୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ବାଲେଶ୍ୱର,୨୬।୯(ବାଞ୍ଛାନିଧି ଦେ): ୪ ମାସର ଏକ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍‌ ଦାସ ଅଭିଯୁକ୍ତ ବାପାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ରାୟ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ସୋର ଥାନା ଅନ୍ତର୍ଗତ ଆଟପୁର ଗ୍ରାମର ଗୌରୀ ବାସ୍କେଙ୍କ ସ୍ବାମୀ ଗତ […] The post ୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ appeared first on Dharitri Odia News.

୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ
ବାଲେଶ୍ୱର,୨୬।୯(ବାଞ୍ଛାନିଧି ଦେ): ୪ ମାସର ଏକ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍‌ ଦାସ ଅଭିଯୁକ୍ତ ବାପାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ରାୟ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ସୋର ଥାନା ଅନ୍ତର୍ଗତ ଆଟପୁର ଗ୍ରାମର ଗୌରୀ ବାସ୍କେଙ୍କ ସ୍ବାମୀ ଗତ ୨୦୧୮ରେ ମୃତ୍ୟୁବରଣ କରିଥିଲେ। ପରେ ଗୌରୀ ମୟୁରଭଞ୍ଜ ଜିଲା ଉଦଳା ଥାନା ବାଘମରା ଖୁଣ୍ଟା ଗ୍ରାମର ସମ୍ପର୍କୀୟ ଦିଅର ଦୁଲାରାମ ବାସ୍କେଙ୍କୁ ବିବାହ କରି ବାପ ଘରେ ରହୁଥିଲେ। ଗତ ୨୦୨୨ ଅକ୍ଟୋବରରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା ।
ସ୍ବାମୀ ଦୁଲାରାମ ସନ୍ତାନ ଚାହୁଁ ନ ଥିବାରୁ ଶିଶୁପୁତ୍ରକୁ ହତ୍ୟା କରିବା ପାଇଁ ବହୁବାର ଉଦ୍ୟମ କରୁଥିଲେ । ଗତ ୨୦୨୩ ଜାନୁଆରୀ ୧୪ ତାରିଖରେ ଶିଶୁପୁତ୍ରକୁ ଘରେ ଶୁଆଇ ଗୌରୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ବାପା ଦୁଲାରାମ ଶିଶୁପୁତ୍ରକୁ ଘରୁ ଧରି ପଳାଉ ଥିଲେ। ହେଲେ ସ୍ତ୍ରୀ ଚାଲିଆସି ଏହାକୁ ବିରୋଧ କରିଥିଲେ। ହେଲେ ଦୁଲାରାମ ଜୋରଜବରଦସ୍ତ ଶିଶୁପୁତ୍ରଙ୍କୁ ଧରି ପଳାଇ ଯାଇଥିଲେ। ଶିଶୁପୁତ୍ର ଓ ସ୍ବାମୀ ଘରକୁ ନ ଫେରିବାରୁ ଗତ ୨୦୨୩ ଜାନୁଆରୀ ୧୯ ତାରିଖରେ ଗୌରୀ ସମ୍ପର୍କୀୟଙ୍କୁ ଫୋନ କରି ସ୍ବାମୀ ଏବଂ ଶିଶୁପୁତ୍ରଙ୍କ ବାବଦରେ ପଚାରି ବୁଝିଥିଲେ।
ପରବର୍ତ୍ତୀ ସମୟରେ ସ୍ବାମୀ ଫୋନ କରି ସ୍ତ୍ରୀ ଗୌରୀଙ୍କୁ ଶିଶୁପୁତ୍ର ଆଶ୍ରମରେ ଅଛି, ୧୦ ବର୍ଷ ପରେ ଦେଖିବୁ ବୋଲି କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସ୍ବାମୀ ଶିଶୁପୁତ୍ରକୁ ହତ୍ୟା କରି ବିଲରେ ଫୋପାଡି ଥିବାର ଗୌରୀ ଜାଣିବାକୁ ପାଇଥିଲେ। ଅଭିଯୋଗ କ୍ରମେ ଖଇରା ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୯/୨୦୨୩) ରୁଜୁ କରି ଅଭିଯୁକ୍ତ ବାପା ଦୁଲାରାମଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଗୁରୁବାର ୧୨ଜଣ ସାକ୍ଷୀ ଏବଂ ୧୫ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ।

The post ୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ appeared first on Dharitri Odia News.