ମାଣ୍ଡିଆ କରିଛି ସ୍ବାବଲମ୍ବୀ । ପ୍ରସ୍ତୁତ ହେଉଛି ୨୦ ପ୍ରକାରର ବ୍ୟଞ୍ଜନ ।
କନକ ବ୍ୟୁରୋ: ଦିନେ ଓଡିଶାବାସୀଙ୍କ ଖାଦ୍ୟରେ ସୀମିତ ଥିଲା ମାଣ୍ଡିଆ । ଆଦିବାସୀଙ୍କ ଦୈନ୍ୟନ୍ଦିନ ଖାଦ୍ୟରେ ମାଣ୍ଡିଆ ପାଲଟିଥିଲା ଏକ ଉପାଦାନ । ଏବେ ଏହି ମାଣ୍ଡିଆ ବଡ଼ ଲୋକଙ୍କର ପସନ୍ଦର ଖାଦ୍ୟ ପାଲଟିଛି । ପ୍ରଚୁର ଭିଟାମିନ ଥିଵା, ବିଭିନ ରୋଗର ନିରାକରଣର ମାଧ୍ୟମ ପାଲଟିଥିବାରୁ ଗରୀବର ଆଦିବାସୀଙ୍କ ଖାଦ୍ୟରୁ ଏବେ ଉଚ୍ଚଵର୍ଗଙ୍କ ଖାଦ୍ୟ ପାଲଟିଛି ମାଣ୍ଡିଆ। ତେବେ ଓଡିଶା ମାଣ୍ଡିଆ ଆଉ ଓଡିଶା ଭିତରେ ସୀମିତ ନାହିଁ । ଏହା ଦେଶ ବିଦେଶରେ ଚାହିଦା ପାଲଟିଛି । ସରକାର ମଧ୍ୟ ମାଣ୍ଡିଆ ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଖୋର୍ଦ୍ଧା ଜିଲା ପୋଡାଡିହର ମହିଳାମାନେ ମାଣ୍ଡିଆକୁ ରୋଜଗାରର ମାଧ୍ୟମ କରିଛନ୍ତି । ସ୍ୱାସ୍ଥ୍ୟ ପାଇଁ ଭାରି ଉପକାରୀ ମାଣ୍ଡିଆ । ଦେଖିବାକୁ ଅବା ପାଟିକୁ ସୁଆଦ ଲାଗୁନଥିଲେ ବି ଏହାର ଗୁଣ ପାଇଁ ଡାକ୍ତର ମାଣ୍ଡିଆ ଖାଇବାକୁ ପରାମର୍ଶ ଦିଅନ୍ତି । ତେବେ ସ୍ବାସ୍ଥ୍ୟ ଉପଯୋଗୀ ମାଣ୍ଡିଆକୁ ସୁସ୍ବାଦୁ କରିବା ପାଇଁ ୨୦ରୁ ଅଧିକ ପ୍ରକାରର ଆଇଟମ ପ୍ରସ୍ତୁତ କରିଛନ୍ତି ମହିଳା । କେକ୍, ବିସ୍କୁଟ, କୁର୍କୁରେ, ମୁଡୁକି ଓ ଚକଲେଟ ଆଦିର ଚାହିଦା ବଢୁଛି । ଏହାକୁ ଲକ୍ଷ୍ୟ କରି ଖୋର୍ଦ୍ଧା ଜିଲା ପୋଡାଡିହର ଆଦର୍ଶ ପ୍ରଡୁସର ଗ୍ରୁପର ୩୦ରୁ ଉର୍ଦ୍ଧ୍ବ ସଦସ୍ୟ ମାଣ୍ଡିଆ ସାମଗ୍ରୀ ପ୍ରସ୍ତୁତ ପାଇଁ ଗୁରୁତ୍ୱ ଦେଇଛନ୍ତି ଦେଲେ । କୋରାପୁଟରୁ ମାଣ୍ଡିଆ ମଗାଇ ନମକିନ, ନିମିକି, ଆରିସା, କେକ, ଚକଲେଟ, ପାମ୍ପଡ଼, ବଡି, ବିସ୍କୁଟ

କନକ ବ୍ୟୁରୋ: ଦିନେ ଓଡିଶାବାସୀଙ୍କ ଖାଦ୍ୟରେ ସୀମିତ ଥିଲା ମାଣ୍ଡିଆ । ଆଦିବାସୀଙ୍କ ଦୈନ୍ୟନ୍ଦିନ ଖାଦ୍ୟରେ ମାଣ୍ଡିଆ ପାଲଟିଥିଲା ଏକ ଉପାଦାନ । ଏବେ ଏହି ମାଣ୍ଡିଆ ବଡ଼ ଲୋକଙ୍କର ପସନ୍ଦର ଖାଦ୍ୟ ପାଲଟିଛି । ପ୍ରଚୁର ଭିଟାମିନ ଥିଵା, ବିଭିନ ରୋଗର ନିରାକରଣର ମାଧ୍ୟମ ପାଲଟିଥିବାରୁ ଗରୀବର ଆଦିବାସୀଙ୍କ ଖାଦ୍ୟରୁ ଏବେ ଉଚ୍ଚଵର୍ଗଙ୍କ ଖାଦ୍ୟ ପାଲଟିଛି ମାଣ୍ଡିଆ। ତେବେ ଓଡିଶା ମାଣ୍ଡିଆ ଆଉ ଓଡିଶା ଭିତରେ ସୀମିତ ନାହିଁ । ଏହା ଦେଶ ବିଦେଶରେ ଚାହିଦା ପାଲଟିଛି । ସରକାର ମଧ୍ୟ ମାଣ୍ଡିଆ ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଖୋର୍ଦ୍ଧା ଜିଲା ପୋଡାଡିହର ମହିଳାମାନେ ମାଣ୍ଡିଆକୁ ରୋଜଗାରର ମାଧ୍ୟମ କରିଛନ୍ତି ।
ସ୍ୱାସ୍ଥ୍ୟ ପାଇଁ ଭାରି ଉପକାରୀ ମାଣ୍ଡିଆ । ଦେଖିବାକୁ ଅବା ପାଟିକୁ ସୁଆଦ ଲାଗୁନଥିଲେ ବି ଏହାର ଗୁଣ ପାଇଁ ଡାକ୍ତର ମାଣ୍ଡିଆ ଖାଇବାକୁ ପରାମର୍ଶ ଦିଅନ୍ତି । ତେବେ ସ୍ବାସ୍ଥ୍ୟ ଉପଯୋଗୀ ମାଣ୍ଡିଆକୁ ସୁସ୍ବାଦୁ କରିବା ପାଇଁ ୨୦ରୁ ଅଧିକ ପ୍ରକାରର ଆଇଟମ ପ୍ରସ୍ତୁତ କରିଛନ୍ତି ମହିଳା । କେକ୍, ବିସ୍କୁଟ, କୁର୍କୁରେ, ମୁଡୁକି ଓ ଚକଲେଟ ଆଦିର ଚାହିଦା ବଢୁଛି । ଏହାକୁ ଲକ୍ଷ୍ୟ କରି ଖୋର୍ଦ୍ଧା ଜିଲା ପୋଡାଡିହର ଆଦର୍ଶ ପ୍ରଡୁସର ଗ୍ରୁପର ୩୦ରୁ ଉର୍ଦ୍ଧ୍ବ ସଦସ୍ୟ ମାଣ୍ଡିଆ ସାମଗ୍ରୀ ପ୍ରସ୍ତୁତ ପାଇଁ ଗୁରୁତ୍ୱ ଦେଇଛନ୍ତି ଦେଲେ । କୋରାପୁଟରୁ ମାଣ୍ଡିଆ ମଗାଇ ନମକିନ, ନିମିକି, ଆରିସା, କେକ, ଚକଲେଟ, ପାମ୍ପଡ଼, ବଡି, ବିସ୍କୁଟ, ମୁଡୁକି, ଲଡୁ, ମାଲପୁଆ, ପୋଡ଼ପିଠା, ବରା, ଇଟିଲି, ଗାଣ୍ଠିଆ, ମାଣ୍ଡିଆରେ ସୁପ, ଦହି ଚଲା, ଦୋଷା, ଚପ ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ବିକ୍ରି ପାଇଁ ବିଭିନ୍ନ ସ୍ଥାନକୁ ପଠାଉଛନ୍ତି ।
୩୦ ଜଣ ମହିଳା ଦିନକୁ ୩ରୁ ୪ ଘଣ୍ଟା ସମୟ ଦେଇ ଏହି କାମ କରୁଛନ୍ତି । ନିଜ ଘରକାମ ସାରି ଏଥିପାଇଁ ସମୟ ଦେଉଛନ୍ତି। ଅଧିକ ଅର୍ଡର ମିଳିଲେ ୭ରୁ ୮ ଘଣ୍ଟା ପରିଶ୍ରମ କରୁଛନ୍ତି । କିଏ ସାମଗ୍ରୀ ପ୍ରସ୍ତୁତ ପାଇଁ ମାଣ୍ଡିଆ ଚୁନା କରୁଛି, ତ କିଏ ଏସବୁକୁ ଛାଞ୍ଚରେ ପାକାଉଛି, ପୁଣି କିଏ ଛାଣୁଛି । ସାମଗ୍ରୀ ପ୍ରସ୍ତୁତ ହେବା ପରେ ସାମଗ୍ରୀକୁ କିଏ ପ୍ୟାକିଂ କରିଥାଏ । ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିଭିନ୍ନ ମହୋତ୍ସବ, ମେଳା, ଏକ୍ସପୋ ଆଦି ଷ୍ଟଲ ପ୍ରଦର୍ଶନୀ କରାଯାଉଛି । ଏଥିପାଇଁ ମହିଳା ମାନଙ୍କୁ ବିଭିନ ସ୍ଥାନରୁ ଅର୍ଡର ମିଳୁଛି । ମାଣ୍ଡିଆରେ ପ୍ରସ୍ତୁତ ମହିଳା ମାନଙ୍କ ହାତ ତିଆରି ଏହି ସବୁ ଖାଦ୍ୟର ଚାହିଦା ବଢ଼ୁଥିବାରୁ ମହିଳା ମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।