୨୬ରେ ଲାଣ୍ଡଫଲ୍ କରିବ ବାତ୍ୟା ‘ରେମଲ’ : କାଲିଠୁ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। Continuing to move nearly northward, it is very likely to #cross #Bangladesh and adjoining #WestBengal […]

୨୬ରେ ଲାଣ୍ଡଫଲ୍ କରିବ ବାତ୍ୟା ‘ରେମଲ’ : କାଲିଠୁ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା
cyclone effect : Heavy rain is likely in Balasore, Bhadrak and Kendrapara from tomorrow

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।


ସେପଟେ ଅବପାତ କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି। ଏହା ବର୍ତମାନ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆସନ୍ତାକାଲି ସକାଳେ ବାତ୍ୟାର ରୂପ ନେବା ପରେ ଉତ୍ତର ଦିଗରେ ଗତି କରିବା ଆରମ୍ଭ କରିବ। ଏହାପରେ ୨୫ ସନ୍ଧ୍ୟାରେ ଭୀଷଣ ବାତ୍ୟାରେ ପରିଣତ ହେବ । ସେହି ସମାନ ଭାବେ ଉତ୍ତର ଦିଗରେ ଗତି କରି ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗର ସାଗର ଦ୍ୱିପ ଓ ଖେପୁପରା ମଧ୍ୟରେ ୨୬ମଧ୍ୟରାତ୍ରରେ ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।


ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆହୁରି ମଧ୍ୟ କହିଛନ୍ତି ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧାସଳଖ ପଡ଼ିବ ନାହିଁ ବୋଲି ଆକଳନ କରାଯାଉଛି। କିନ୍ତୁ ଏହାର ପ୍ରଭାବ ରହିପାରେ। ୨୫ ତାରିଖରେ ଉପକୂଳ ଓଡ଼ିଶାରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ଝଟକା ପବନ ୬୦କିଲୋମିଟର ରହିବ । ୨୫ରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥି ସହିତ ୨୬ସକାଳୁ ପବନର ବେଗ ବଢ଼ିବ । ୬୦ରୁ ୭୦ ଓ ଝଟକା ପବନ ୮୦କିଲୋମିଟର ପ୍ରତି ଘଣ୍ଟା ରହିପାରେ। ୨୬ରେ ଭଦ୍ରକ ଓ ବାଲେଶ୍ୱରରେ ଅତି ପ୍ରବଳ ବର୍ଷା ସହ ମୟୂରଭଞ୍ଜ ଓ କେନ୍ଦ୍ରପଡ଼ାରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶାର କିଛି ଅଂଚଳରେ ବର୍ଷା ହେବ । ଏଥି ସହିତ ରାଜ୍ୟର ସମସ୍ତ ୪ଟି ଯାକ ବନ୍ଦରକୁ ୧ନମ୍ବର ବିପଦ ସଙ୍କେତ ଦିଆଯାଇଛି ।