ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ କରୁଛି ପୋଲିସ

ନିଆଳୀ: ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ଯୁବକଙ୍କୁ କେହି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବାବେଳେ, ଗୋବିନ୍ଦପୁର ଥାନା ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ ଗୋବିନ୍ଦପୁର ଥାନା ଅଧୀନ ଉରାଡ ତେଲଜୋରୀ ନଦୀରୁ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା।ତେବେ ଯୁବକ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ମୃତ ଦେହର  ଆଖି ମୁହଁ ଓ ବେକରେ ଧାରୁଆ ଅସ୍ତ୍ରର ଆଘାତ ଥିବା ଜଣାପଡ଼ିଛି। ଫଳରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ମାତ୍ର ଯୁବକର ପରିଚୟ ମିଳିପାରିନାହିଁ । ପୋଲିସ ମୃତ ଦେହ ଜବତକରି ତଦନ୍ତ ଚଳାଇଛି । ଯୁବକଙ୍କ ପରିଚୟ ମିଳିବା ପରେ ହତ୍ୟାକାଣ୍ଡ ସଂପର୍କରେ ସୂଚନା ମିଳିପାରିବା ନେଇ ପୋଲିସ ସୂଚନା ଦେଇଛି।

ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ କରୁଛି ପୋଲିସ

ନିଆଳୀ: ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ଯୁବକଙ୍କୁ କେହି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବାବେଳେ, ଗୋବିନ୍ଦପୁର ଥାନା ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ ଗୋବିନ୍ଦପୁର ଥାନା ଅଧୀନ ଉରାଡ ତେଲଜୋରୀ ନଦୀରୁ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା।

ତେବେ ଯୁବକ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ମୃତ ଦେହର  ଆଖି ମୁହଁ ଓ ବେକରେ ଧାରୁଆ ଅସ୍ତ୍ରର ଆଘାତ ଥିବା ଜଣାପଡ଼ିଛି। ଫଳରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ମାତ୍ର ଯୁବକର ପରିଚୟ ମିଳିପାରିନାହିଁ । ପୋଲିସ ମୃତ ଦେହ ଜବତକରି ତଦନ୍ତ ଚଳାଇଛି । ଯୁବକଙ୍କ ପରିଚୟ ମିଳିବା ପରେ ହତ୍ୟାକାଣ୍ଡ ସଂପର୍କରେ ସୂଚନା ମିଳିପାରିବା ନେଇ ପୋଲିସ ସୂଚନା ଦେଇଛି।