୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୪ା୬: ୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଗତ ଦିନରେ ଅନେକ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବଦଳି ପରେ ଯେଉଁ ଶିକ୍ଷକମାନେ ସ୍କୁଲ ଯାଇ ପିଲାଙ୍କୁ ପାଠ ପଢ଼ାଉନାହାନ୍ତି ସେମାନଙ୍କ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରାଯିବ। ସ୍କୁଲ ଯାଇ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ମନ୍ତ୍ରୀ ଶିକ୍ଷକମାନଙ୍କୁ ପରାମର୍ଶ […] The post ୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ appeared first on Dharitri Odia News.

୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୪ା୬: ୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଗତ ଦିନରେ ଅନେକ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବଦଳି ପରେ ଯେଉଁ ଶିକ୍ଷକମାନେ ସ୍କୁଲ ଯାଇ ପିଲାଙ୍କୁ ପାଠ ପଢ଼ାଉନାହାନ୍ତି ସେମାନଙ୍କ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରାଯିବ। ସ୍କୁଲ ଯାଇ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ମନ୍ତ୍ରୀ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ଖୁବ୍‌ଶୀଘ୍ର ପୂରଣ କରାଯିବ।

The post ୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ appeared first on Dharitri Odia News.