ରାଜଧାନୀରେ ମିଳିବନି କଞ୍ଚା ପରିବା, ଆନ୍ଦୋଳନକୁ ଓହ୍ଲାଇବ ବ୍ୟବସାୟୀ ମହାସଂଘ
ଭୁବନେଶ୍ୱର ୧୧/୦୪: କଞ୍ଚା ପରିବା ବ୍ୟବସାୟୀ ମହାସଂଘ ଓ ବିଏମ୍ସି ଭିତରେ ପୁଣି ବିବାଦ ତେଜିଛି । ପରିବା ଗାଡ଼ି ଯିବାଆସିବା ରାସ୍ତାକୁ ମାଡ଼ି ବେଆଇନ୍ ପ୍ଲାଷ୍ଟିକ୍ ଦୋକାନ ଖୋଲିଥିବାରୁ ଏଭଳି ସ୍ଥିତି ଉପୁଜିଛି । ସଂଘ କହିଛି, ରାସ୍ତାକୁ ମାଡ଼ି ଦୋକାନ ହୋଇଥିବାରୁ ଭିତରକୁ ଗାଡ଼ି ପ୍ରବେଶ କରିପାରୁନି । ଯଦି ଦୁଇଦିନ ଭିତରେ ବିଏମ୍ସି ଏହାର ସମାଧାନ ନ କରେ ତେବେ ଆନ୍ଦୋଳନକୁ ଓହ୍ଲାଇବୁ । ଫଳରେ ପୁରା ଭୁବନେଶ୍ୱରରେ କଞ୍ଚା ପରିବା ବିକ୍ରି ଠପ୍ ହୋଇଯିବା ଆଶଙ୍କା ରହିଛି । ଦୈନିକ ଶହ ଶହ ଟ୍ରକ ପରିବା ୧ନମ୍ବର ହାଟକୁ ଆସୁଛି । ତେବେ ହାଟ ଭିତରକୁ ଯିବାକୁ ଏସ୍ବିଆଇରୁ କ୍ୟାପିଟାଲ ଥାନା ଗଳି ମଧ୍ୟରେ ଗୋଟିଏ ମାତ୍ର ବାଟ ରହିଛି । ଏହି ରାସ୍ତାକୁ କିଛି ମୁଷ୍ଟିମେୟ ଲୋକ ଜୋରଜବରଦସ୍ତ ମାଡ଼ି ବସିଛନ୍ତି । ସେଠାରେ ଏବେ ପ୍ଲାଷ୍ଟିକ ଦୋକାନ ଖୋଲିଛି । ଫଳରେ ପରିବା ଟ୍ରକ୍ ପଶିବାରେ ଅସୁବିଧା ହେଉଛି । ବେଆଇନ ଭାବେ ଏଭଳି ଦୋକାନ ନିର୍ମାଣ କରିବାକୁ ବିଏମ୍ସି ଅନୁମତି ଦେଇଛି କି? ଯଦି ଦେଇଛି କାହା ସ୍ୱାର୍ଥରେ ବୋଲି ସଂଘ ପ୍ରଶ୍ନ କରିଛି । ସଂଘ ସଭାପତି କବିରାଜ ସ୍ୱାଇଁ କହିଛନ୍ତି ଯେ, ଅସ୍ଥାୟୀ ଦୋକାନ ଖୋଲୁ । ଲସି, ଜଳଛତ୍ର ଖୋଲୁ ଓ ଅସ୍ଥାୟୀ ଟ୍ରଲି ଦୋକାନକୁ ଅନୁମତି ମିଳୁ । ହାଟରେ ଅନେକ ପ୍ଲାଷ୍ଟିକ ଦୋକାନ ରହିଛି । ଏହା ସତ୍ତ୍ୱେ ଟେଣ୍ଟ ବାନ୍ଧି ରାସ୍ତାକୁ ମଡ଼ାଇ ଦୋକାନ ଖୋଲିବା ଯୋଗୁ ପରିବା ଗାଡ଼ି ଆସିବାରେ ଅସ
ଭୁବନେଶ୍ୱର ୧୧/୦୪: କଞ୍ଚା ପରିବା ବ୍ୟବସାୟୀ ମହାସଂଘ ଓ ବିଏମ୍ସି ଭିତରେ ପୁଣି ବିବାଦ ତେଜିଛି । ପରିବା ଗାଡ଼ି ଯିବାଆସିବା ରାସ୍ତାକୁ ମାଡ଼ି ବେଆଇନ୍ ପ୍ଲାଷ୍ଟିକ୍ ଦୋକାନ ଖୋଲିଥିବାରୁ ଏଭଳି ସ୍ଥିତି ଉପୁଜିଛି । ସଂଘ କହିଛି, ରାସ୍ତାକୁ ମାଡ଼ି ଦୋକାନ ହୋଇଥିବାରୁ ଭିତରକୁ ଗାଡ଼ି ପ୍ରବେଶ କରିପାରୁନି ।
ଯଦି ଦୁଇଦିନ ଭିତରେ ବିଏମ୍ସି ଏହାର ସମାଧାନ ନ କରେ ତେବେ ଆନ୍ଦୋଳନକୁ ଓହ୍ଲାଇବୁ । ଫଳରେ ପୁରା ଭୁବନେଶ୍ୱରରେ କଞ୍ଚା ପରିବା ବିକ୍ରି ଠପ୍ ହୋଇଯିବା ଆଶଙ୍କା ରହିଛି । ଦୈନିକ ଶହ ଶହ ଟ୍ରକ ପରିବା ୧ନମ୍ବର ହାଟକୁ ଆସୁଛି । ତେବେ ହାଟ ଭିତରକୁ ଯିବାକୁ ଏସ୍ବିଆଇରୁ କ୍ୟାପିଟାଲ ଥାନା ଗଳି ମଧ୍ୟରେ ଗୋଟିଏ ମାତ୍ର ବାଟ ରହିଛି ।
ଏହି ରାସ୍ତାକୁ କିଛି ମୁଷ୍ଟିମେୟ ଲୋକ ଜୋରଜବରଦସ୍ତ ମାଡ଼ି ବସିଛନ୍ତି । ସେଠାରେ ଏବେ ପ୍ଲାଷ୍ଟିକ ଦୋକାନ ଖୋଲିଛି । ଫଳରେ ପରିବା ଟ୍ରକ୍ ପଶିବାରେ ଅସୁବିଧା ହେଉଛି । ବେଆଇନ ଭାବେ ଏଭଳି ଦୋକାନ ନିର୍ମାଣ କରିବାକୁ ବିଏମ୍ସି ଅନୁମତି ଦେଇଛି କି? ଯଦି ଦେଇଛି କାହା ସ୍ୱାର୍ଥରେ ବୋଲି ସଂଘ ପ୍ରଶ୍ନ କରିଛି । ସଂଘ ସଭାପତି କବିରାଜ ସ୍ୱାଇଁ କହିଛନ୍ତି ଯେ, ଅସ୍ଥାୟୀ ଦୋକାନ ଖୋଲୁ ।
ଲସି, ଜଳଛତ୍ର ଖୋଲୁ ଓ ଅସ୍ଥାୟୀ ଟ୍ରଲି ଦୋକାନକୁ ଅନୁମତି ମିଳୁ । ହାଟରେ ଅନେକ ପ୍ଲାଷ୍ଟିକ ଦୋକାନ ରହିଛି । ଏହା ସତ୍ତ୍ୱେ ଟେଣ୍ଟ ବାନ୍ଧି ରାସ୍ତାକୁ ମଡ଼ାଇ ଦୋକାନ ଖୋଲିବା ଯୋଗୁ ପରିବା ଗାଡ଼ି ଆସିବାରେ ଅସୁବିଧା ହେଉଛି । ତେଣୁ ଦୋକାନ ନ ହଟିଲେ ଶନିବାରଠାରୁ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଖାଲି ସେତିକି ନୁହେଁ, ଆବଶ୍ୟକ ପଡିଲେ ରାଜ୍ୟର ୫୦ ହଜାର ପରିବା ବ୍ୟସାୟୀ ଓ ସେମାନଙ୍କ ପରିବାର ଭୋଟ୍ ବର୍ଜନ କରିବେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ସେପଟେ ଆଜି ସଂଘ ପକ୍ଷକୁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଦୁର୍ଗାପୂଜା ସମୟରେ ଟେଣ୍ଟ ବନ୍ଧାକୁ ନେଇ ବିବାଦ ଉପୁଜିଥିଲା । ସଂଘ ବନ୍ଦ ଡକରା ଦେଇଥିଲା ।
ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହାର ସ୍ଥାୟୀ ସମାଧାନ ପାଇଁ କୁହାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ବିଏମ୍ସି କୌଣସି ପଦକ୍ଷେପ ଗ୍ରହଣ କଲାନି, ବରଂ ଦୋକାନ ଖୋଲିବାକୁ ଅନୁମତି ଦେଉଛି । ତେଣୁ ଏହାର ସମାଧାନ କରିବାକୁ ସେମାନେ ଦାବି କରିଥିଲେ । ମେୟର ଏନେଇ ଆଲୋଚନା କରିବାକୁ ସମୟ ମାଗିଛନ୍ତି । ମଧ୍ୟ ବିଧାୟକ ମଧ୍ୟ ଦୁଇଦିନ ସମୟ ନେଇଛନ୍ତି ।