁଝାମଣାକୁ ନେଇ ଲାଗିରହିଥିବା ସସପେନ୍ସ ଭିତରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏସପି । ଯେଉଁଥିରେ ମେନପୁରରୁ ଡିମ୍ପଲ ଯାଦବ ମଇଦାନକୁ ଓହ୍ଲାଇବେ । ବଦାୟୁରୁ ଧର୍ମେନ୍ଦ୍ର ଯାଦବ, ଖିରିରୁ ଅର୍କେଶ ବର୍ମାଙ୍କ ଭଳି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
The post କିଏ କେଉଁଠୁ ଲଢ଼ିବେ ନିର୍ବାଚନ, ପ୍ରଥମ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ସମାଜବାଦୀ ପାର୍ଟି appeared first on .