ଭୂକମ୍ପରେ ପୁଣି ଥରିଲା ଗୁଜରାଟ, ରିକ୍ଟର ସ୍କେଲ୍ରେ ତୀବ୍ରତା ୩.୩
ନୂଆଦିଲ୍ଲୀ ୨୩।୦୯: ଭୂକମ୍ପରେ ଥରିଲା ଗୁଜରାଟ । କଚ୍ଛ ଜିଲ୍ଲାରେ ସୋମବାର (୨୩ ସେପ୍ଟେମ୍ବର) ରେ ଭୁକମ୍ପ ଅନୁଭୂତ ହୋଇଥିଲା। ସକାଳେ କଚ୍ଛରେ ୩.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା। ଇନଷ୍ଟିଚ୍ୟୁଟ୍ ଅଫ୍ ସେସ୍ମିକ୍ ରିସର୍ଚ୍ଚ (ISR) ଏହି ସୂଚନା ଦେଇଛି । ଭୂକମ୍ପ ହେତୁ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।ଗାନ୍ଧିନଗର ସ୍ଥିତ ISR କହିଛି ଯେ ସକାଳ ୧୦.୫ ରେ ଏହି ଭୂକମ୍ପ ରେକର୍ଡ କରାଯାଇଥିଲା । ଏହାର ଭୂକମ୍ପ କେନ୍ଦ୍ର ରାପର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୧୨ କିଲୋମିଟର ଥିଲା। ଆଇଏସଆର ତଥ୍ୟ ଅନୁଯାୟୀ, ଚଳିତ ମାସରେ ରାଜ୍ୟର ସୌରାଷ୍ଟ୍ର-କଚ୍ଛ ଅଞ୍ଚଳରେ ଚାରିଥର ୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି।ଭୂକମ୍ପକୁ ନେଇ ଗୁଜୁରାଟ ଏକ ସମ୍ବେଦନଶୀଳ ରାଜ୍ୟଭୂକମ୍ପର ଗତିବିଧିକୁ ଦୃଷ୍ଟିରେ ରଖି ଗୁଜୁରାଟ ଏକ ସମ୍ବେଦନଶୀଳ ରାଜ୍ୟ। ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (GSDMA) ରୁ ଉପଲବ୍ଧ ସୂଚନା ଅନୁଯାୟୀ, ଗତ ୨୦୦ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ନଅଟି ବଡ଼ ଭୂକମ୍ପ ହୋଇଛି। GSDMA ଅନୁଯାୟୀ, ୨୦୦୧ କଚ୍ଚ ଭୂକମ୍ପ ଦୁଇ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଭାରତର ତୃତୀୟ ବୃହତ୍ତମ ଏବଂ ଦ୍ୱିତୀୟ ବିନାଶକାରୀ ଭୂକମ୍ପ ଥିଲା।
ନୂଆଦିଲ୍ଲୀ ୨୩।୦୯: ଭୂକମ୍ପରେ ଥରିଲା ଗୁଜରାଟ । କଚ୍ଛ ଜିଲ୍ଲାରେ ସୋମବାର (୨୩ ସେପ୍ଟେମ୍ବର) ରେ ଭୁକମ୍ପ ଅନୁଭୂତ ହୋଇଥିଲା। ସକାଳେ କଚ୍ଛରେ ୩.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା। ଇନଷ୍ଟିଚ୍ୟୁଟ୍ ଅଫ୍ ସେସ୍ମିକ୍ ରିସର୍ଚ୍ଚ (ISR) ଏହି ସୂଚନା ଦେଇଛି । ଭୂକମ୍ପ ହେତୁ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।
ଗାନ୍ଧିନଗର ସ୍ଥିତ ISR କହିଛି ଯେ ସକାଳ ୧୦.୫ ରେ ଏହି ଭୂକମ୍ପ ରେକର୍ଡ କରାଯାଇଥିଲା । ଏହାର ଭୂକମ୍ପ କେନ୍ଦ୍ର ରାପର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୧୨ କିଲୋମିଟର ଥିଲା। ଆଇଏସଆର ତଥ୍ୟ ଅନୁଯାୟୀ, ଚଳିତ ମାସରେ ରାଜ୍ୟର ସୌରାଷ୍ଟ୍ର-କଚ୍ଛ ଅଞ୍ଚଳରେ ଚାରିଥର ୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି।
ଭୂକମ୍ପକୁ ନେଇ ଗୁଜୁରାଟ ଏକ ସମ୍ବେଦନଶୀଳ ରାଜ୍ୟ
ଭୂକମ୍ପର ଗତିବିଧିକୁ ଦୃଷ୍ଟିରେ ରଖି ଗୁଜୁରାଟ ଏକ ସମ୍ବେଦନଶୀଳ ରାଜ୍ୟ। ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (GSDMA) ରୁ ଉପଲବ୍ଧ ସୂଚନା ଅନୁଯାୟୀ, ଗତ ୨୦୦ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ନଅଟି ବଡ଼ ଭୂକମ୍ପ ହୋଇଛି। GSDMA ଅନୁଯାୟୀ, ୨୦୦୧ କଚ୍ଚ ଭୂକମ୍ପ ଦୁଇ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଭାରତର ତୃତୀୟ ବୃହତ୍ତମ ଏବଂ ଦ୍ୱିତୀୟ ବିନାଶକାରୀ ଭୂକମ୍ପ ଥିଲା।