ଡବ୍ଲୁଟିସି ଫାଇନାଲ୍‌ ପାଇଁ ଭାରତକୁ ଟକ୍କର ଦେବେ ଏହି ୨ ଟିମ୍‌: ବଦଳିଲା ସମୀକରଣ

କାନୁପର,୧।୧୦: କାନପୁର ଟେଷ୍ଟରେ ବାଂଲାଦେଶ ଉପରେ ଭାରତ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ରେସ୍‌ରେ ସମୀକରଣ ବଦଳିଥିବା ଜଣାପଡିଛି। ଦୁଇ ଟେଷ୍ଟ ସିରିଜରେ ଭାରତ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ପ୍ରାୟ ୩ ଦିନ ଧରି ବର୍ଷା ପ୍ରଭାବିତ ହେବା ପରେ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଦ୍ୱିତୀୟ ଟେଷ୍ଟ ମ୍ୟାଚ ୭ ଉଇକେଟରେ ଜିତିଥିଲା। ଟିମ ଇଣ୍ଡିଆ ପାଇଁ ଭଲ କଥା ହେଉଛି ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ […] The post ଡବ୍ଲୁଟିସି ଫାଇନାଲ୍‌ ପାଇଁ ଭାରତକୁ ଟକ୍କର ଦେବେ ଏହି ୨ ଟିମ୍‌: ବଦଳିଲା ସମୀକରଣ appeared first on Dharitri Odia News.

ଡବ୍ଲୁଟିସି ଫାଇନାଲ୍‌ ପାଇଁ ଭାରତକୁ ଟକ୍କର ଦେବେ ଏହି ୨ ଟିମ୍‌: ବଦଳିଲା ସମୀକରଣ

କାନୁପର,୧।୧୦: କାନପୁର ଟେଷ୍ଟରେ ବାଂଲାଦେଶ ଉପରେ ଭାରତ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ରେସ୍‌ରେ ସମୀକରଣ ବଦଳିଥିବା ଜଣାପଡିଛି। ଦୁଇ ଟେଷ୍ଟ ସିରିଜରେ ଭାରତ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ପ୍ରାୟ ୩ ଦିନ ଧରି ବର୍ଷା ପ୍ରଭାବିତ ହେବା ପରେ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଦ୍ୱିତୀୟ ଟେଷ୍ଟ ମ୍ୟାଚ ୭ ଉଇକେଟରେ ଜିତିଥିଲା। ଟିମ ଇଣ୍ଡିଆ ପାଇଁ ଭଲ କଥା ହେଉଛି ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଉପରେ ଏହା ଏକ ଭଲ ଅଗ୍ରଣୀ ହାସଲ କରିଛି।

ଶତକଡ଼ା ପଏଣ୍ଟ ଆଧାରରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟେବୁଲ ପ୍ରସ୍ତୁତ ହୋଇଛି। ୭୪.୨୪ ପ୍ରତିଶତ ସହ ଭାରତ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି। ବାଂଲାଦେଶ ବିପକ୍ଷରେ କ୍ଲିନ୍‌ସୁଇପ୍‌ ପରେ ଟିମ ଇଣ୍ଡିଆ କ୍ରମାଗତ ତୃତୀୟ ଫାଇନାଲ ଖେଳିବା ଆଶା ବଢାଇଛି। ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ଅଛି, ଯାହାର ପଏଣ୍ଟ ପ୍ରତିଶତ ୬୨.୫୦ ଏବଂ ତୃତୀୟ ସ୍ଥାନରେ ୫୫.୫୬ ସହ ଶ୍ରୀଲଙ୍କା ରହିଛି।

ବର୍ତ୍ତମାନ ଭାରତ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଫାଇନାଲ୍‌ ପ୍ରତିଯୋଗିତା ଅଛି। ଆସନ୍ତା ମାସରେ ବାଂଲାଦେଶ, ଶ୍ରୀଲଙ୍କା ଏବଂ ପରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଥିବା ଏହି ରେସରେ ଦକ୍ଷିଣ ଆଫ୍ରିକା ମଧ୍ୟ ଯୋଗ ଦେଇପାରିବ। ଯଦି ଆଫ୍ରିକୀୟ ଦଳ ଏହି ସମସ୍ତ ମ୍ୟାଚ ଜିତେ ତା’ହେଲେ ଏହାର ପଏଣ୍ଟ ପ୍ରତିଶତ ୭୦ରୁ ଅଧିକ ହେବ। କିନ୍ତୁ ଆଫ୍ରିକା ପାଇଁ ଫାଇନାଲର ରାସ୍ତା ଅସମ୍ଭବ ନୁହେଁ କିନ୍ତୁ ନିଶ୍ଚିତ ଭାବେ କଷ୍ଟସାଧ୍ୟ। ଏଭଳି ପରିସ୍ଥିତିରେ ଭାରତ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲରେ ସିଧାସଳଖ ପ୍ରତିଯୋଗିତା ଚାଲିଛି।

ବାଂଲାଦେଶକୁ ୨-୦ରେ ପରାସ୍ତ କରିବା ପରେ ଭାରତ ବର୍ତ୍ତମାନ ନ୍ୟୁଜିଲାଣ୍ଡକୁ ଭେଟିବ। ଅକ୍ଟୋବର ୧୬ରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ମ୍ୟାଚ ସିରିଜ ଆରମ୍ଭ ହେବ।ଏହା ପରେ ଟିମ ଇଣ୍ଡିଆକୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ପଡିବ।

The post ଡବ୍ଲୁଟିସି ଫାଇନାଲ୍‌ ପାଇଁ ଭାରତକୁ ଟକ୍କର ଦେବେ ଏହି ୨ ଟିମ୍‌: ବଦଳିଲା ସମୀକରଣ appeared first on Dharitri Odia News.