ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଥମିବାର ନା ନେଉନି ବେଆଇନ ଗଂଜେଇ ଚାଷ ଓ ଚାଲାଣ

ପାରଳାଖେମୁଣ୍ଡି:୭/୧୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଦୁର୍ଗମ ଅଂଚଳରେ ବେଧଡ଼କ ଚାଲିଛି ଗଂଞେଇ ଚାଷ l ପାହାଡ଼ ଜଙ୍ଗଲରେ ବସବାସ କରୁଥିବା ଜନଜାତି ଗଂଜେଇ ଚାଷକୁ ଏକମାତ୍ର ରୋଜଗାର ପନ୍ଥା ଭାବରେ ଆପଣେଇଛନ୍ତି l ହେକ୍ଟର ହେକ୍ଟର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ କରି ସେହି ସବୁକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରି ମାଲମାଲ ହେଉଛନ୍ତି ମାଫିଆ l ପୋଲିସ ଗଞ୍ଜେଇ ଚାଲାଣ ଅଭିଯୋଗରେ ବହୁ ଚାଲାଣକାରୀଙ୍କୁ ଗିରଫ କରିଛି l ଅନ୍ୟପଟେ, […] The post ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଥମିବାର ନା ନେଉନି ବେଆଇନ ଗଂଜେଇ ଚାଷ ଓ ଚାଲାଣ appeared first on Odisha.News.

ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଥମିବାର ନା ନେଉନି ବେଆଇନ ଗଂଜେଇ ଚାଷ ଓ ଚାଲାଣ

ପାରଳାଖେମୁଣ୍ଡି:୭/୧୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଦୁର୍ଗମ ଅଂଚଳରେ ବେଧଡ଼କ ଚାଲିଛି ଗଂଞେଇ ଚାଷ l ପାହାଡ଼ ଜଙ୍ଗଲରେ ବସବାସ କରୁଥିବା ଜନଜାତି ଗଂଜେଇ ଚାଷକୁ ଏକମାତ୍ର ରୋଜଗାର ପନ୍ଥା ଭାବରେ ଆପଣେଇଛନ୍ତି l ହେକ୍ଟର ହେକ୍ଟର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ କରି ସେହି ସବୁକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରି ମାଲମାଲ ହେଉଛନ୍ତି ମାଫିଆ l ପୋଲିସ ଗଞ୍ଜେଇ ଚାଲାଣ ଅଭିଯୋଗରେ ବହୁ ଚାଲାଣକାରୀଙ୍କୁ ଗିରଫ କରିଛି l ଅନ୍ୟପଟେ, ପୋଲିସ ପ୍ରଶାସନ ପକ୍ଷରୁ ପ୍ରତେକ ବର୍ଷ ଶହ ଶହ ହେକ୍ଟର ଗଂଜେଇ ଚାଷ ପୋଡି ନଷ୍ଟ କରୁଛି l ତଥାପି ଗଞ୍ଜେଇ ଚାଷ ଓ ଚାଲାଣ ଥମିବାର ନା ନେଉନି l ଗଂଜେଇ ଛାଡ଼ି ଅନ୍ୟ ବିକଳ୍ପ ଚାଷ କରି ରୋଜଗାରକ୍ଷମ ହେବା ପାଇଁ ଆଦିବାସୀଙ୍କୁ ସରକାର କୌଣସି ପ୍ରତ୍ସାହନ ଯୋଗାଇ ଦେଉନଥିବା ଅଭିଯୋଗ କରିଛନ୍ତି ଆଦିବାସି ନେତା l ଲୋକେ ଗଞ୍ଜେଇ ଚାଷ କରୁଛନ୍ତି ନଚେତ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି l ତେଣୁ ପୋଲିସ ବିଭାଗ ଆମ୍ଭମାନଙ୍କ ପାଇଁ କିଛି ପଦକ୍ଷେପ ଗ୍ରହଣ କରିବେ ବୋଲି ଆମର ଆସା।ଗତ ବିଧାନସଭା ଅଧିବେଶନରେ ଆମର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଏହି ଗଞେଇ ଉପରେ କିଛି ବକ୍ତବ୍ଯ ଉପସ୍ଥାପନ କରିଥିଲେ ମାତ୍ର ମୋହନ ସରକାର କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି ।

The post ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଥମିବାର ନା ନେଉନି ବେଆଇନ ଗଂଜେଇ ଚାଷ ଓ ଚାଲାଣ appeared first on Odisha.News.