ଜୁହି ଚାୱଲା ଦେଲେ କିଙ୍ଗ ଖାନ୍ଙ୍କ ହେଲଥ୍ ଅପଡେଟ୍, କେବେ ଡିସଚାର୍ଜ ହେବେ ଶାହରୁଖ୍ ?
ମୁମ୍ଵାଇ ୨୩।୦୫: ଗତକାଲି ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ବିଷୟରେ ଚିନ୍ତିତ ଅଛନ୍ତି। ତେବେ ଏବେ ‘କିଙ୍ଗ ଖାନ’ର ପ୍ରଶଂସକଙ୍କ ପାଇଁ ଆଶ୍ଵସ୍ତି ଖବର ଆସିଛି। କୁହାଯାଉଛି କି କିଙ୍ଗ ଖାନ୍ଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ପ୍ରଶଂସକମାନେ ଏହି ଖବର ପାଇବା ପର ଠାରୁ ପ୍ରଶଂସକମାନେ ଏକ ଦୀର୍ଘ ନିଶ୍ୱାସ ଛାଡିଛନ୍ତି। ବାଦଶାହଙ୍କ ଅସୁସ୍ଥତା ଖବର କେବଳ ପ୍ରଶଂସକଙ୍କ ମଧ୍ୟରେ ନୁହେଁ ଇଣ୍ଡଷ୍ଟ୍ରିରେ ମଧ୍ୟ ଚିନ୍ତାର କୋହ ଉଠିଥିଲା। କିନ୍ତୁ ଏବେ କୁହାଯାଇଛି କି ଶାହାରୁଖ ପୂର୍ବ ଅପେକ୍ଷା ଭଲ ଅଛନ୍ତି।ନିକଟରେ ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି। ଏକ ସାକ୍ଷାତକାର ବେଳେ ଅଭିନେତ୍ରୀ କହିଛନ୍ତି ଯେ ଗତ ରାତିରୁ ତାଙ୍କ ଅବସ୍ଥା ଭଲ ନଥିଲା ଏବଂ ସେ ଭଲ ଅନୁଭବ କରୁ ନାହାଁନ୍ତି, କିନ୍ତୁ ଅଭିନେତାଙ୍କର ଯତ୍ନ ନିଆଯାଉଛି ଏବଂ ଏବେ ସେ ଭଲ ଅନୁଭବ କରୁଛନ୍ତି । ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଶାହାରୁଖ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ ଏବଂ ତାଙ୍କ ଟିମ୍କୁ ପୁଣିଥରେ ଉତ୍ସାହିତ କରୁଥିବା ଦେଖିବାକୁ ମିଳିବ।#WATCH | Gujarat: Gauri Khan, wife of Actor Shah Rukh Khan reached KD Ho
ମୁମ୍ଵାଇ ୨୩।୦୫: ଗତକାଲି ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ବିଷୟରେ ଚିନ୍ତିତ ଅଛନ୍ତି। ତେବେ ଏବେ ‘କିଙ୍ଗ ଖାନ’ର ପ୍ରଶଂସକଙ୍କ ପାଇଁ ଆଶ୍ଵସ୍ତି ଖବର ଆସିଛି। କୁହାଯାଉଛି କି କିଙ୍ଗ ଖାନ୍ଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ପ୍ରଶଂସକମାନେ ଏହି ଖବର ପାଇବା ପର ଠାରୁ ପ୍ରଶଂସକମାନେ ଏକ ଦୀର୍ଘ ନିଶ୍ୱାସ ଛାଡିଛନ୍ତି। ବାଦଶାହଙ୍କ ଅସୁସ୍ଥତା ଖବର କେବଳ ପ୍ରଶଂସକଙ୍କ ମଧ୍ୟରେ ନୁହେଁ ଇଣ୍ଡଷ୍ଟ୍ରିରେ ମଧ୍ୟ ଚିନ୍ତାର କୋହ ଉଠିଥିଲା। କିନ୍ତୁ ଏବେ କୁହାଯାଇଛି କି ଶାହାରୁଖ ପୂର୍ବ ଅପେକ୍ଷା ଭଲ ଅଛନ୍ତି।
ନିକଟରେ ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି। ଏକ ସାକ୍ଷାତକାର ବେଳେ ଅଭିନେତ୍ରୀ କହିଛନ୍ତି ଯେ ଗତ ରାତିରୁ ତାଙ୍କ ଅବସ୍ଥା ଭଲ ନଥିଲା ଏବଂ ସେ ଭଲ ଅନୁଭବ କରୁ ନାହାଁନ୍ତି, କିନ୍ତୁ ଅଭିନେତାଙ୍କର ଯତ୍ନ ନିଆଯାଉଛି ଏବଂ ଏବେ ସେ ଭଲ ଅନୁଭବ କରୁଛନ୍ତି । ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଶାହାରୁଖ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ ଏବଂ ତାଙ୍କ ଟିମ୍କୁ ପୁଣିଥରେ ଉତ୍ସାହିତ କରୁଥିବା ଦେଖିବାକୁ ମିଳିବ।
#WATCH | Gujarat: Gauri Khan, wife of Actor Shah Rukh Khan reached KD Hospital in Ahmedabad earlier today.
Shah Rukh Khan is admitted to the hospital due to heat stroke and dehydration. pic.twitter.com/hTrCZ42x1F— ANI (@ANI) May 22, 2024
ଶାହାରୁଖଙ୍କୁ କେବେ ଡିସଚାର୍ଜ ହେବେ ?
କିଙ୍ଗ ଖାନଙ୍କୁ ଶୁକ୍ରବାର ସକାଳେ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ସେ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ ଏବଂ ଏହା ପରେ ତାଙ୍କୁ ଡିସଚାର୍ଜ କରାଯିବ । ଶାହାରୁଖଙ୍କ ପରିବାର ତାଙ୍କୁ ଘରକୁ ନେବାକୁ ଚାହାଁନ୍ତି, ତେବେ ସେମାନେ ତାଙ୍କୁ ନେଇପାରିବେ । ଶାହାରୁଖଙ୍କ ଝିଅ ସୁହାନା ଖାନ ଏବଂ ପତ୍ନୀ ଗୌରୀ ଖାନ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି।
କିଙ୍ଗ ଖାନଙ୍କ ସହିତ କ’ଣ ହେଲା?
କିଙ୍ଗ ଖାନଙ୍କୁ ୨୨ ମେ’ରେ ହିଟ୍ଷ୍ଟ୍ରୋକ ଏବଂ ନିମୋନିଆର ପ୍ରଭାବ ହେତୁ କେ.ଡି. ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଲୁ ଏବଂ ଡିହାଇଡ୍ରେସନ୍ କାରଣରୁ କିଙ୍ଗ ଖାନଙ୍କ ସହିତ ଏହି ସବୁ ଘଟିଥିଲା । ତାଙ୍କ ଅବସ୍ଥା ଭଲ ନ ଥିବାରୁ ବୁଧବାର ଅପରାହ୍ନ ୨ଟାରେ କିଙ୍ଗ ଖାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଶଂସକମାନେ ଏହି ଖବର ପାଇବା ମାତ୍ରେ ସମସ୍ତେ ଚିନ୍ତିତ ହୋଇ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ। ବର୍ତ୍ତମାନ ଶାହାରୁଖଙ୍କ ଅବସ୍ଥା ସ୍ଥିର ଅଛି।