କେବଳ ଧୋନୀଙ୍କ ପ୍ରଶଂସକ ଅସଲି, ବାକି ସବୁ ପେଡ୍ ? ଟାର୍ଗେଟ୍ କଲେ କୋହଲି ଫ୍ୟାନ୍
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ସର୍ବଦା ନିଜର ସ୍ପଷ୍ଟବାଦୀ ପାଇଁ ପଚିଚିତ। ଏବେ ସେ ବିରାଟ କୋହଲିଙ୍କୁ ନେଇ ଏମିତି କିଛି ଟିପ୍ପଣୀ କରିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ଖରାପ ଲାଗିଛି। କେବଳ ଏତିକି ନୁହେଁ ହରଭଜନ ନିଜ ବୟାନରେ ଏମଏସ ଧୋନୀଙ୍କ ନାଁ ମଧ୍ୟ ନେଇଛନ୍ତି। ଏହା ପରେ ସାମାଜିକ ଗଣମାଧ୍ୟମରେ ଚହଳ ପଡ଼ିଛି। ବିରାଟ କୋହଲିଙ୍କ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ହରଭଜନ ସିଂଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରଶଂସକଙ୍କ କହିବା କଥା ପୂର୍ବତନ ଅଫସ୍ପିନର ବିରାଟ କୋହଲିଙ୍କୁ ଟାର୍ଗେଟ୍ କରିଛନ୍ତି।ହରଭଜନ ସିଂଙ୍କ ଏହି ପ୍ରତିକ୍ରିୟା ଶନିବାର ଆରସିବି ଓ କେକେଆର ମ୍ୟାଚ୍ ସମୟରେ ଆସିଛି। କମେଣ୍ଟ୍ରି ବକ୍ସରେ ଧୋନୀଙ୍କ ଆଇପିଏଲ୍ ଭବିଷ୍ୟତକୁ ନେଇ ଆଲୋଚନା ଚାଲିଥିଲା। କିଛି ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଧୋନୀ ଆଉ ଏକ ଆଇପିଏଲ୍ ସିଜିନ ଖେଳି ପାରନ୍ତି। ଏହା ପରେ ହରଭଜନ ସ୍ପାରସ୍ପୋର୍ଟ୍ସରେ କହିଛନ୍ତି, ଧୋନୀଙ୍କୁ ଯେ ପର୍ଯ୍ୟନ୍ତ ଇଚ୍ଛା ସେ ପର୍ଯ୍ୟନ୍ତ ଖେଳି ପାରିବେ। ଏହା ପରେ ପ୍ରଶଂସକଙ୍କୁ ଆଲୋଚନା ନେଇ ହୋଇଥିଲା। ଏହା ଉପରେ ହରଭଜନ କହିଛନ୍ତି, କେବଳ ଧୋନୀଙ୍କ ପାଖରେ ପ୍ରକୃତ ପ୍ରଶଂସକ ଅଛନ୍ତି। ବାକି ଲୋକଙ୍କ ପାଖରେ ତ ପେଡ୍ ପ୍ରଶଂସକ ଏବଂ ପିଆର ଅଛନ୍ତି।????Harbhajan Singh: "Only Dhoni has real fans, others rely on social media bots." ????That
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ସର୍ବଦା ନିଜର ସ୍ପଷ୍ଟବାଦୀ ପାଇଁ ପଚିଚିତ। ଏବେ ସେ ବିରାଟ କୋହଲିଙ୍କୁ ନେଇ ଏମିତି କିଛି ଟିପ୍ପଣୀ କରିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ଖରାପ ଲାଗିଛି। କେବଳ ଏତିକି ନୁହେଁ ହରଭଜନ ନିଜ ବୟାନରେ ଏମଏସ ଧୋନୀଙ୍କ ନାଁ ମଧ୍ୟ ନେଇଛନ୍ତି। ଏହା ପରେ ସାମାଜିକ ଗଣମାଧ୍ୟମରେ ଚହଳ ପଡ଼ିଛି। ବିରାଟ କୋହଲିଙ୍କ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ହରଭଜନ ସିଂଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରଶଂସକଙ୍କ କହିବା କଥା ପୂର୍ବତନ ଅଫସ୍ପିନର ବିରାଟ କୋହଲିଙ୍କୁ ଟାର୍ଗେଟ୍ କରିଛନ୍ତି।
ହରଭଜନ ସିଂଙ୍କ ଏହି ପ୍ରତିକ୍ରିୟା ଶନିବାର ଆରସିବି ଓ କେକେଆର ମ୍ୟାଚ୍ ସମୟରେ ଆସିଛି। କମେଣ୍ଟ୍ରି ବକ୍ସରେ ଧୋନୀଙ୍କ ଆଇପିଏଲ୍ ଭବିଷ୍ୟତକୁ ନେଇ ଆଲୋଚନା ଚାଲିଥିଲା। କିଛି ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଧୋନୀ ଆଉ ଏକ ଆଇପିଏଲ୍ ସିଜିନ ଖେଳି ପାରନ୍ତି। ଏହା ପରେ ହରଭଜନ ସ୍ପାରସ୍ପୋର୍ଟ୍ସରେ କହିଛନ୍ତି, ଧୋନୀଙ୍କୁ ଯେ ପର୍ଯ୍ୟନ୍ତ ଇଚ୍ଛା ସେ ପର୍ଯ୍ୟନ୍ତ ଖେଳି ପାରିବେ। ଏହା ପରେ ପ୍ରଶଂସକଙ୍କୁ ଆଲୋଚନା ନେଇ ହୋଇଥିଲା। ଏହା ଉପରେ ହରଭଜନ କହିଛନ୍ତି, କେବଳ ଧୋନୀଙ୍କ ପାଖରେ ପ୍ରକୃତ ପ୍ରଶଂସକ ଅଛନ୍ତି। ବାକି ଲୋକଙ୍କ ପାଖରେ ତ ପେଡ୍ ପ୍ରଶଂସକ ଏବଂ ପିଆର ଅଛନ୍ତି।
????Harbhajan Singh: "Only Dhoni has real fans, others rely on social media bots." ????
That’s a massive dig - Kohli fans in shambles! ????
The GOAT debate just got spicier! ????#MSDhoni #ViratKohli #chinnaswamystadium #Chokli #RCBvsKKR pic.twitter.com/8sRGvlmfwi— IndiaPulse: News & Trends (@IndiaPulseNow) May 17, 2025
ହରଭଜନ କହିଛନ୍ତି, ବାସ୍ତବରେ ଧୋନୀଙ୍କ ପାଖରେ ହିଁ ବାସ୍ତବିକ ପ୍ରଶଂସକ ଅଛନ୍ତି। ବାକି ଲୋକଙ୍କର ତ କେବଳ ସୋସିଆଲ ମିଡିଆରେ ପ୍ରଶଂସକ ଅଛନ୍ତି। ଏପରିକି ଭଜି କହିଛନ୍ତି ଯେ, ଅଧିକାଂଶ ଖେଳାଳିଙ୍କ ସର୍ବଦା ପେଡ୍ ଫ୍ୟାନ୍ ଅଛନ୍ତି। ତେଣୁ ଏସବୁ କଥାକୁ ଛାଡ଼ି ଦିଅନ୍ତୁ। ଯଦି ମୁଁ କହିବା ଆରମ୍ଭ କରିବି ତେବେ କଥା ଅନ୍ୟ ଦିଗକୁ ଚାଲିଯିବ। ଏହି ସମୟରେ ଆକାଶ ଚୋପ୍ରା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ହରଭଜନଙ୍କ କଥା ଶୁଣି ସେ ବି ଚକିତ ହୋଇଗଲେ ଏବଂ କହିଛନ୍ତି ଭଜି ଏତେ ସତ କଥା କହିବାର ନ ଥିଲା। ହରଭଜନଙ୍କ ଏମିତି ଟିପ୍ପଣୀକୁ ନେଇ ଲୋକେ ତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। ପ୍ରଶଂସକ କହିଛନ୍ତି ଯେ, ହରଭଜନ ପରୋକ୍ଷରେ କୋହଲିଙ୍କୁ ଟାର୍ଗେଟ୍ କରିଛନ୍ତି।