ନାବାଳିକା ମାଆର ନିଷ୍ଠୁର କାଣ୍ଡ, ଶିଶୁ କନ୍ୟାକୁ ଜନ୍ମ କରି ଫିଙ୍ଗିଦେଲା ଲାଟିନ୍ ପ୍ୟାନ୍ ରେ

ଦାରିଙ୍ଗବାଡି:   ମାଆ କି ହୋଇପାରେ ଏତେ ନିଷ୍ଠୁର। ନିଜର କଳଙ୍କଙ୍କୁ ଲୁଚାଇବାକୁ ଯାଇ ନିଜ ଜନ୍ମ କଲା ଶିଶୁ କନ୍ୟାକୁ ମେଡ଼ିକାଲ ଲାଟିନ୍ ପ୍ୟାନ ମଧ୍ୟରେ ଫୋପାଡି ଦେଲେ ନାବାଳିକା ମା । ଏଭଳି କିଛି ଦେଖିବାକୁ ମିଳିଛି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଦାରିଙ୍ଗବାଡି ଥାନା ଅଂଚଳର ଜନୈକ ନାବାଳିକା ଛାତ୍ରୀ ଦେହ ଅସୁସ୍ଥ ଥିବା କହି ଦାରିଙ୍ଗବାଡି ମେଡ଼ିକାଲକୁ ଆଜି ଆସିଥିଲେ । ହେଲେ ଡଡାକ୍ତରଙ୍କୁ ପରାମର୍ଶ କରିବା ବଦଳରେ ଅନ୍ତଃବିଭାଗରେ ରହିଥିବା ଲାଟିନକୁ ଯାଇ ଶିଶୁ କନ୍ୟାଟିକୁ ଜନ୍ମ କରି ଲାଟିନ୍ ପ୍ୟାନ ମଧ୍ୟରେ ପୁରେଇ ଦେବାକୁ ଚେଷ୍ଟା କରିଥିଲେ। ହେଲେ ପ୍ୟାନ ଭିତରେ ମୁଣ୍ଡଟି ଅଟକି ଯାଇଥିଲା । ନା ଭିତରକୁ ଯାଇଥିଲା ନା ବାହାରକୁ ବାହାରିଥିଲା । ଏହାପରେ ନାବାଳିକା ଜଣଙ୍କ ଯିବାକୁ ଉଦ୍ୟମ କରୁଥିବା ବେଳେ ନାବାଳିକାଙ୍କ ମାଆ ଏହା ଦେଖି ନବଜାତ ଶିଶୁର ଗୋଡ଼ ଟିକୁ ଧରି ମେଡ଼ିକାଲ ଷ୍ଟାଫଙ୍କୁ ସୂଚନା ଦେଇଥିଲେ । ଏହାପରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଯାକେଶ ସାମନ୍ତରାୟ ଅଗ୍ନିଶମ ବିଭାଗ, ଦାରିଙ୍ଗବାଡି ଥାନା ଓ ସିଡିପିଓଙ୍କୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ଲାଟିନ ଖୋଳି ଶିଶୁଟିକୁ ବାହାର କରିଥିବା ବେଳେ ସେତେବେଳକୁ ନବଜାତଙ୍କ ମୃତ୍ୟୁ ହୋଇସାରିଥିଲା । ନାବାଳିକା ଜଣଙ୍କ ରାଇକିଆ ଥାନା ଅଂଚଳରେ ରହିଥିବା ଏକ ଘୋରୋଇ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢୁଥିବା ବେଳେ ଉକ୍ତ ବିଦ୍ୟା

ନାବାଳିକା ମାଆର ନିଷ୍ଠୁର କାଣ୍ଡ,  ଶିଶୁ କନ୍ୟାକୁ ଜନ୍ମ କରି ଫିଙ୍ଗିଦେଲା ଲାଟିନ୍ ପ୍ୟାନ୍ ରେ

ଦାରିଙ୍ଗବାଡି:   ମାଆ କି ହୋଇପାରେ ଏତେ ନିଷ୍ଠୁର। ନିଜର କଳଙ୍କଙ୍କୁ ଲୁଚାଇବାକୁ ଯାଇ ନିଜ ଜନ୍ମ କଲା ଶିଶୁ କନ୍ୟାକୁ ମେଡ଼ିକାଲ ଲାଟିନ୍ ପ୍ୟାନ ମଧ୍ୟରେ ଫୋପାଡି ଦେଲେ ନାବାଳିକା ମା । ଏଭଳି କିଛି ଦେଖିବାକୁ ମିଳିଛି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । 

ଦାରିଙ୍ଗବାଡି ଥାନା ଅଂଚଳର ଜନୈକ ନାବାଳିକା ଛାତ୍ରୀ ଦେହ ଅସୁସ୍ଥ ଥିବା କହି ଦାରିଙ୍ଗବାଡି ମେଡ଼ିକାଲକୁ ଆଜି ଆସିଥିଲେ । ହେଲେ ଡଡାକ୍ତରଙ୍କୁ ପରାମର୍ଶ କରିବା ବଦଳରେ ଅନ୍ତଃବିଭାଗରେ ରହିଥିବା ଲାଟିନକୁ ଯାଇ ଶିଶୁ କନ୍ୟାଟିକୁ ଜନ୍ମ କରି ଲାଟିନ୍ ପ୍ୟାନ ମଧ୍ୟରେ ପୁରେଇ ଦେବାକୁ ଚେଷ୍ଟା କରିଥିଲେ। ହେଲେ ପ୍ୟାନ ଭିତରେ ମୁଣ୍ଡଟି ଅଟକି ଯାଇଥିଲା । ନା ଭିତରକୁ ଯାଇଥିଲା ନା ବାହାରକୁ ବାହାରିଥିଲା । ଏହାପରେ ନାବାଳିକା ଜଣଙ୍କ ଯିବାକୁ ଉଦ୍ୟମ କରୁଥିବା ବେଳେ ନାବାଳିକାଙ୍କ ମାଆ ଏହା ଦେଖି ନବଜାତ ଶିଶୁର ଗୋଡ଼ ଟିକୁ ଧରି ମେଡ଼ିକାଲ ଷ୍ଟାଫଙ୍କୁ ସୂଚନା ଦେଇଥିଲେ । ଏହାପରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଯାକେଶ ସାମନ୍ତରାୟ ଅଗ୍ନିଶମ ବିଭାଗ, ଦାରିଙ୍ଗବାଡି ଥାନା ଓ ସିଡିପିଓଙ୍କୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ଲାଟିନ ଖୋଳି ଶିଶୁଟିକୁ ବାହାର କରିଥିବା ବେଳେ ସେତେବେଳକୁ ନବଜାତଙ୍କ ମୃତ୍ୟୁ ହୋଇସାରିଥିଲା । 

ନାବାଳିକା ଜଣଙ୍କ ରାଇକିଆ ଥାନା ଅଂଚଳରେ ରହିଥିବା ଏକ ଘୋରୋଇ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢୁଥିବା ବେଳେ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହୁଥିଲେ । ଛାତ୍ରୀଜଣଙ୍କ ମଙ୍ଗଳବାର ଦିନ ନିଜ ଘରକୁ ଆସିଥିଲେ। ଆଜି ସକାଳୁ ଏ ସବୁ ଘଟଣା ଘଟିଛି। ଏହାପରେ ନାବାଳିକା ଜଣକ ଯେଉଁ ମହାବିଦ୍ୟାଳୟର ପାଠ ପଢ଼ୁଥିଲେ, ସେହି ମହା ବିଦ୍ୟାଳୟର କାର୍ଯ୍ୟଧାରାକୁ ନେଇ ଉଠିଛି ଅନେକ ପ୍ରଶ୍ନ।  ସେପଟେ ଦାରିଙ୍ଗବାଡି ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଏବଂ ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। 

ନାବାଳିକା ଜଣଙ୍କ ୯ମାସ ଗର୍ଭବତୀ ହୋଇ ପ୍ରସବ କରିବା ପର୍ଯ୍ୟନ୍ତ ମହାବିଦ୍ୟାଳୟର ହଷ୍ଟେଲ କତୃପକ୍ଷ ଓ ବାପା ମା, ଅଙ୍ଗନବାଡ଼ି କର୍ମୀ, ଆଶା ଦିଦିମାନେ କିଭଳି ଜାଣି ପାରିଲେ ନାହିଁ । ନା ଜାଣି ଶୁଣି ଘଟଣାକୁ ଲୁଚେଇ ଦେବାକୁ ଚେଷ୍ଟା କରାଯାଉଥିଲା ତାକୁନେଇ ତଦନ୍ତର ଆବଶ୍ୟକତା ରହିଛି ।