ମନରେଗା ଶ୍ରମିକଙ୍କ ମଜୁରୀ ଦେଉ ନାହାନ୍ତି ସରକାର: ୧୩ ପ୍ରମୁଖ ରାଜ୍ୟ ମଧ୍ୟରେ ଓଡିଶା ଆଗରେ
କନକ ବ୍ୟୁରୋ: ଗରିବଙ୍କ ଟଙ୍କା ଯାଉଛି କୁଆଡେ। ମନରେଗା ଯୋଜନାରେ ଶ୍ରମିକଙ୍କ ମିଳୁନି ମଜୁରୀ । ଲୋକସଭାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ମନରେଗାରେ ଓଡିଶା ଉପରେ ସର୍ବାଧିକ ୧୩୯ କୋଟି ବକେୟା ବାକି ପଡିଛି । ଏହାପଛରେ କାରଣ କଣ ଓ ଏଥିପାଇଁ କିଏ ଦାୟୀ ସେ ନେଇ ପ୍ରଶ୍ନ ଉଠିଛି । ଗ୍ରାମାଞ୍ଚଳରେ ଗରିବଙ୍କୁ କର୍ମନିଯୁକ୍ତି ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଚଳାଇଛନ୍ତି ମହାତ୍ମାଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି, ମନରେଗା ଯୋଜନା । କିନ୍ତୁ ବିଭିନ୍ନ କାରଣରୁ କାମ କରୁଥିବା ଶ୍ରମିକଙ୍କୁ ଠିକ ସମୟରେ ମଜୁରୀ ମିଳୁନାହିଁ । ଦିନ ଯାକ କାମ କରି ମଜୁରୀ ନେଲେ ଶ୍ରମିକ ଘରେ ଚୁଲି ଜଳିଥାଏ । କିନ୍ତୁ ମଜୁରୀ ପାଇନଥିବାରୁ ଶ୍ରମିକ ମୁଣ୍ଡରେ ଚଡକ ପଡିଛି । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ୧୩ଟି ରାଜ୍ୟର ଶ୍ରମିକ ୬୬୧କୋଟି ୫୦ ଲକ୍ଷ ଟଙ୍କା ପାଉଣା ପାଇନାହାନ୍ତି । ଏଥିମଧ୍ୟରୁ ଓଡିଶାର ସ୍ଥାନ ସବୁଠାରୁ ଆଗରେ ରହିଛି । ଅର୍ଥାତ ମନରେଗାରେ ଓଡିଶାରେ ସବୁଠାରୁ ଅଧିକ ବକେୟା ୧୩୯ କୋଟି ରଖିଛି ଓଡିଶା । ସେହିଭଳି ଆନ୍ଧ୍ରପ୍ରଦେଶ ୧୩୭ , ମହାରାଷ୍ଟ୍ର ୧୦୩, କେରଳ ୧୫୦, ଉତ୍ତରାଖଣ୍ଡ ୩୭, ଜାମ୍ମୁ-କାଶ୍ମୀର ୩୬ କୋଟି ଟଙ୍କା ବକେୟା ରଖିଛନ୍ତି । ୨୦୨୪-୨୦୨୫ ସାଧାରଣ ବଜେଟରେ କେନ୍ଦ୍ର ସରକାର ମନରେଗା ପାଇଁ ୮୬ ହଜ

କନକ ବ୍ୟୁରୋ: ଗରିବଙ୍କ ଟଙ୍କା ଯାଉଛି କୁଆଡେ। ମନରେଗା ଯୋଜନାରେ ଶ୍ରମିକଙ୍କ ମିଳୁନି ମଜୁରୀ । ଲୋକସଭାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ମନରେଗାରେ ଓଡିଶା ଉପରେ ସର୍ବାଧିକ ୧୩୯ କୋଟି ବକେୟା ବାକି ପଡିଛି । ଏହାପଛରେ କାରଣ କଣ ଓ ଏଥିପାଇଁ କିଏ ଦାୟୀ ସେ ନେଇ ପ୍ରଶ୍ନ ଉଠିଛି ।
ଗ୍ରାମାଞ୍ଚଳରେ ଗରିବଙ୍କୁ କର୍ମନିଯୁକ୍ତି ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଚଳାଇଛନ୍ତି ମହାତ୍ମାଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି, ମନରେଗା ଯୋଜନା । କିନ୍ତୁ ବିଭିନ୍ନ କାରଣରୁ କାମ କରୁଥିବା ଶ୍ରମିକଙ୍କୁ ଠିକ ସମୟରେ ମଜୁରୀ ମିଳୁନାହିଁ । ଦିନ ଯାକ କାମ କରି ମଜୁରୀ ନେଲେ ଶ୍ରମିକ ଘରେ ଚୁଲି ଜଳିଥାଏ । କିନ୍ତୁ ମଜୁରୀ ପାଇନଥିବାରୁ ଶ୍ରମିକ ମୁଣ୍ଡରେ ଚଡକ ପଡିଛି । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ୧୩ଟି ରାଜ୍ୟର ଶ୍ରମିକ ୬୬୧କୋଟି ୫୦ ଲକ୍ଷ ଟଙ୍କା ପାଉଣା ପାଇନାହାନ୍ତି । ଏଥିମଧ୍ୟରୁ ଓଡିଶାର ସ୍ଥାନ ସବୁଠାରୁ ଆଗରେ ରହିଛି । ଅର୍ଥାତ ମନରେଗାରେ ଓଡିଶାରେ ସବୁଠାରୁ ଅଧିକ ବକେୟା ୧୩୯ କୋଟି ରଖିଛି ଓଡିଶା । ସେହିଭଳି ଆନ୍ଧ୍ରପ୍ରଦେଶ ୧୩୭ , ମହାରାଷ୍ଟ୍ର ୧୦୩, କେରଳ ୧୫୦, ଉତ୍ତରାଖଣ୍ଡ ୩୭, ଜାମ୍ମୁ-କାଶ୍ମୀର ୩୬ କୋଟି ଟଙ୍କା ବକେୟା ରଖିଛନ୍ତି ।
୨୦୨୪-୨୦୨୫ ସାଧାରଣ ବଜେଟରେ କେନ୍ଦ୍ର ସରକାର ମନରେଗା ପାଇଁ ୮୬ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦେଇଥିବା ତଥ୍ୟ ଅନୁସାରେ ନଭେମ୍ୱର ୨୭ ତାରିଖ ସୁଦ୍ଧା କେନ୍ଦ୍ର ସରକାର ମନରେଗା ଟଙ୍କା ବାବଦକୁ ପାଖାପଖି ୭୫ହଜାର କୋଟି ମଞ୍ଜୁର କରିଛନ୍ତି ।
ଖାତାରେ ମଜୁରୀ ଜମା କରିବାକୁ ୧୫ ଦିନ ସମୟସୀମା ରହିଛି
ଏହା ନହେଲେ ଶ୍ରମିକଙ୍କୁ କ୍ଷତିପୂରଣ ଦେବେ ସରକାର
ମଜୁରୀ ଜମା କରିବାକୁ ଏସଓପି ରହିଛି
୨୦୨୪ରୁ ଡିବିଟି ମାଧ୍ୟମରେ ଶ୍ରମିକଙ୍କୁ ମଜୁରୀ ଦିଆଯାଉଛି
ଏବେ ୧୩୯ କୋଟି ରିଲିଜ ନ ହେବା ପଛରେ କେଉଁଠି ତ୍ରୁଟି ରହିଛି ସେ ନେଇ ଖୋଳତାଡ ଆରମ୍ଭ ହୋଇଛି । ଦୁର୍ନୀତି ହୋଇଥିଲେ ପଦକ୍ଷେପ ନିଆଯିବ କହି ଦୋଷ ଝାଡିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ମନରେଗା ଯୋଜନାରେ ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କୁ ପାଣ୍ଠି ପାଇଁ ପ୍ରସ୍ତାବ ଦେଇଥାନ୍ତି । କେନ୍ଦ୍ର ସରକାର ଏହାପରେ ପାଣ୍ଠି ରିଲିଜ କରିଥାନ୍ତି । ଏବେ ଅପେକ୍ଷା ରାଜ୍ୟ ସରକାର କେବେ ବକେୟା ମଜୁରୀ ଶ୍ରମିକଙ୍କୁ ଦେବେ ।