ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ: ଗୁରୁକୁଳର ମାହୋଲ ସାଙ୍ଗକୁ ଶିଶୁ ବାଟିକାର ଶୁଭାରମ୍ଭ

ଦାରିଙ୍ଗବାଡି,୨।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବୁଧବାର ବିଦ୍ୟାଳୟ ଗୁଡିକରେ ଶିଶୁ ବାଟିକାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଶିଶୁମାନଙ୍କୁ ନେଇ ପ୍ରବେଶ ଉତ୍ସବ କରାଯିବା ସହ ସେମାନଙ୍କୁ ନୂଆ କଳା ପଟା ସହ ଖଡ଼ି, ପାଠ୍ୟ ପୁସ୍ତକ ଦିଆଯାଇଥିଲା ଏହି ଅବସରରେ ସରସ୍ବତୀ ଓ ଗଣେଶ ପୂଜା ଢାଞ୍ଚାରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇ ଶିଶୁମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଆବଶ୍ୟକ ଉତ୍ସାହ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ […] The post ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ: ଗୁରୁକୁଳର ମାହୋଲ ସାଙ୍ଗକୁ ଶିଶୁ ବାଟିକାର ଶୁଭାରମ୍ଭ appeared first on Dharitri Odia News.

ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ: ଗୁରୁକୁଳର ମାହୋଲ ସାଙ୍ଗକୁ ଶିଶୁ ବାଟିକାର ଶୁଭାରମ୍ଭ
ଦାରିଙ୍ଗବାଡି,୨।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବୁଧବାର ବିଦ୍ୟାଳୟ ଗୁଡିକରେ ଶିଶୁ ବାଟିକାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଶିଶୁମାନଙ୍କୁ ନେଇ ପ୍ରବେଶ ଉତ୍ସବ କରାଯିବା ସହ ସେମାନଙ୍କୁ ନୂଆ କଳା ପଟା ସହ ଖଡ଼ି, ପାଠ୍ୟ ପୁସ୍ତକ ଦିଆଯାଇଥିଲା ଏହି ଅବସରରେ ସରସ୍ବତୀ ଓ ଗଣେଶ ପୂଜା ଢାଞ୍ଚାରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇ ଶିଶୁମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଆବଶ୍ୟକ ଉତ୍ସାହ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକମାନେ ଶିଶୁ ମାନଙ୍କୁ ଯେଉଁ ଭଳି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ଛୋଟ ଶିଶୁଙ୍କ ମଧ୍ୟରେ ଯେଉଁ ଭଳି ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଥିଲା ସେହିସମୟରେ ବିଦ୍ୟାଳୟ ପରିସର ମଧ୍ୟରେ ଏକ ପ୍ରକାର ଗୁରୁକୁଳର ପରିବେଶ ସୃଷ୍ଟି ହୋଇଥିଲା। ଗୁରୁକୁଳରେ ଯେଉଁଭଳି ଗୁରୁ ଶିଷ୍ୟର ଭାବ ଆଦାନ ପ୍ରଦାନ ହୁଏ ଠିକ ସେହିପରି ଏହି ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବରେ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଶିକ୍ଷା ସଚେତନ ରଥର ଉଦ୍‌ଘାଟନ କରାଯାଇଥିଲା।  ଏହାକୁ ଏବିଇଓ ତଥା ବିଆରସିସି ଗୋକୁଳାନନ୍ଦ ନାୟକ ଉଦଘାଟନ କରିଥିଲେ। ସମସ୍ତ ୨୫ଟି ପଞ୍ଚାୟତର ହେଡକ୍ୱାଟର ବିଦ୍ୟାଳୟରେ ଆସନ୍ତା ୫ ପର୍ଯ୍ୟନ୍ତ ବୁଲି ଏହି ରଥ ସଚେତନ କରିବ।
ସେହିପରି କିରିକୁଟି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଏହି ଉତ୍ସବ ବଡ ଧୁମ ଧାମ ରେ ପାଳିତ ହୋଇଯାଇଛି ସିଆରସିସି ରାକେଶ କୁମାର ସାହୁଙ୍କ ତତ୍ୱାବଧାନରେ କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାର୍କେଣ୍ଡଶ୍ୱର ପାତ୍ର,କୃତିବାସ ପାତ୍ର, ଶିଶୁଙ୍କ ଅଭିଭାବକ ଓ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଯୋଗଦେଇ ଏହି ଉତ୍ସବ କୁ ଗୌରବାନୱିତ କରିଥିଲେ।

The post ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ: ଗୁରୁକୁଳର ମାହୋଲ ସାଙ୍ଗକୁ ଶିଶୁ ବାଟିକାର ଶୁଭାରମ୍ଭ appeared first on Dharitri Odia News.