ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେଡି ଟିକେଟରୁ ବଞ୍ଜିତ ହୋଇଥିବା ବିଧାୟିକା ସୀମାରାଣୀ ନାୟକ ଭାଜପାରେ ଯୋଗଦେଇ ଦଳୀୟ ପ୍ରାର୍ଥୀ ହେବା ପରେ ହିନ୍ଦୋଳ ରାଜନୀତିରେ ଉଷ୍ମତା ଅଧିକ ବଢ଼ିଯାଇଛି। ଅନ୍ୟପଟରେ ବିଜେଡି ପକ୍ଷରୁ ଏମ୍‌ପି ମହେଶ ସାହୁଙ୍କୁ ହିନ୍ଦୋଳ ଆସନ ପାଇଁ ବିଧାୟକ ପ୍ରାର୍ଥୀ କରାଯାଇଥିବାରୁ ଏଠାରେ ଲଢ଼େଇ ବେଶ୍‌ ରୋଚକ ହେବ […] The post ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ appeared first on Dharitri Odia News.

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେଡି ଟିକେଟରୁ ବଞ୍ଜିତ ହୋଇଥିବା ବିଧାୟିକା ସୀମାରାଣୀ ନାୟକ ଭାଜପାରେ ଯୋଗଦେଇ ଦଳୀୟ ପ୍ରାର୍ଥୀ ହେବା ପରେ ହିନ୍ଦୋଳ ରାଜନୀତିରେ ଉଷ୍ମତା ଅଧିକ ବଢ଼ିଯାଇଛି। ଅନ୍ୟପଟରେ ବିଜେଡି ପକ୍ଷରୁ ଏମ୍‌ପି ମହେଶ ସାହୁଙ୍କୁ ହିନ୍ଦୋଳ ଆସନ ପାଇଁ ବିଧାୟକ ପ୍ରାର୍ଥୀ କରାଯାଇଥିବାରୁ ଏଠାରେ ଲଢ଼େଇ ବେଶ୍‌ ରୋଚକ ହେବ ବୋଲି ଆଲୋଚନା ହେଉଛି।
ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀ ୨୦୦୦ ମସିହାରୁ ବିଜେଡିର ଗଡ଼ ଭାବେ ରହିଆସିଛି। ୨୦୦୦ରୁ ୨୦୦୯ ଯାଏ ଏଠାରୁ ବିଜେଡିର ଅଞ୍ଜଳି ବେହେରା ବିଜୟୀ ହୋଇଥିଲେ। ସେ ରାଜ୍ୟ ସରକାରରେ ମନ୍ତ୍ରୀ ପଦରେ ରହିଥିଲେ। ସେହିପରି ସୀମାରାଣୀ ନାୟକ ୨୦୧୪ ଓ ୨୦୧୯ ନିର୍ବାଚନରେ ହିନ୍ଦୋଳରୁ ବିଜେଡି ବିଧାୟିକା ହୋଇଥିଲେ। ୨୦୨୪ରେ ମଧ୍ୟ ସୀମାରାଣୀ ବିଜେଡି ଟିକେଟ୍‌ ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ପ୍ରାର୍ଥୀ ନ କରିବାରୁ ସେ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇଥିଲେ। ଭାଜପା ତାଙ୍କୁ ଏଠାରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କୁ ବିଜେଡି ହିନ୍ଦୋଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଫଳରେ ବିଜେଡି ନିଜ ଗଡ଼ ରକ୍ଷା ପାଇଁ ଏଠାରେ ଉଦ୍ୟମ ଆରମ୍ଭ କରିଥିବା ବେଳେ ଭାଜପା ପରିବର୍ତ୍ତନ ଆହ୍ବାନକୁ ନେଇ ଲଢ଼େଇ କରୁଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାୟକଙ୍କ ଉପରେ ଚଳିତ ନିର୍ବାଚନରେ ସମସ୍ତଙ୍କ ନଜର ରହିଛି। ବିଜେଡି ପ୍ରାର୍ଥୀ ମହେଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଚାଲୁଥିବା ପ୍ରଗତିର ଧାରାକୁ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବଜାୟ ରଖିବା ମୁଖ୍ୟ ପ୍ରସଙ୍ଗ କରାଯିବ। ଅପହଞ୍ଚ ଅଞ୍ଚଳର ବିକାଶକୁ ଅଗ୍ରାଧିକାର ଦିଆଯିବ। କଳ କାରଖାନାର ସିଏସ୍‌ଆର୍‌ କାର୍ଯ୍ୟ ଓ ଥଇଥାନ ପ୍ରତି ଗୁରୁତ୍ୱ ଦିଆଯିିବ। ଭାଜପା ପ୍ରାର୍ଥୀ ସୀମାରାଣୀ କହିଛନ୍ତି, ଭାଜପାର ଭରସାକୁ ବଜାୟ ରଖିବା ପାଇଁ ଉଦ୍ୟମ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନହିତକର ଯୋଜନାଗୁଡିକୁ ଆଧାର କରି ନିର୍ବାଚନ ଲଢ଼ାଯିବ। କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ କହିଛନ୍ତି, ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୫ବର୍ଷ ହେଲା ଡାକ୍ତର ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଛି। ଏଠାରେ ୧୫ଟି ଶିଳ୍ପାନୁଷ୍ଠାନ ଥିଲେ ମଧ୍ୟ ସ୍ଥାନୀୟ ଯୁବତୀଯୁବକ ନିଯୁକ୍ତି ପାଉନାହାନ୍ତି। ଶୀତଳ ଭଣ୍ଡାର ଓ ରକ୍ତ ଭଣ୍ଡାରର ଆବଶ୍ୟକତା ରହିଛି। ବର୍ଷକରେ ୪୦ ଜଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଏସବୁର ସମାଧାନକୁ ନେଇ ଲଢ଼େଇ କରାଯିବ।

The post ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ appeared first on Dharitri Odia News.