ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ’ କାର୍ଯ୍ୟକ୍ରମ
ଜାମସେଦପୁର,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟାଟାନାଗର ଅର୍ଥାତ୍ ଜାମସେଦପୁରରେ ପହଞ୍ଚି ପାରିବେ ନାହିଁ। ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଖରାପ ପାଗ ଯୋଗୁଁ ରାଞ୍ଚିରୁ ଜାମସେଦପୁର ଅଭିମୁଖେ ଯାତ୍ରା ହୋଇପାରିବ ନାହିଁ। ସେ ରାଞ୍ଚିରୁ ଅନଲାଇନ ଟ୍ରେନ ଗୁଡିକୁ ସବୁଜ ପତାକା ଦେଖାଇବେ। ସୂଚନାଯୋଗ୍ୟ, ରବିବାର ସକାଳୁ ଝାଡ଼ଖଣ୍ଡର ଅନେକ ସ୍ଥାନରେ ପବନ ସହିତ ବର୍ଷା ଜାରି ରହିଛି। ରବିବାର ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଭାରତୀୟ ପାଣିପାଗ […] The post ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ’ କାର୍ଯ୍ୟକ୍ରମ appeared first on Dharitri Odia News.
ଜାମସେଦପୁର,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟାଟାନାଗର ଅର୍ଥାତ୍ ଜାମସେଦପୁରରେ ପହଞ୍ଚି ପାରିବେ ନାହିଁ। ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି।
ଖରାପ ପାଗ ଯୋଗୁଁ ରାଞ୍ଚିରୁ ଜାମସେଦପୁର ଅଭିମୁଖେ ଯାତ୍ରା ହୋଇପାରିବ ନାହିଁ। ସେ ରାଞ୍ଚିରୁ ଅନଲାଇନ ଟ୍ରେନ ଗୁଡିକୁ ସବୁଜ ପତାକା ଦେଖାଇବେ। ସୂଚନାଯୋଗ୍ୟ, ରବିବାର ସକାଳୁ ଝାଡ଼ଖଣ୍ଡର ଅନେକ ସ୍ଥାନରେ ପବନ ସହିତ ବର୍ଷା ଜାରି ରହିଛି।
ରବିବାର ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ରବିବାର ରାଜ୍ୟର ଦକ୍ଷିଣ ଭାଗରେ (ପୂର୍ବ ସିଂହଭୁମ, ପଶ୍ଚିମ ସିଂହଭୁମ, ସିମଡେଗା ଏବଂ ସଢେଇକଳା ଖରସୁଆଁ) ଏବଂ ପଶ୍ଚିମ ଏବଂ ଏହାର ନିକଟବର୍ତ୍ତୀ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବ।
ଟାଟାନଗର ଷ୍ଟେଶନରେ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିବା ତଥା ରୋଡ ଶୋ’ ଉଦଘାଟନ କରିବାକୁ ଥିବା ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଭାଜପା ପକ୍ଷରୁ ସରକାରୀ ସୂଚନା ଦିଆଯାଇଛି, କିନ୍ତୁ ଗୋପାଳ ମଇଦାନରେ ଆୟୋଜିତ ହେବାକୁ ଥିବା ବୈଠକକୁ ନେଇ ସସପେନ୍ସ ଜାରି ରହିଛି।
ମୋଦିଙ୍କ ବୈଠକ ସମ୍ପର୍କରେ ଭାଜପା ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି କହିଛନ୍ତି ଯେ ଯଦି ପାଗ ଭଲ ହୁଏ ଏବଂ ଲୋକମାନେ ଏହି ସଭାରେ ପହଞ୍ଚନ୍ତି, ତେବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସଡ଼କ ପଥରେ ଜାମସେଦପୁରକୁ ଆସିପାରିବେ। ବର୍ତ୍ତମାନ ରୋଡ ଶୋକୁ ସ୍ଥଗିତ ରଖାଯାଇଛି। ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ରାଞ୍ଚିରୁ ଅନଲାଇନରେ ଟାଟାନଗର ଷ୍ଟେଶନରୁ ଏହି ଯୋଜନାଗୁଡ଼ିକର ଉଦଘାଟନ କରିବେ।
The post ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ’ କାର୍ଯ୍ୟକ୍ରମ appeared first on Dharitri Odia News.