ରୋଷେଇ କରିବା ବେଳେ ଲାଗିଥିଲା ଶାଢ଼ିରେ ନିଆଁ, ଏସ୍ସିବିରେ ଚାଲିଗଲା ଚିକିତ୍ସାଧୀନ ପୂଜାଙ୍କ ଜୀବନ
ଦାରିଙ୍ଗବାଡି, ୨୫।୬ (ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଓଡ଼ିଆ ସାହିରେ ସୋମବାର ସଂନ୍ଧ୍ୟାରେ ଜଣେ ମହିଳା ଶାଢିରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଥିଲେ। ମଙ୍ଗଳବାର ଅପରାହ୍ନରେ କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସୂଚନା ମିଳିଛି। ମୃତକ ହେଲେ ବ୍ରାହ୍ମଣୀଗାଁ ଓଡ଼ିଆ ସାହିର ଅଜୟ ଡାକୁଆଙ୍କ ସ୍ତ୍ରୀ ପୂଜା। ସୂଚନାନୁଯାୟୀ, ଘରେ ରୋଷେଇ କରୁଥିବା ସମୟରେ ପୂଜାଙ୍କ ଶାଢ଼ିରେ ଅସାବଧାନତା ଯୋଗୁ ନିଆଁ ଲାଗିଯାଇଥିଲା। ସେ ଜାଣିବା […] The post ରୋଷେଇ କରିବା ବେଳେ ଲାଗିଥିଲା ଶାଢ଼ିରେ ନିଆଁ, ଏସ୍ସିବିରେ ଚାଲିଗଲା ଚିକିତ୍ସାଧୀନ ପୂଜାଙ୍କ ଜୀବନ appeared first on Dharitri Odia News.
ଦାରିଙ୍ଗବାଡି, ୨୫।୬ (ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଓଡ଼ିଆ ସାହିରେ ସୋମବାର ସଂନ୍ଧ୍ୟାରେ ଜଣେ ମହିଳା ଶାଢିରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଥିଲେ। ମଙ୍ଗଳବାର ଅପରାହ୍ନରେ କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସୂଚନା ମିଳିଛି। ମୃତକ ହେଲେ ବ୍ରାହ୍ମଣୀଗାଁ ଓଡ଼ିଆ ସାହିର ଅଜୟ ଡାକୁଆଙ୍କ ସ୍ତ୍ରୀ ପୂଜା।
ସୂଚନାନୁଯାୟୀ, ଘରେ ରୋଷେଇ କରୁଥିବା ସମୟରେ ପୂଜାଙ୍କ ଶାଢ଼ିରେ ଅସାବଧାନତା ଯୋଗୁ ନିଆଁ ଲାଗିଯାଇଥିଲା। ସେ ଜାଣିବା ବେଳକୁ ନିଆଁ ସମ୍ପୂର୍ଣ୍ଣ ଦେହକୁ ବ୍ୟାପିଯାଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ସେହିଦିନ ପୂଜାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜିକୁ ଅଧିକା ଚିକିତ୍ସା ପାଇଁ ପରିବାର ଲୋକ ନେଇଥିଲେ। ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ କଟକ ଏସ୍ସିବିକୁ ଅଧିକ ଚିକିତ୍ସା ପାଇଁ ପରିବାର ଲୋକ ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୂଜାଙ୍କ କଟକରେ ମୃତ୍ୟୁ ହୋଇଥିବାରୁ ସେଠିକାର ପୋଲସ ଏନେଇ ଏକ ଅପମୃତ୍ୟୁ ରୁଜୁ କରିଥିବା ବ୍ରାହ୍ମଣୀଗାଁ ପୋଲିସ ସୂତ୍ରରୁ ସୂଚନା ମିଳିଛି।
ଘଟଣାଟି ସୋମବାର ସାରେ ଘଟିଥିବା ବେଳେ ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାକୁ ବ୍ରାହ୍ମଣୀଗାଁ ଆଇଆଇସି ବିଜୟ କୁମାର ହାଇବୁରୁ ଏବଂ ସବଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି। ତେବେ ସେ କଣ ବୟାନ ଦେଇଥିଲେ ସେ ସମ୍ପର୍କରେ ପୋଲିସ କିଛି ପ୍ରକାଶ କରିନାହିଁ। ଘଟଣାର ଅଧିକ ତଦନ୍ତ ପରେ ସତ୍ୟସତ୍ୟ ଜଣାପଡିବ ବୋଲି ବ୍ରାହ୍ମଣୀଗାଁ ପୋଲିସ କହିବା ସହ ଏନେଇ କୌଣସି ଥାନାରେ ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି।
The post ରୋଷେଇ କରିବା ବେଳେ ଲାଗିଥିଲା ଶାଢ଼ିରେ ନିଆଁ, ଏସ୍ସିବିରେ ଚାଲିଗଲା ଚିକିତ୍ସାଧୀନ ପୂଜାଙ୍କ ଜୀବନ appeared first on Dharitri Odia News.