ଓଲଟିଲା ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି: ୪ ଆହତ

ଭଞ୍ଜନଗର,୨୪।୧: ଗଞ୍ଜାମ ଜିଲା ଶାଳୁଆପଲି ଗାଁ ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି ଏକ ଗଛରେ ପିଟି ହୋଇ ଓଲଟି ପଡିଛି। ଦୁର୍ଘଟଣାରେ ଅତିରିକ୍ତ ଏସ୍‌ପି ଏବଂ ତାଙ୍କ ସ୍ତ୍ରୀଙ୍କ ସହ ୪ଜଣ ଆହତ ହୋଇଥିବା ଜଣାପଡିଛି। ଚିକିତ୍ସା ପାଇଁ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ଅତିରିକ୍ତ ଏସ୍‌ପିଙ୍କ ପରିବାର କାର ଯୋଗେ କଟକରୁ ଭଞ୍ଜନଗର ଫେରୁଥିବା ବେଳେ ଶାଳୁଆପଲି ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣା […] The post ଓଲଟିଲା ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି: ୪ ଆହତ appeared first on Dharitri Odia News.

ଓଲଟିଲା ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି: ୪ ଆହତ

ଭଞ୍ଜନଗର,୨୪।୧: ଗଞ୍ଜାମ ଜିଲା ଶାଳୁଆପଲି ଗାଁ ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି ଏକ ଗଛରେ ପିଟି ହୋଇ ଓଲଟି ପଡିଛି। ଦୁର୍ଘଟଣାରେ ଅତିରିକ୍ତ ଏସ୍‌ପି ଏବଂ ତାଙ୍କ ସ୍ତ୍ରୀଙ୍କ ସହ ୪ଜଣ ଆହତ ହୋଇଥିବା ଜଣାପଡିଛି। ଚିକିତ୍ସା ପାଇଁ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଅତିରିକ୍ତ ଏସ୍‌ପିଙ୍କ ପରିବାର କାର ଯୋଗେ କଟକରୁ ଭଞ୍ଜନଗର ଫେରୁଥିବା ବେଳେ ଶାଳୁଆପଲି ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ଓଲଟିଲା ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି: ୪ ଆହତ appeared first on Dharitri Odia News.