ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ। ଏଠାରେ ସେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗ ଦେବେ। ଏହି ବୈଠକ ୧୫-୧୬ ଅକ୍ଟୋବରରେ ଅନୁଷ୍ଠିତ ହେବ। ପାକିସ୍ତାନ ପାଖରେ ଏବେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ର କାଉନସିଲ୍ ଅଫ୍ ହେଡସ୍ ଅଫ୍(CHG) ର ଅଧ୍ୟକ୍ଷତା ରହିଛି। ପାକିସ୍ତାନ ଅଧ୍ୟକ୍ଷତାରେ ଅକ୍ଟୋବରରେ ଦୁଇ ଦିନିଆ ଏସସିଓ […] The post ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ? appeared first on Dharitri Odia News.

ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ। ଏଠାରେ ସେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗ ଦେବେ। ଏହି ବୈଠକ ୧୫-୧୬ ଅକ୍ଟୋବରରେ ଅନୁଷ୍ଠିତ ହେବ।

ପାକିସ୍ତାନ ପାଖରେ ଏବେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ର କାଉନସିଲ୍ ଅଫ୍ ହେଡସ୍ ଅଫ୍(CHG) ର ଅଧ୍ୟକ୍ଷତା ରହିଛି। ପାକିସ୍ତାନ ଅଧ୍ୟକ୍ଷତାରେ ଅକ୍ଟୋବରରେ ଦୁଇ ଦିନିଆ ଏସସିଓ ଏସସିଓ ମୁଖ୍ୟମାନଙ୍କର ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅଗଷ୍ଟ ମାସରେ ପାକିସ୍ତାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ପରିଷଦର ମୁଖ୍ୟଙ୍କ ବୈଠକକୁ ନିମନ୍ତ୍ରଣ କରିଥିଲା।

ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଭାଗ ନେବାକୁ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମମତାଜ ଜାହରା ବାଲୋଚ କହିଛନ୍ତି ଯେ ସଦସ୍ୟ ଦେଶର ମୁଖ୍ୟମାନଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହା ଅଧୀନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ସେ କହିଛନ୍ତି ଯେ କିଛି ଦେଶ ଏହି ବୈଠକରେ ଅଂଶଗ୍ରହଣ ନିଶ୍ଚିତ କରିସାରିଛନ୍ତି, ଯାହା ବିଷୟରେ ଉପଯୁକ୍ତ ସମୟରେ ସୂଚନା ଦିଆଯିବ।

ଇସଲାମଵାଦରେ ହେବାକୁ ଥିବା ଏହି ବୈଠକ ପୂର୍ବରୁ କିଛି ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଯାହା ଏସସିଓ ଦେଶ ଗୁଡିକର ଆର୍ଥିକ, ସାମାଜିକ, ସାଂସ୍କୃତିକ ଏବଂ ମାନବୀୟ ସହଯୋଗ ଉପରେ କେନ୍ଦ୍ରିତ ରହିବ। ଏସସିଓ ରେ ଭାରତ, ଚାଇନା, ଋଷ, ପାକିସ୍ତାନ, କାଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସାମିଲ ହେବେ।

ଗତବର୍ଷ ଆଭାସୀ ମାଧ୍ୟମରେ ଆୟୋଜିତ ଏସସିଓ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ଭାରତ କରିଥିଲା ଏବଂ ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ଶରିଫ ଅନଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ। ତେବେ ସେ ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଥିବା ବିଲାବଲ ଭୁଟ୍ଟୋ ଜରଦାରୀ ଗୋଆରେ ଏସସିଓ ବିଦେଶୀଙ୍କ ମନ୍ତ୍ରଣାଳୟର ଦୁଇଦିନିଆ ବୈଠକରେ ଯୋଗ ଦେବାକୁ ଭାରତ ଆସିଥିଲେ। ଯାହା ପ୍ରାୟ ୧୨ ବର୍ଷ ପରେ ପ୍ରଥମ ପାକିସ୍ତାନ ବୈଦେଶିକ ମନ୍ତ୍ରୀଭାବେ ଭାରତ ଗସ୍ତରେ ଆସିଥିଲେ।

The post ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ? appeared first on Dharitri Odia News.